Horoscope of September 10: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହି ଶୁକ୍ରବାର...
Trending Photos
)
Horoscope of September 10: ମେଷ- ଆକସ୍ମିକ ଭାବେ ଧନ ପ୍ରାପ୍ତିର ସୁଯୋଗ ଅଛି । ପରିଶ୍ରମର ମୂଲ୍ୟାଙ୍କନ ହେବ । ନିଜ ବଂଶର ସୁଖପାତ୍ର ହୋଇପାରନ୍ତି । କୁଳ ଉଜ୍ୱକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ହେବେ । ବ୍ୟବସାୟରୁ ଲାଭ ମିଳିବ । ଯଶସ୍ୱୀ ହେବେ ।
ବୃଷ- ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଂପାଦନ କରିବେ । କାର୍ଯ୍ୟାଳୟରେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ପାଇବେ । ଆୟ ଆଶାନୁରୂପ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମିଥୁନ- ପୂଜାପୂଜି ପାଇଁ ମନ ବଳାଇବେ । କର୍ତ୍ତବ୍ୟ ନିଷ୍ଠ ହୋଇ ସମସ୍ତ ନ୍ୟସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଦେହ ଓ ମନ ଭଲ ରହିବ । ବ୍ୟବସାୟିକ ଅଭିବୃଦ୍ଧି ପାଇଁ ନୂତନ ଚିନ୍ତାଧାରା ଆପଣେଇବେ ।
କର୍କଟ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଉପଲବ୍ଧି ହେବ । ଆୟ ଆଶାନୁରୂପକ ହେବ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତି ହେବ । ବ୍ୟବସାୟରେ ସଫଳତା ପାଇବେ ।
ସିଂହ- ଉତ୍ତମ ଆୟ ଯୋଗ ରହୁଛି । ମନ ପ୍ରଫୁଲ୍ଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ସୁସମ୍ବାଦ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖ ବୋଧ ହେବ ।
କନ୍ୟା- ଶାରୀରିକ ସୁସ୍ଥତା ଲାଭ କରିବେ । କର୍ମତତ୍ପର ହେବେ । ବ୍ୟବସାୟିକ ଅଭିବୃଦ୍ଧି ଦେଖାଦେବ । ସାଂଗଠନିକ କାର୍ଯ୍ୟରେ ଯୋଗ ଦେବେ । ଆୟ ଅବ୍ୟାହତ ରହିବ ।
ତୁଳା- ସ୍ୱାସ୍ଥ୍ୟ ଅତୁଟ ରହିବ । କର୍ମ କ୍ଷେତ୍ରରେ ଚଳଚଞ୍ଚଳ ରହିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ । ପାରିବାରିକ ସୁଖଶାନ୍ତି ଲାଭ କରିବେ । ବ୍ୟାଙ୍କିଙ୍ଗ୍, ଇନସୁରାନ୍ସ ବିଭାଗରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭପ୍ରଦ ଅଟେ ।
ବିଛା- ମୁଣ୍ଡବିନ୍ଧା, ଉଦର ପୀଡା ଭଳି ଅସୁସ୍ଥତା ଦେଖାଦେବ । କୌଣସି ବି କାର୍ଯ୍ୟ ଠିକ୍ ଭାବେ ତୁଳାଇପାରିବେ ନାହିଁ । ଧାର କରଜ କରିପାରନ୍ତ ,ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।
ଧନୁ- ଦିନଟିରେ ଆପଣ ଜଗି ରଖି ଚଳନ୍ତୁ । ଅଯଥା କଳହଠାରୁ ଦୂରେଇ ରୁହନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଅଚିହ୍ନା ବ୍ୟକ୍ତିଙ୍କ ସହ ସମ୍ପର୍କ ବଢାନ୍ତୁ ନାହିଁ । ଠକାମିର ଶିକାର ହେବେ ।
ମକର- ଦାନ ଧର୍ମ ପ୍ରତି ମନ ବଳିବ । କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ପାରିବାରିକ ସୁଖଶାନ୍ତି ଉପଭୋଗ କରିବେ ।
କୁମ୍ଭ- ଦିନଟିରେ ଆପଣଙ୍କ କର୍ମତତ୍ପରତା ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ସଚେତନ ହେବେ । ପ୍ରତ୍ୟେକଟି କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ କରିବେ । ନୂତନ ଯୋଜନା ଫଳପ୍ରସୁ ହେବ ।
ମୀନ- ବ୍ୟସ୍ତତା ଭିତରେ ଦିନ କଟିବ । ଠକାମିର ଶିକାର ହେବେ । କୌଣସି ଦ୍ରବ୍ୟ ହଜି, ଚୋରି ବା ନଷ୍ଟ ହୋଇପାରେ । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ ।
ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ମାତ୍ରେ ଭାରତ ସୀମାରେ ନିଜର କମାଣ୍ଡୋଙ୍କୁ ବଦଳାଇଲେ ଚୀନ୍ ଓ ପାକିସ୍ତାନ
ଅଧିକ ପଢ଼ନ୍ତୁ:-ତାଲିବାନକୁ ନେଇ ଆମେରିକାର ଚିନ୍ତା ବଢ଼ାଇଲେ ଚୀନ୍ ଓ ପାକିସ୍ଥାନ, ବାଇଡେନ ଦେଲେ ଏହି ବଡ଼ ବୟାନ
ଅଧିକ ପଢ଼ନ୍ତୁ:-BPCL ର LPG ଗ୍ରାହକଙ୍କୁ ମିଳିବା ଜାରି ରହିବ ସବସିଡି, ତିଆରି କଲା ଏକ ଅଲଗା ପ୍ଲାଟଫର୍ମ