• ରାଜ୍ୟର କୋଭିଡ ସ୍ଥିତି ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ନେଇ CMଙ୍କ ସମୀକ୍ଷା
  • କୋଭିଡ ବେଳେ ଡାକ୍ତରଙ୍କ ଭୂମିକାକୁ ପ୍ରଂଶସା କଲେ ମୁଖ୍ୟମନ୍ତ୍ରୀ
  • ରାଜ୍ୟରେ ନବ ନିଯୁକ୍ତ ୭୮୬ ଡାକ୍ତରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
  • ଶ୍ରୀମନ୍ଦିର ରୂପାଦ୍ବାର ଛାଉଣୀ ନେଇ ରୂପରେଖ ଚୂଡ଼ାନ୍ତ
  • କବାଟ ଓ ରୂପା ଛାଉଣୀ ତତ୍ବାବଧାନ ପାଇଁ ୨ଟି କମିଟି କରାଯାଇଛି
  • ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର
  • ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଲଗାଇଲେ ରାଜ୍ୟ ସରକାର
  • ୧୭ କମ୍‌ ସଂକ୍ରମିତ ଜିଲ୍ଲାରେ ସକାଳ ୬ରୁ ସଂଧ୍ୟା ୫ଟା ଯାଏ କଟକଣା କୋହଳ
  • ୧୩ ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା କୋହଳ
  • ବନ୍ଦ ରହିବ ବସ୍‌ ପରିବହନ, ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of May 5: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of May 5: ମେଷ ରାଶି:- ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ । ଉଚ୍ଚ ଆଶା ଫଳବତୀ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ଚେଷ୍ଟିତ ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ।

ଅଧିକ ପଢ଼ନ୍ତୁ:-ଆପଣ ମଧ୍ୟ ଏକରୁ ଅଧିକ ବ୍ୟାଙ୍କରେ ଖୋଲିଛନ୍ତି କି ଆକାଉଣ୍ଟ? ତେବେ ହୋଇପାରେ ଏହି ୪ଟି ବଡ କ୍ଷତି

ବୃଷ ରାଶି:- କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ସୁସମ୍ବାଦ ପାଇ ଉତ୍‌ଫୁଲିତ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଆର୍ଥକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ କରଣୀୟ । ବିବାଦରେ ବିଜୟୀ ହେବେ ।

ମିଥୁନ ରାଶି:- ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଅନାଦର ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅର୍ଥ ଟାଣ-ଟୁଣ ରହିବ । କେବଳ ଭାଗ ବ୍ୟବସାୟରେ ସାମାନ୍ୟ ପରିମାଣର ଲାଭ ମିଳିବ ।

କର୍କଟ ରାଶି:- ଦେହ ଅସୁସ୍ଥ ରହିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସନ୍ତାନଙ୍କ  କାର୍ଯ୍ୟ କଳାପକୁ ନେଇ ଚିନ୍ତିତ ରହିବେ ।

ଅଧିକ ପଢ଼ନ୍ତୁ:-କୋରୋନାରେ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ପରିବାରକୁ ଆଜୀବନ ବକେୟା ଦରମା ଦେବ ଏହି ରାଜ୍ୟ ସରକାର

ସିଂହ ରାଶି:- ଧନ-ସମ୍ପଦ ଲାଭର ସୂଚନା ମିଳୁଛି । ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବ୍ୟବସାୟରେ ପ୍ରଚୁର ଲାଭ ମିଳିବ । ହଠାତ୍ କିଛି ଅର୍ଥ ମିଳିପାରେ ।  

କନ୍ୟା ରାଶି:- ପରିସ୍ଥିତି ପ୍ରତି ଉଦାସ ଭାବ ପୋଷଣ କରିପାରନ୍ତି । ଆମୋଦ ପ୍ରମୋଦର ଦିନଟି ଅତିବାହିତ ହେବ । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ ହେବା ଆଶା କରାଯାଏ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହୋଇପାରେ ।

ତୁଳା ରାଶି:- ଆଶ୍ରୟ ମିଳିବ । ଉପକୃତ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧା ଭାଜନ ଆଶା କରାଯାଏ ।

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ଲାଗିଲା ଲକଡାଉନ୍

ବିଛା ରାଶି:- ବାଧା ବିଘ୍ନକୁ ଏଡାଇ କାର୍ଯ୍ୟରେ ଅଗ୍ରସର ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ରାଜତୁଲ୍ୟ ମାହଲରେ ଜୀବନଯାପନ କରିବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ ।  

ଧନୁ ରାଶି:- ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ପୂଣ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷି କର୍ମରେ ତତ୍ପରତା ପ୍ରକାଶ ପାଇବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।

ମକର ରାଶି:- କାର୍ଯ୍ୟରେ ସଫଳତା ମିଳିବ । ଶ୍ରମ ସାର୍ଥକ ହେବ । କୂଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସ୍ନେହ ରହିବ ।

ଅଧିକ ପଢ଼ନ୍ତୁ:-ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆଜିର ରେଟ୍

କୁମ୍ଭ ରାଶି:- ମନସ୍କାମନା ପୂର୍ଣ୍ଣ ହେବ । ଯେକୌଣସି ସୂତ୍ରରୁ ଧନାଗମର ସୂଚନା ମିଳୁଛି । ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ପରଦେଶବାସୀ, ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟା ପ୍ରେମୀ ହେବେ ।

ମୀନ ରାଶି:- ମୁଣ୍ଡବିନ୍ଧା, ଉଦର ପୀଡା ଭଳି ଅସୁସ୍ଥତା ଦେଖାଦେବ । କୌଣସି ବି କାର୍ଯ୍ୟ ଠିକ୍ ଭାବେ ତୁଳାଇପାରିବେ ନାହିଁ । ଧାର କରଜ କରିପାରନ୍ତି । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।