Horoscope Today 4 February 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର
Advertisement

Horoscope Today 4 February 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

Horoscope Today 4 February 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୪ ହେଉଛି ଶନିବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Horoscope Today 4 February 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର

Horoscope Today 4 February 2023: ମେଷ-କର୍ତ୍ତବ୍ୟ ପରାୟଣ ହେବେ । ଉଚ୍ଚ ଆଶା ଫଳବତୀ ହେବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।

ବୃଷ-ମନ ଭଲ ରହିଲେ ମଧ୍ୟ ଦେହ ଅସୁସ୍ଥ ରହିବ । ଜଗି ରଖି ଚଳିବାର ଦିନଟିଏ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇବେ । ଆୟ ଅବ୍ୟାହତ ରହିବ । ପାରିବାରିକ ବୁଝାମଣାରେ ଅଭାବ ପରିଲକ୍ଷିତ ହେବ ।  

ମିଥୁନ-ଅସୁସ୍ଥତା ସହ ମାନସିକ ଭାରକ୍ରାନ୍ତ ହେବେ । କାର୍ଯ୍ୟ ସଂପାଦନରେ ବିଳମ୍ବ ହେବ । ଆୟ ଓ ବ୍ୟୟ ସମାନ ରହିବ । କୌଣସି ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ହୋଇପାରେ । ପାରିବାରିକ ବୁଝାମଣାରେ ଅଭାବ ପରିଲକ୍ଷିତ ହେବ । 

କର୍କଟ-ଶାରୀରିକ ସୁସ୍ଥତା ବୋଧ ହେବ । ପ୍ରତ୍ୟେକଟି କାର୍ଯ୍ୟକୁ ସଫଳ ରୂପାୟନ ଦେବେ । ଗୃହକୁ ବନ୍ଧୁ ଆଗମନ ହୋଇପାରେ । ନୂତନ ବସ୍ତ୍ରାଦି କ୍ରୟ କରିବେ । ବ୍ୟୟ ଭାର ବୃଦ୍ଧି ପାଇବ ।  

ସିଂହ-ଶାରୀରିକ କଷ୍ଟ ପାଇପାରନ୍ତି । ଆୟ ଉତ୍ତମ ହେବ । କର୍ମକ୍ଷେତ୍ରରେ ଅଶାନ୍ତିର ବାତାବରଣ ମିଳିବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ ।  

କନ୍ୟା-ଶାରୀରିକ ଅସୁସ୍ଥତା ଦେଖାଦେବ । କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ । ମନ ଭାରାକ୍ରାନ୍ତ ରହିବ । ପାରିବାରିକ ସୁଖଶାନ୍ତି ବାଧାପ୍ରାପ୍ତ ହେବ ।

ତୁଳା-ଦେହ ଓ ମନ ଭଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଦାନ ଧର୍ମ ପ୍ରତି ମନ ବଳିବ । କର୍ମ କ୍ଷେତ୍ର ସହଜ ସରଳ ହେବ । ବ୍ୟବସାୟୀକ ଦୃଷ୍ଟିକୋଣରୁ ଦିନଟି ଅନୁକୂଳ ।

ଅଧିକ ପଢ଼ନ୍ତୁ:-ଏହି ୫ଟି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲ୍ ବି ଖାଆନ୍ତୁନି ବାଇଗଣ, ନଚେତ୍ ଭୋଗିବେ ଏସବୁ ସମସ୍ୟା!

ଅଧିକ ପଢ଼ନ୍ତୁ:-ଏସବୁ ଦିନରେ ଭୁଲରେ ବି ରଖନ୍ତୁନି ଶାରୀରିକ ସମ୍ପର୍କ, ନଚେତ୍ ଜୀବନ ସାରା ଭୋଗିବାକୁ ପଡ଼ିବ...

ଅଧିକ ପଢ଼ନ୍ତୁ:-ପେନସନ ପାଉଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଖବର; ସରକାର କଲେ ଏପରି ଘୋଷଣା, ଖୁସିରେ ନାଚି ଉଠିବେ ପେନସନଭୋଗୀ!

  

ବିଛା-ଶରୀର ସୁସ୍ଥ ରହିବ । ମନରେ ବିରକ୍ତି ଭାବ ପ୍ରକାଶ ପାଇବ । କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ କ୍ରୋଧର ଶିକାର ହେବେ । ପାରିବାରିକ ଜଞ୍ଜାଳ ବଢିଯିବ ।  

ଧନୁ-ଦେହ ଓ ମନ ଭଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ବିବାହ ଭୋଜିରେ ଯୋଗଦେବେ । ଆୟ ଉତ୍ତମ ହେବ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସା ଲାଭ କରିବେ ।  

ମକର-କର୍ମ ଚଞ୍ଚଳ ରହିବେ । ପ୍ରତ୍ୟେକ କାର୍ଯ୍ୟରେ ତତ୍ପରତା ଦେଖାଇବେ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ଅକସ୍ମାତ୍ ଧନ ପ୍ରାପ୍ତିର ଯୋଗ ରହିଛି ।  

କୁମ୍ଭ-ଦିନଟି ଆପଣଙ୍କ ସପକ୍ଷରେ । ମାନସିକ ଓ ଶାରୀରିକ ସୁସ୍ଥତା ମିଳିବ । ଶତ୍ରୁ ପରାଜିତ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ସୁଖଶାନ୍ତି ଭୋଗ କରିବେ ।  

ମୀନ-ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । କାର୍ଯ୍ୟରେ ବାଧା ଉପୁଜିବ । ମାନସିକ ଅବସାଦ ଦେଖାଦେବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । କର୍ମକ୍ଷେତ୍ରରେ ପ୍ରତିଯୋଗିତାପୂର୍ଣ୍ଣ ବାତାବରଣ ମିଳିବ ।