ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର
Advertisement

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope Today 16 August 2022: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope Today 16 August 2022: ମେଷ- ଦେହ ଓ ମନ ଭଲ ରହିବ । ଯୋଜନା ଅନୁଯାୟୀ  ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ବନ୍ଧୁବାନ୍ଧବ ତଥା ଜ୍ଞାତି ପରିଜନଙ୍କ ଗହଣରେ ଦିନ କାଟିବେ ।

ବୃଷ- ମନ ପ୍ରସନ୍ନ ରହିବ । ଅବସର ସମୟର ସଦ୍‌ଉପଯୋଗ କରିବେ । ବନ୍ଧୁବାନ୍ଧବଙ୍କ ଗହଣରେ ଦିନ କାଟିବେ । ବିବାହ ଭୋଜି ଆଦିରେ ଯୋଗ ଦେବେ । ଆୟ ବ୍ୟୟ ସମାନ ରହିବ ।

ମିଥୁନ- ଶାରୀରିକ କ୍ଲେଶ ବୃଦ୍ଧି ପାଇବ । ମାନସିକ ଅବସାଦ ଦେଖାଦେବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଘାତ ଚନ୍ଦ୍ର ଭୋଗ ହେତୁ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।

କର୍କଟ- ନିଜ ଅଧିକାର ସାବ୍ୟସ୍ତ କରିବେ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଦୂର ସହରକୁ ଯାତ୍ରା କରିପାରନ୍ତି । ବିବାଦୀୟ ଘଟଣାର ଅବସାନ ଘଟିବ ।

ସିଂହ- ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ । ଦିଅଁ ଦର୍ଶନର ସୌଭାଗ୍ୟ ଅଛି । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ । ଛାତ୍ରଛାତ୍ରୀ ପାଠପଢାରେ ଅବହେଳା ପ୍ରଦର୍ଶନ କରିବେ ।

କନ୍ୟା- ଦେହ ଓ ମନ ଭଲ ରହିବ । ଉଚ୍ଚ ସମ୍ମାନ ଲାଭ କରିବେ । ଗୃହକୁ ବିବାହ ପ୍ରସ୍ତାବ ଆସିପାରେ । ଅବସର ସମୟର ସଠିକ୍ ଉପଯୋଗ କରିବେ । ନୂତନ ଦ୍ରବ୍ୟ କ୍ରୟ କରିବେ ।

ତୁଳା- ଦେହ ସୁସ୍ଥ ରହିବ । ମନ ପ୍ରସନ୍ନ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ । ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କ  ମଧୁର ହେବ ।

ଏହା ବି ପଢ଼ନ୍ତୁ:-୨୦୨୪ରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନରେନ୍ଦ୍ର ମୋଦି? ହେବ ବଡ଼ ଖେଳ

ଏହା ବି ପଢ଼ନ୍ତୁ:-ମାର୍ଟିନ ଗୁପଟିଲ ପୁଣିଥରେ ଭାଙ୍ଗିଲେ ରୋହିତ ଶର୍ମାଙ୍କ ଏହି ବିଶ୍ୱ ରେକର୍ଡ, କିନ୍ତୁ...

ଏହା ବି ପଢ଼ନ୍ତୁ:-ପ୍ରଥମେ ଶୁଭେଚ୍ଛା ପରେ ମୋଦି ସରକାରଙ୍କୁ ଚେତାବନୀ, ସୋନିଆ ଗାନ୍ଧୀଙ୍କ ବାର୍ତ୍ତାରେ ଲୁଚି ରହିଛି ଅନେକ ସଙ୍କେତ

 

ବିଛା- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସନ୍ତାନ ସନ୍ତତି ଭିତ୍ତିକ ସମସ୍ୟା ଦୂରିଭୂତ ହେବ । ମନ ପ୍ରଫୁଲ୍ଲ୍ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ ।

ଧନୁ- ମାନସିକ ଓ ଶାରିରୀକ ସୁସ୍ଥତା ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶତ୍ରୁ ପରାଜିତ ହେବେ । କର୍ମ ତତ୍ପରତା ବୃଦ୍ଧି ପାଇବ ।

ମକର- ଗାଡି ମଟର ଚାଳନାରୁ ନିବୃତ୍ତ ରୁହନ୍ତୁ । ଦୂରଯାତ୍ରା ବିପଦପୂର୍ଣ୍ଣ ହେବ । ବୃଥା ନିନ୍ଦା ଅପବାଦ ମିଳିପାରେ । ବାକ୍ ସଂଯମତା ରକ୍ଷା ନ କଲେ ବିପଦରେ ପଡିବେ । ଅର୍ଥହାନି ହେବ ।

କୁମ୍ଭ- ଶାରିରୀକ ସୁସ୍ଥତା ଲାଭ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । କାର୍ଯ୍ୟାଳୟରେ କାର୍ଯ୍ୟଚାପ ରହିବ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭ ପ୍ରଦ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଅପରାହ୍ନରେ ଶୁଭଖବର ପ୍ରାପ୍ତ ହେବ । 
 
ମୀନ- ଚିନ୍ତାଗ୍ରସ୍ତ ରହିବେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।