ଆଜିର ରାଶିଫଳ: ଅର୍ଦ୍ଧାଧିକ ରାଶିର ବ୍ୟକ୍ତିଙ୍କ ପାଇଁ ପୀଡ଼ାଦାୟକ ହୋଇପାରେ ସୋମବାର
Advertisement
Article Detail0/zeeodisha/odisha989895

ଆଜିର ରାଶିଫଳ: ଅର୍ଦ୍ଧାଧିକ ରାଶିର ବ୍ୟକ୍ତିଙ୍କ ପାଇଁ ପୀଡ଼ାଦାୟକ ହୋଇପାରେ ସୋମବାର


୨୦ ସେପ୍ଟେମ୍ବର ୨୦୨୧
ପୂର୍ଣ୍ଣିମା
ନକ୍ଷତ୍ର- ପୂର୍ବ ଭାଦ୍ରପଦ
ଚନ୍ଦ୍ର - କୁମ୍ଭ ରାଶି
ଘାତଚନ୍ଦ୍ର- ମିଥୁନ ଓ ମୀନ ରାଶି
ଘାତବାର -  ମିଥୁନ ରାଶି
ରାହୁକାଳ - ୦୭:୦୬ ରୁ ୦୮:୩୭
ଶୁଭ ସମୟ -  ୦୮:୪୦ ରୁ ୧୦:୦୦

ପ୍ରତିକାତ୍ମକ ଫଟୋ
ପ୍ରତିକାତ୍ମକ ଫଟୋ

ମେଷ: ଗୃହ ଉପକରଣ ସଂଗ୍ରହ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଦିଅଁ ଦର୍ଶନର ସୌଭାଗ୍ୟ ଅଛି।

ବୃଷ: ସାମୂହିକ କାର୍ଯ୍ୟରେ ଆଗେଇବେ। ସମ୍ମାନିତ ହେବେ, ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି। ମଧୁର ଭାଷା ବ୍ୟବହାର କରି ଅନୁସରଣକାରୀଙ୍କୁ ଉତ୍ସାହିତ କରିବେ। ପ୍ରେମୀ ଓ ସାହସୀ ହେବେ।

ମିଥୁନ: ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ। ଦୂର ଯାତ୍ରା କରନ୍ତୁ ନାହିଁ। ପରିବାରରେ ଅଶାନ୍ତି ଦେଖାଦେଇପାରେ। ଆୟ ବ୍ୟୟ ସମାନ ରହିବ। କ୍ରୀଡ଼ାବିତ୍ ସତର୍କ ରୁହନ୍ତୁ।

କର୍କଟ: ନୂତନ ଜମି କ୍ରୟ କରିବାର ସୁଯୋଗ ଅଛି। ବେଳେବେଳେ ଉଦାସ ମନୋଭାବ ପୋଷଣ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ, ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ।

Also Read: ଭଲ ନିଦ ପାଇଁ ଶୋଇବା ପୂର୍ବରୁ ପ୍ରତିଦିନ କରନ୍ତୁ ଏହି କାମ, ଆବଶ୍ୟକ ପଡିବ ନାହିଁ ମେଡ଼ିସିନ

ସିଂହ: ଥଣ୍ଡା-କଫଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଜ୍ଞାନ ଗରିମାଯୁକ୍ତ ହେବେ। ସାହସୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ। ରାଜନୀତି ଆଡକୁ ମନ ବଳାଇ ପାରନ୍ତି। କାର୍ଯ୍ୟରେ ବାଧା ଉପୁଜି ପାରେ।

କନ୍ୟା: କର୍ମକ୍ଷେତ୍ରରେ ସଫଳତା ମିଳିବ। ବ୍ୟବସାୟ ଲାଭଜନକ ହେବ। ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ।

ତୁଳା: ମୁଣ୍ଡବିନ୍ଧା, ଉଦର ପୀଡା ଭଳି ଅସୁସ୍ଥତା ଦେଖାଦେବ।କୌଣସି କାର୍ଯ୍ୟ ଠିକ୍ ଭାବେ ତୁଲାଇପାରିବେ ନାହିଁ। ଧାର କରଜ କରିପାରନ୍ତି। ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ। ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ।

ବିଛା: ଆୟ ଭଲ ରହିବ। କର୍ମ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ପରିବାରରେ ସାମାନ୍ୟ ମତଭେଦ ଦେଖାଦେବ। ଚିନ୍ତାଗ୍ରସ୍ତ ରହିବେ। ପଡୋଶୀଙ୍କ ସମ୍ପର୍କରେ ତିକ୍ତତା ଆସିପାରେ।

Also Read: SBI କଲା ସତର୍କ, ଏହି ନମ୍ବରକୁ କରନ୍ତୁ ଇଗ୍ନୋର ନଚେତ୍ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ  

ଧନୁ: ବ୍ୟବସାୟ ଲାଭଜନକ ହେବ। ପରିଶ୍ରମର ମୂଲ୍ୟ ମିଳିବ। ମନ ପ୍ରସନ୍ନ ରହିବ। ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି। ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିବେ। ପ୍ରେମୀ ଓ ସାହସୀ ହୋଇପାରନ୍ତି।

ମକର: ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ଚାକିରି କ୍ଷେତ୍ରରେ ଉଚ୍ଚ କତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ। ଭାଇମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ରହିବ। ବଳବାନ ହେବେ, ଶତ୍ରୁହନ୍ତା ହୋଇପାରନ୍ତି।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ଢେର ଉନ୍ନତି ଘଟିବ। ସୁଖ-ଦୁଃଖରେ ବନ୍ଧୁ ସହାୟତା ପାଇବେ। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ସହାୟତା ଓ ପରାମର୍ଶରେ ଆଗକୁ ବଢିବେ। ସମାଜ ସେବାରେ ମନ ଲଗାଇବେ।

ମୀନ: ଘାତ ଚନ୍ଦ୍ର ହେତୁ ସତର୍କ ରୁହନ୍ତୁ। ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ମଧ୍ୟମ ଧରଣରେ ରହିବ। ଦୂର ଯାତ୍ରା ବିପଦଜନକ ହୋଇପାରେ। ବ୍ୟବସାୟରେ ଭଲ ଲାଭ ଯୋଗ ରହିଛି। ଚାକିରିଆ ସମ୍ମାନ ପାଇବେ।

;