ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ
Advertisement

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of September 13: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହି ସୋମବାର...

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of September 13: ମେଷ- ଦେହ ଆରୋଗ୍ୟ ରହିବ । ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିବେ । କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିଙ୍କ ଠାରୁ ପ୍ରଶଂସା ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ ।

ବୃଷ-ନିଜ ଅଧିକାର ସାବ୍ୟସ୍ତ କରିବେ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଦୂର ସହରକୁ ଯାତ୍ରା କରିପାରନ୍ତି । ବିବାଦୀୟ ଘଟଣାର ଅବସାନ ଘଟିବ >

ମିଥୁନ- ଘାତବାର ଭୋଗ ହେତୁ ବିଶେଷ ଭାବେ ସତର୍କ ରୁହନ୍ତୁ । ଧନକ୍ଷୟ ହେବାର ସମ୍ଭାବନା ରହିଛି । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ଶରୀର ପୀଡା ଦେଖାଦେବ ।

କର୍କଟ- ମାନସିକ ଶାନ୍ତି ଫେରି ପାଇବେ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । କାର୍ଯ୍ୟାଳୟର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପାରିବାରିକ ଜୀବନ ହର୍ଷଉଲ୍ଲାସ ଭରା ରହିବ ।

ସିଂହ- ଦେହ ଓ ମନ ଭଲ ରହିବ । ଈଶ୍ୱରଙ୍କ ପ୍ରତି ଆସ୍ଥା ବଢିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କାର୍ଯ୍ୟାଳୟରେ ପାରଦର୍ଶିତା ଦେଖାଇବେ । ପାରିବାରିକ ଜୀବନ ସୁଖମୟ ହେବ ।

କନ୍ୟା- ମାନସିକ ଓ ଶାରୀରିକ ସୁସ୍ଥତା ଲାଭ କରିବେ । ପୂଜା ଆରାଧନାରେ ସମୟ କାଟିବେ । ପ୍ରତ୍ୟେକ କାର୍ଯ୍ୟରେ ଆତ୍ମସନ୍ତୋଷ ଲାଭ କରିବେ । ପାରିବାରିକ ଜୀବନ ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।

ତୁଳା- ସୁଖ ସମୃଦ୍ଧିର ଦିନ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଧନ ଆଗମନର ସୂଚନା ମିଳୁଛି । ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତ ହେବ । ବିବାହ ଭୋଜି ଆଦି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ବିଛା- ଶରୀର ସୁସ୍ଥ ରହିବ । ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନ ସମୃଦ୍ଧ ହେବ ।

ଧନୁ- ଦେହ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଆୟ ଓ ବ୍ୟୟ ସମାନ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ମକର- ଶରୀର ସୁସ୍ଥ ରହିବ । କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଆୟ ଉତ୍ତମ ହେବ ।

କୁମ୍ଭ- ସାଂସାରିକ ଜୀବନ ସୁଖମୟ ହେବ । ଶରୀର ସୁସ୍ଥ ଓ ମନ ଭଲ ରହିବ । ଦାୟିତ୍ୱ ବୃଦ୍ଧି ପାଇବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ ।

ମୀନ- କର୍ମ ତତ୍ପରତା ପ୍ରକାଶ ପାଇବ । ସୁଖ ସମ୍ମାନର ଅଧିକାରୀ ହେବେ । ଉଚ୍ଚ ଆଶା ସଫଳ ହେବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କର ପତିଆର ବୃଦ୍ଧି ପାଇବ ।  

ଅଧିକ ପଢ଼ନ୍ତୁ:-ନିଜ କର୍ମର ଫଳ ଭୋଗୁଛି ଚୀନ! ଡ୍ରାଗନକୁ ସହିବାକୁ ପଡୁଛି ଭାରି କ୍ଷତି

ଅଧିକ ପଢ଼ନ୍ତୁ:-ଆମେରିକା ଦ୍ୱାରା ହେଲା ବଡ଼ ଭୁଲ, IS ଆତଙ୍କୀ ବଦଳରେ ନିରୀହ ଲୋକଙ୍କ ଉପରେ କଲା ଏୟାରଷ୍ଟ୍ରାଇକ୍!

ଅଧିକ ପଢ଼ନ୍ତୁ:-LIC ସମସ୍ତ ପଲିସି ଧାରକଙ୍କ ପାଇଁ ଜାରି କରିଛି ଜରୁରୀ ସୂଚନା, ଜାଣି ନିଅନ୍ତୁ ନଚେତ ହୋଇପାରେ ବଡ଼ ଅସୁବିଧା