• ଭୁବନେଶ୍ୱର ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲା
  • ୪ ଦିନିଆ ରିମାଣ୍ଡରେ ଯିବେ ଗିରଫ ୩ ଅଭିଯୁକ୍ତ
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ
  • ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କ ଭିଜିଲାନ୍ସ
  • ଆଜି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୩୫ ପଇସା ବୃଦ୍ଧି
  • ରାଜ୍ୟରେ ଦିନକରେ ଆଉ ୪୪୩ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କିଲର ଭାଇରସ
  • ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୧୪୬ ଆକ୍ରାନ୍ତ ଚିହ୍ନଟ, ୧୪୪ ମୃତ
  • କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of September 22: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହି ବୁଧବାର...

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of September 22: ମେଷ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଉପଲବ୍ଧି ହେବ । ଆୟ ଆଶାନୁରୂପକ ହେବ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତି ହେବ । ବ୍ୟବସାୟରେ ସଫଳତା ପାଇବେ ।
 
ବୃଷ- ଦାନ ଧର୍ମ ପ୍ରତି ମନ ବଳିବ । କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ପାରିବାରିକ ସୁଖଶାନ୍ତି ଉପଭୋଗ କରିବେ । 

ମିଥୁନ- ଦିନଟିରେ ଆପଣଙ୍କ କର୍ମତତ୍ପରତା ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ସଚେତନ ହେବେ । ପ୍ରତ୍ୟେକଟି କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ କରିବେ । ନୂତନ ଯୋଜନା ଫଳପ୍ରସୁ ହେବ ।
 
କର୍କଟ- ଶାରୀରିକ ଅସୁସ୍ଥତା ଦେଖାଦେବ । ଆର୍ଥିକ ସ୍ଥିତିରେ ଅବନତି ହେବ । କର୍ମ କ୍ଷେତ୍ରରେ କର୍ମଚାପ ବଢିବ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ବ୍ୟବସାୟ ମଧ୍ୟମ ଧରଣର ହେବ । କୌଣସି ଦ୍ରବ୍ୟ ହଜି, ଚୋରି ବା ନଷ୍ଟ ହୋଇପାରେ ।ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ । 

ସିଂହ- ପରିଶ୍ରମୀ ହେବେ । ଦେହ ଓ ମନ ପ୍ରାୟ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ଆୟ ଉତ୍ତମ ହେବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ । 

କନ୍ୟା- ଶାରୀରିକ ସୁସ୍ଥତା ଲାଭ କରିବେ । କର୍ମତତ୍ପର ହେବେ । ବ୍ୟବସାୟିକ ଅଭିବୃଦ୍ଧି ଦେଖାଦେବ । ସାଂଗଠନିକ କାର୍ଯ୍ୟରେ ଯୋଗ ଦେବେ । ଆୟ ଅବ୍ୟାହତ ରହିବ । 

ତୁଳା- ମନ ପ୍ରସନ୍ନ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଉପଲବ୍ଧି ହେବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ନୂତନ ସାମଗ୍ରୀ କ୍ରୟ କରିବେ । ପରିବାରରେ ହର୍ଷଉଲ୍ଲାସରେ ଲାଗି ରହିବ । 

ବିଛା- ପୂଜାପୂଜି ପାଇଁ ମନ ବଳାଇବେ । କର୍ତ୍ତବ୍ୟ ନିଷ୍ଠ ହୋଇ ସମସ୍ତ ନ୍ୟସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଦେହ ଓ ମନ ଭଲ ରହିବ । ବ୍ୟବସାୟିକ ଅଭିବୃଦ୍ଧି ପାଇଁ ନୂତନ ଚିନ୍ତାଧାରା ଆପଣେଇବେ । 

ଧନୁ- ଦିନଟି ଶୁଭାଶୁଭ ମିଶ୍ରିତ ଫଳ ଦେବ । ଦେହ ଓ ମନ ଭଲ ରହିବ । କାର୍ଯ୍ୟାଳୟରେ କର୍ମଚାପ ବୃଦ୍ଧି ପାଇବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟସ୍ତତା ଭିତରେ ଦିନ କଟିବ । ଠକାମିର ଶିକାର ହେବେ । 

ମକର- ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ ।

କୁମ୍ଭ- ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଂପାଦନ କରିବେ । କାର୍ଯ୍ୟାଳୟରେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ପାଇବେ । ଆୟ ଆଶାନୁରୂପ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । 

ମୀନ- ଦୃଢମନା ହୋଇ ଏକାଗ୍ର ଚିତ୍ତରେ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ଆର୍ଥିକ ସ୍ଥିତି ମଜ୍‌ଭୁତ ହେବ । ଅ୍ଧବନ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ପରିଲକ୍ଷିତ ହେବ ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ କିଏ ଏହି ଏୟାର ମାର୍ଶଲ ଭି.ଆର ଚୌଧୁରୀ? ଯିଏ ହେବେ ଦେଶର ପରବର୍ତ୍ତୀ ବାୟୁସେନା ମୁଖ୍ୟ

ଅଧିକ ପଢ଼ନ୍ତୁ: ପିଏମ ମୋଦିଙ୍କ ଆମେରିକା ଗସ୍ତ, ବାଇଡେନଙ୍କ ସହ ଆତଙ୍କବାଦ ସମେତ ଏହି ପ୍ରସଙ୍ଗଗୁଡିକରେ ହେବ ଆଲୋଚନା 

ଅଧିକ ପଢ଼ନ୍ତୁ: ୧ ଅକ୍ଟୋବରରୁ ବଦଳିଯିବ ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ପେମେଣ୍ଟ କରିବାର ପଦ୍ଧତି, ଜାଣନ୍ତୁ ଡିଟେଲ୍ସ