Advertisement
Article Detail0/zeeodisha/odisha681866

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର

କୁମ୍ଭ- ଦିନଟିରେ ଆପଣ ସକଳ କାର୍ଯ୍ୟରେ ସଫଳ ହେବେ । ଆମୋଦ ପ୍ରମୋଦରେ ଦିନ କାଟିବେ । ନୂତନ ବସ୍ତ୍ରାଦି କ୍ରୟ କରିବେ । ପାରିବାରିକ ସୁଖଶାନ୍ତି ଲାଭ କରିବେ

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର

ମେଷ- ଦାୟିତ୍ୱବାନ ହେବେ । କର୍ମ ଚଞ୍ଚଳ ରହିବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ସୁସମ୍ବାଦ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ବୃଷ- ମନ ପ୍ରସନ୍ନ ରହିବ । ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ସନ୍ତାନଙ୍କ ପଢାପଢିରେ ଅଧିକ ଖର୍ଚ୍ଚ କରିବେ । ପରିବାରରେ ବୁଝାମଣା ଭଲ ରହିବ ।

ମିଥୁନ- ଶରିରୀକ ଅସୁସ୍ଥତା ବୋଧ ହେବ । କାର୍ଯ୍ୟ ସମ୍ପନ୍ନ କରିବାରେ ବିଳମ୍ବ ହେବ । ପାରିବାରିକ ଅଶାନ୍ତି ଉପୁଜିବ । ବ୍ୟବସାୟ ପାଇଁ ପୁଞ୍ଜିର ଆବଶ୍ୟକତା ହୋଇପାରେ

Add Zee News as a Preferred Source

କର୍କଟ- ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । କୃତକାର୍ଯ୍ୟ ହେବେ । ଦିନଟି ସହଜ,ସରଳ ଓ ଆନନ୍ଦଦାୟକ ହେବ । ଆୟ ଅବ୍ୟାହତ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।

ସିଂହ- ଆଳସ୍ୟ ପରାୟଣ ହେବେ । କାର୍ଯ୍ୟ ନିର୍ବାହରେ ବିଳମ୍ବ କରିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ ।

କନ୍ୟା- ଦେହ ଓ ମନ ଭଲ ରହିବ । କର୍ତ୍ତବ୍ୟ ପରାୟଣ ହେବେ । ସାଂସାରିକ ଜୀବନ ସୁଖପ୍ରଦ ହେବ । ବିଦ୍ୟାର୍ଥୀମାନେ ପଢାପଢିରେ ମନୋନିବେଶ କରିବେ । ଗୃହଣୀମାନେ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରିବେ ।

ତୁଳା- ଶରୀର ଆରୋଗ୍ୟ ରହିବ । ଯୋଜନା ମୁତାବକ ସମସ୍ତ କାର୍ଯ୍ୟ ନିର୍ବାହ କରିବେ । ବ୍ୟବସାୟର ଅଭିବୃଦ୍ଧି ପାଇଁ ଚେଷ୍ଟିତ ହେବେ । ଦୂର ସମ୍ପର୍କୀୟଙ୍କ ଠାରୁ ସୁସମ୍ବାଦ ପ୍ରାପ୍ତି ହେବ ।

ବିଛା- ଦେହ ଓ ମନ ଭଲ ରହିବ । କର୍ମ ତତ୍ପରତା ପ୍ରକାଶ ପାଇବ । କର୍ମ ସ୍ଥଳରେ ଉଚ୍ଚ ପ୍ରଶଂସିତ ହେବେ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ । ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ପାଇଁ ଦିନଟି ଶୁଭଫଳ ପ୍ରଦାନ କରିବ ।

ଧନୁ- ଶାରୀରିକ ସୁସ୍ଥତା ବୋଧ ହେବ । ଦାୟିତ୍ୱର ସହ ସମସ୍ତ ନ୍ୟସ୍ତ କାର୍ଯ୍ୟ ନିର୍ବାହ କରିବେ । ଆର୍ଥିକ ସ୍ଥିତି ପୂର୍ବଭଳି ରହିବ । ପରିବାରରେ ଗୁରୁଜନଙ୍କ ସ୍ନେହଶ୍ରଦ୍ଧା ତଥା ଆଶୀର୍ବାଦ ପ୍ରାପ୍ତ ହେବ ।

ମକର- ମନ ପ୍ରଫୁଲ୍ଲ ରହିବ । ଉଚ୍ଚ ପ୍ରଶଂସିତ ହେବେ । ପରିବାରରେ ହସ ଖୁସିର ଲହରୀ ଲାଗି ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ ।

କୁମ୍ଭ- ଦିନଟିରେ ଆପଣ ସକଳ କାର୍ଯ୍ୟରେ ସଫଳ ହେବେ । ଆମୋଦ ପ୍ରମୋଦରେ ଦିନ କାଟିବେ । ନୂତନ ବସ୍ତ୍ରାଦି କ୍ରୟ କରିବେ । ପାରିବାରିକ ସୁଖଶାନ୍ତି ଲାଭ କରିବେ

ମୀନ- ଶାରୀରିକ ଅସୁସ୍ଥତା ଦେଖାଦେବ । ଚିଡିଚିଡା ସ୍ୱଭାବରେ ହେବେ । ଆଶାକରୁଥିବା ଦିଗରୁ ଅର୍ଥ ପାଇବାରେ ବିଳମ୍ବ ହେବ । କର୍ମ କ୍ଷେତ୍ରରେ ଅସହଯୋଗ ପାଇବ ।

About the Author