Horoscope Today 7 February 2023: ଆଜି ଏହି ଏସବୁ ରାଶି ଉପରେ ହେବ ଧନର ବର୍ଷା, ଏହି ୨ ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର
Advertisement

Horoscope Today 7 February 2023: ଆଜି ଏହି ଏସବୁ ରାଶି ଉପରେ ହେବ ଧନର ବର୍ଷା, ଏହି ୨ ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର

Horoscope Today 7 February 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଫେବୃଆରୀ ୭ ହେଉଛି ମଙ୍ଗଳବାର । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ....

Horoscope Today 7 February 2023: ଆଜି ଏହି ଏସବୁ ରାଶି ଉପରେ ହେବ ଧନର ବର୍ଷା, ଏହି ୨ ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର

Horoscope Today 7 February 2023: ମେଷ- ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ଭାରାକ୍ରାନ୍ତ ହେବେ । ବ୍ୟବସାୟିକ ସ୍ତରରେ ଲାଭବାନ ହେବେ । ଇଶ୍ୱର ବିଶ୍ୱାସୀ ହେବାସହ ପୂଜାର୍ଚ୍ଚନାରେ ସମୟ ବିତାଇବେ । କର୍ମତତ୍ପର ହେବେ । ଦୂରଯାତ୍ରା କରିପାରନ୍ତି ।

ବୃଷ- ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ । ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ଅତ୍ୟନ୍ତ ଶୁଭ । କିନ୍ତୁ ଜମିବାଡ଼ି ବିବାଦ ଉପୁଜିପାରେ । ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇବେ । ଦୂରଯାତ୍ରା ସଫଳ ହେବ ।

ମିଥୁନ- ଦେହ ଓ ମନ ଭଲ ରହିବ । ପୂର୍ବ ବିବାଦରୁ ମୁକ୍ତି ପାଇବେ । ବ୍ୟବସାୟ କ୍ଷେତ୍ରରେ ଦୂରଯାତ୍ରା କରିପାରନ୍ତି । ଚାକିରିରେ ମଧ୍ୟ ପଦନ୍ନୋତୀର ଯୋଗ ରହିଛି । ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ ।

କର୍କଟ- ସ୍ୱାସ୍ଥ୍ୟ ଭଲ ରହିବ । ମାନସିକ ସ୍ତରରେ ସାମାନ୍ୟ ଚିନ୍ତିତ ହେବେ । କୌଣସି ଦେବାଦେବୀଙ୍କ ଦର୍ଶନ କରିପାରନ୍ତି । ଆୟ ଭଲ ରହିବ । ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ ।

ସିଂହ- ଦେହ ଭଲ ରହିବ । ପାରିବାରିକ ସମସ୍ୟା ଚିନ୍ତାର କାରଣ ହେବ । କର୍ମକ୍ଷେତ୍ରରେ ମନ ଲାଗିବ ନାହିଁ । ନିଜକୁ ନିୟନ୍ତ୍ରଣରେ ରଖନ୍ତୁ । ଦୂରଯାତ୍ରା ମଧ୍ୟମ ଧରଣର ଫଳ ଦେବ ।

କନ୍ୟା- ଦେହ ଓ ମନ ପ୍ରଫୁଲ୍ଲ ରହିବ । କୌଣସି ବାଦ ବିବାଦ ସହ ଜଡିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିଲେ ମଧ୍ୟ ସହକର୍ମୀଙ୍କ ଇର୍ଷାର ଶିକାର ହେବେ । ଆୟ ବୃଦ୍ଧି ପାଇବା ସହ ସଞ୍ଚୟ ଚିନ୍ତା ରହିବ । ଖେଳାଳୀମାନେ ଭଲ ପ୍ରଦର୍ଶନ କରିବେ ।

ତୁଳା- ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକୁଳିବେ । ମନ ମଧ୍ୟ ଭଲ ରହିବ । ଦାମ୍ପତ୍ୟ ସୁଖ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ଆଗକୁ ବଢିବେ । ବନ୍ଧୁ ପରିଜନ ଘରକୁ ଆସିପାରନ୍ତି ।

ଅଧିକ ପଢ଼ନ୍ତୁ:-ଦୁଇ ଗର୍ଭବତୀ ପତ୍ନୀ ଥିବା ସତ୍ତ୍ୱେ ତୃତୀୟ ବିବାହ କରି ଘରକୁ ଆସିଲେ ପ୍ରସିଦ୍ଧ ୟୁଟ୍ୟୁବର୍; ସଉତୁଣୀ ଉପରେ ରାଗି ଚପଲରେ...

ଅଧିକ ପଢ଼ନ୍ତୁ:-ଟେଷ୍ଟ ସିରିଜ ପୂର୍ବରୁ ଦଳକୁ ଲାଗିଲା ବଡ଼ ଝଟକା, ଏହି ୨ ମ୍ୟାଚ୍ ୱିନର୍ ଆହତ କାରଣରୁ ହଠାତ୍ ହେଲେ ବାହାର

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଲାଗୁ କରିଥିବା ରାଜ୍ୟଗୁଡିକୁ ଶକ୍ତ ଧକ୍କା! କେନ୍ଦ୍ର ସରକାର ନେଲେ ଏହି ବଡ଼ ପଦକ୍ଷେପ

 

ବିଛା- ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ । ମନରେ ସ୍ଥିରତା ଆସିବ । ପାରିବାରିକ ଶାନ୍ତି ମିଳିବ । ବ୍ୟବସାୟରେ ଲାଭବାନ ହେବେ । ଚାକିରିରେ ବଦଳିର ଯୋଗ ରହୁଛି ।

ଧନୁ- ଘାତଚନ୍ଦ୍ର ହେତୁ ସତର୍କତା ଅବଲମ୍ୱନ କରନ୍ତୁ । ସ୍ୱାସ୍ଥ୍ୟ ଜନିତ ପିଡା ଅନୁଭବ କରିବେ । ମାନସିକ ସ୍ତରରେ କୌଣସି ପରିବର୍ତ୍ତନ ହେବନାହିଁ । ଗୃହକୁ ଅତିଥି ଆସିପାରନ୍ତି । ପ୍ରେମ ସମ୍ପର୍କରେ ତିକ୍ତତା ଭାବ ସୃଷ୍ଟିହେବ ।

ମକର- ଆଜି ଆପଣଙ୍କର ଘାତବାର । ଜଗି ରଖି ନଚଳିଲେ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବ । ଆଧ୍ୟାତ୍ମିକ ଭାବନା ସହ ଦିନଟି କାଟିବେ । ଦୂରଯାତ୍ରା କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କୁମ୍ଭ- ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ମଧ୍ୟ ଭଲ ରହିବ । ଆକସ୍ମିକ ଭାବରେ ଧନପ୍ରାପ୍ତିର ଯୋଗ ରହୁଛି । ବ୍ୟାଙ୍କି କ୍ଷେତ୍ରରେ ସଫଳତା ପାଇବେ । ଦୂରଯାତ୍ର ସଫଳ ହେବ । ଛାତ୍ରଛାତ୍ରୀଙ୍କ ମନ ଖେଳକୁଦରେ ରହିବ । 

ମୀନ- ଦେହ ଭଲ ରହିବ । ଆଳସ୍ୟପଣ ଲାଗି ରହିବ । ସେୟାର ମାର୍କେଟରୁ ଲାଭ ପାଇବେ । ଦୂର ସ୍ଥାନକୁ ଭ୍ରମଣର ଯୋଗ ରହୁଛି । ନବଦମ୍ପତିଙ୍କ ସମ୍ପର୍କରେ ମଧୁରତା ଆସିବ ।