ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତି ଦୁଶ୍ଚିନ୍ତା ଦେଇ ଗତି କରିବେ
Advertisement

ଆଜିର ରାଶିଫଳ: ଏହି ରାଶିର ବ୍ୟକ୍ତି ଦୁଶ୍ଚିନ୍ତା ଦେଇ ଗତି କରିବେ

୨୮ ସେପ୍ଟେମ୍ବର ୨୦୨୧, ମଙ୍ଗଳବାର, ଅଶ୍ୱିନୀ ମାସ, ତିଥି: ସପ୍ତମୀ , ନକ୍ଷତ୍ର: ମୃଗଶିରା, ଚନ୍ଦ୍ର: ବୃଷ ରାଶି, ଘାତଚନ୍ଦ୍ର : ବିଛା ରାଶି, ଘାତବାର: ମକର ରାଶି, ରାହୁକାଳ : ୦୨:୩୭ ରୁ ୦୪:୦୭, ଶୁଭ ସମୟ : ୧୦:୧୦ରୁ ୧୧:୨୦

 

 

ପ୍ରତିକାତ୍ମକ ଫଟୋ

ମେଷ: ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ଈଶ୍ୱର ବିଶ୍ୱାସୀ ହେବେ । ଦାନ ଧର୍ମ ପ୍ରତି ମନ ବଳିବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ ।

ବୃଷ: ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ । ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ।

ମିଥୁନ: ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବନ୍ଧୁସୂତ୍ରରୁ ଲାଭବାନ୍ ହେବେ । ପାରିବାରିକ ସୁଖଶାନ୍ତି ଲାଗି ରହିବ ।

କର୍କଟ: ଶରୀର ଆରୋଗ୍ୟ ରହିବ । ଦୃଢ ମନୋବଳ ନେଇ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ପାରିବାରିକ ସୁଖଶାନ୍ତି ଲାଭ କରିବେ । ଛାତ୍ରଛାତ୍ରୀମାନେ ପଡାପଢିରେ ଭଲ କରିବେ ।

Also Read: ଡାକ୍ତରଙ୍କୁ ରଖେଇ ଦେଲେନି ଫାର୍ମାସିଷ୍ଟ; ମେଡିକାଲରେ ତାଲା ପକାଇଦେଲେ ଅଞ୍ଚଳବାସୀ

ସିଂହ: ଦେହ ଓ ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ତତ୍ପରତା ଦେଖାଇବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ଗୃହକୁ ବନ୍ଧୁ ଆଗମନ ହେବ ।

କନ୍ୟା: ଶରୀର ସୁସ୍ଥ ରହିବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । କର୍ମ କ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ ।

ତୁଳା: ଆନନ୍ଦ ଉଲ୍ଲାସରେ ଦିନ କାଟିବେ । ନୂତନ ବସ୍ତ୍ରାଦି କ୍ରୟ କରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ।

ବିଛା: ଘାତ ଚନ୍ଦ୍ର ଭୋଗ ହେଉଥିବାରୁ ଆପଣଙ୍କୁ ସାବଧାନତା ସହ ଦିନଚର୍ଯ୍ୟା କରିବାକୁ ପଡିବ । ଶାରୀରିକ କ୍ଲେଶ ଅନୁଭବ କରିବେ । ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ ।

Also Read: ପୁଅର ପରକୀୟା ପ୍ରୀତି ପାଇଁ ବଳି ପଡ଼ିଲେ ବାପା-ମାଆ!

ଧନୁ: ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ । ବହୁ ଦିନରୁ ପଡିରହିଥିବା କାମ ଆଜି ସଂପୂର୍ଣ୍ଣ କରିବେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ । ଆଇନ ଅଦାଲତର କାମ ଆପଣଙ୍କ ସପକ୍ଷରେ ଯିବ ।

ମକର: ମନ ବିଷର୍ଣ୍ଣ ରହିବ । କର୍ମ କ୍ଷେତ୍ରରେ ଅଶାନ୍ତିର ବାତାବରଣ ଦେଖାଦେବ । ଦୁଶ୍ଚିନ୍ତା ଦେଇ ଗତି କରିବେ । ଶାରୀରିକ କିମ୍ବା ମାନସିକ ଆଘାତ ପାଇବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ ।

କୁମ୍ଭ: ଦେହ ଓ ମନ ସୁସ୍ଥ ରହିବ । ସୁଖ ସମ୍ମାନ ମିଳିବ । ବିବାଦୀୟ ଘଟଣାର ଅବସାନ ଘଟିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସହକର୍ମୀଙ୍କ ନିକଟରୁ ପୂର୍ଣ୍ଣ ସହଯୋଗ ମିଳିବ ।

ମୀନ: ସ୍ୱାସ୍ଥ୍ୟ ସଚେତନ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ନୂତନ ଦ୍ରବ୍ୟ ଆଦି କ୍ରୟ କରିବେ । ଆୟ ପୂର୍ବବତ ରହିବ । ବ୍ୟବସାୟୀମାନେ ଆଶାନୁରୂପକ ଲାଭ ପାଇବେ ।