Horoscope Today 1 February 2023: ଆଜି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି 4ଟି ରାଶି ରୁହନ୍ତୁ ସାବଧାନ: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର
Advertisement

Horoscope Today 1 February 2023: ଆଜି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି 4ଟି ରାଶି ରୁହନ୍ତୁ ସାବଧାନ: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର

Horoscope Today 1 February 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୧ ହେଉଛି ବୁଧବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Horoscope Today 1 February 2023: ଆଜି ୫ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି 4ଟି ରାଶି ରୁହନ୍ତୁ ସାବଧାନ: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର

Horoscope Today 1 February 2023: ମେଷ ରାଶି:- ଶରୀର ଆରୋଗ୍ୟ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ନୂତନ ସାମଗ୍ରୀ କ୍ରୟ କରିବେ । ପରିବାରରେ ହର୍ଷଉଲ୍ଲାସରେ ଲାଗି ରହିବ ।

ବୃଷ ରାଶି:- ଆଜି ଆପଣ ପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି । ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ । ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ ।

ମିଥୁନ ରାଶି:- ଆଜି ଦିନଟି ଭୋଗ, ବିଳାସ ଦିଗକୁ ସ୍ୱତଃ ମନ ଟାଣିହୋଇଯିବ । ଆଜି ବିଭିନ୍ନ ସୁତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ ।
 
କର୍କଟ ରାଶି:- ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ । ଏଣେ ଯାହା ପାଇବା କଥା ତାହା ଠିକ୍ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ । ମିତ୍ର, ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।
 
ସିଂହ ରାଶି:- ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ । ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ । ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ । ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।

କନ୍ୟା ରାଶି:- ପୂଜାପୂଜି ପାଇଁ ମନ ବଳାଇବେ । କର୍ତ୍ତବ୍ୟ ନିଷ୍ଠ ହୋଇ ସମସ୍ତ ନ୍ୟସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଦେହ ଓ ମନ ଭଲ ରହିବ । ବ୍ୟବସାୟିକ ଅଭିବୃଦ୍ଧି ପାଇଁ ନୂତନ ଚିନ୍ତାଧାରା ଆପଣେଇବେ ।

ତୁଳା ରାଶି:- ସ୍ୱାସ୍ଥ୍ୟ ଅତୁଟ ରହିବ । କର୍ମ କ୍ଷେତ୍ରରେ ଚଳଚଞ୍ଚଳ  ରହିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ ।  ପାରିବାରିକ ସୁଖଶାନ୍ତି ଲାଭ କରିବେ । ବ୍ୟାଙ୍କିଙ୍ଗ୍‌, ଇନସୁରାନସ ବିଭାଗରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭପ୍ରଦ ଅଟେ ।

ଅଧିକ ପଢ଼ନ୍ତୁ:-ଭାରତୀୟ ଦଳକୁ ଲାଗିଲା ବଡ଼ ଝଟକା, ଗୁରୁତର ଆହତ ହେଲେ ଏହି ଖେଳାଳି

ଅଧିକ ପଢ଼ନ୍ତୁ:-ଇଶାନ କିଶାନଙ୍କ ସ୍ଥାନରେ ତୃତୀୟ ଟି-20 ମ୍ୟାଚରେ ଖେଳିବେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ!

ବିଛା ରାଶି:- ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ନୂତନ ସମସ୍ୟା ସୃଷ୍ଟି କରିବ । ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।

ଧନୁ ରାଶି:- ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ । ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବଂ ସଫଳ ହେବେ । ଧନଲାଭର ଯୋଗ ରହିଛି । ବିଦେଶ ଯିବା ଲୋକ ଶୁଭ ଖବର ପାଇବେ । ସ୍ୱାସ୍ଥ୍ୟ ବଢିଆ ରହିବ ।

ମକର ରାଶି:- ଆଜି ସୁସ୍ଥତା ଅକ୍ଷୁର୍ଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ । ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ । ହଠାତ୍ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ ।

କୁମ୍ଭ ରାଶି:- ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ । ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ ଡିଲ୍ କରିବେ । ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ ।  

ମୀନ ରାଶି:- ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ । କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢିବେ । ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ ।