Horoscope Today 24 January 2023: ମଙ୍ଗଳ ହେବ ମଙ୍ଗଳବାର, କେବଳ ଏହି ୩ ରାଶିର ବ୍ୟକ୍ତିଙ୍କ ଉପରେ ଅଛି ବିପଦ: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ
Advertisement

Horoscope Today 24 January 2023: ମଙ୍ଗଳ ହେବ ମଙ୍ଗଳବାର, କେବଳ ଏହି ୩ ରାଶିର ବ୍ୟକ୍ତିଙ୍କ ଉପରେ ଅଛି ବିପଦ: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ

Horoscope Today 24 January 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜାନୁଆରୀ ୨୪ ହେଉଛି ମଙ୍ଗଳବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Horoscope Today 24 January 2023: ମଙ୍ଗଳ ହେବ ମଙ୍ଗଳବାର, କେବଳ ଏହି ୩ ରାଶିର ବ୍ୟକ୍ତିଙ୍କ ଉପରେ ଅଛି ବିପଦ: ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ

Horoscope Today 24 January 2023: ମେଷ- ଦେହ ଆରୋଗ୍ୟ ରହିବ । ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିବେ । କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିଙ୍କ ଠାରୁ ପ୍ରଶଂସା ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ ।

ବୃଷ-ନିଜ ଅଧିକାର ସାବ୍ୟସ୍ତ କରିବେ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଦୂର ସହରକୁ ଯାତ୍ରା କରିପାରନ୍ତି । ବିବାଦୀୟ ଘଟଣାର ଅବସାନ ଘଟିବ ।

ମିଥୁନ- ମାନସିକ ଶାନ୍ତି ଫେରି ପାଇବେ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । କାର୍ଯ୍ୟାଳୟର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପାରିବାରିକ ଜୀବନ ହର୍ଷ ଉଲ୍ଲାସ ଭରା ରହିବ ।

କର୍କଟ- ଘାତବାର ଭୋଗ ହେତୁ ବିଶେଷ ଭାବେ ସତର୍କ ରୁହନ୍ତୁ । ଧନ କ୍ଷୟ ହେବାର ସମ୍ଭାବନା ରହିଛି । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ଶରୀର ପୀଡା ଦେଖାଦେବ ।

ସିଂହ- ଦେହ ଓ ମନ ଭଲ ରହିବ । ଈଶ୍ୱରଙ୍କ ପ୍ରତି ଆସ୍ଥା ବଢିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କାର୍ଯ୍ୟାଳୟରେ ପାରଦର୍ଶିତା ଦେଖାଇବେ । ପାରିବାରିକ ଜୀବନ ସୁଖମୟ ହେବ ।

କନ୍ୟା- ମାନସିକ ଓ ଶାରୀରିକ ସୁସ୍ଥତା ଲାଭ କରିବେ । ପୂଜା ଆରଧନାରେ ସମୟ କାଟିବେ । ପ୍ରତ୍ୟେକ କାର୍ଯ୍ୟରେ ଆତ୍ମସନ୍ତୋଷ ଲାଭ କରିବେ । ପାରିବାରିକ ଜୀବନ ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।

ତୁଳା- ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ ।

ଅଧିକ ପଢ଼ନ୍ତୁ:-ଏତେ କୋଟି ଟଙ୍କାର ମାଲିକ ରାହୁଲ-ଆଥିଆ, ଦେଖନ୍ତୁ ସମ୍ପତ୍ତି ମାମଲାରେ କିଏ ଅଛନ୍ତି ଆଗରେ!

ଅଧିକ ପଢ଼ନ୍ତୁ:-୧ ବଲରେ ୧୬ ରନ୍, Steven Smith ପୁଣିଥରେ ବ୍ୟାଟରୁ କଲେ ଧମାକା; ଦେଖନ୍ତୁ ଭିଡିଓ

ଅଧିକ ପଢ଼ନ୍ତୁ:-ବିରାଟ ଓ ସଚିନଙ୍କ ମଧ୍ୟରେ କିଏ ଶ୍ରେଷ୍ଠ, କପିଲ ଦେବଙ୍କ ଜବାବରୁ ଉଭୟଙ୍କ ଫ୍ୟାନ୍ସ ହେବେ ସହମତ

 

ବିଛା- ଶରୀର ସୁସ୍ଥ ରହିବ । ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନ ସମୃଦ୍ଧ ହେବ ।

ଧନୁ- ଦେହ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଆୟ ଓ ବ୍ୟୟ ସମାନ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ମକର- ଶରୀର ସୁସ୍ଥ ରହିବ । କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଆୟ ଉତ୍ତମ ହେବ ।

କୁମ୍ଭ- ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ମନ ଦୁର୍ବଳ ରହିବ । ଆୟ ମଧ୍ୟମ ଧରଣର ହେବ । ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ବିପକ୍ଷରେ ଯିବ ।

ମୀନ- କର୍ମ ତତ୍ପରତା ପ୍ରକାଶ ପାଇବ । ସୁଖ ସମ୍ମାନର ଅଧିକାରୀ ହେବେ । ଉଚ୍ଚ ଆଶା ସଫଳ ହେବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କର ପତିଆର ବୃଦ୍ଧି ପାଇବ ।

ଗୃହ ବିଚାର-ବିଲେଇ ଘରେ ଥିଲେ କେଉଁ ଶୁଭ ଫଳ ମିଳିଥାଏ ?

ବିଲେଇ ମା ଷଷ୍ଠୀଙ୍କ ପ୍ରତୀକ । ବିଲେଇ ରହୁଥିବା ଘରେ ସାପ କିମ୍ବା ମୂଷା ରହିବେ ନାହିଁ । ବିଲେଇ ଘରେ ରହିବା ଦ୍ୱାରା ଘରେ ଲକ୍ଷ୍ମୀ ଆସିଥାନ୍ତି । ଘରେ ବିଲେଇ ପିଲା ଜନ୍ମ କରିବା ଦ୍ୱାରା ଶୁଭ ହୋଇଥାଏ । ବିଲେଇର ଫୁଳକୁ ଘରେ ରଖନ୍ତୁ, ମା ଲକ୍ଷ୍ୟ ଘରେ ବାସ କରନ୍ତି ।ବିଲେଇକୁ କ୍ଷୀର ଖାଇବାକୁ ଦେଲେ ଗ୍ରହ ଶାନ୍ତି ହୋଇଥାନ୍ତି । ବିଲେଇ ଆପଣଙ୍କ ଦେହରେ ଘସି ହୋଇ ଗଲେ ଏହା ଶୁଭ । ବିଲେଇକୁ ମାରନ୍ତୁ ନାହିଁ ।