)
ମେଷ: ପିଲାମାନଙ୍କ କାର୍ଯ୍ୟ କଳାପରେ ସନ୍ତୁଷ୍ଟ ହେବେ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢି ତୋଳିବ । ପ୍ରୀତି ଲାଭ କରିପାରନ୍ତି । ଜ୍ଞାନ-ଗରିମା ଯୋଗୁଁ ସାମାଜିକ ସ୍ତରରେ ଆଦରଣୀୟ ହେବେ । ବହୁ ମିତ୍ରଙ୍କ ଆଗମନୀ ହୋଇପାରେ ।
ବୃଷ: କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଦେହ ଓ ମାନସିକ ସ୍ତରରେ ପୀଡିତ ହୋଇପାରନ୍ତି । ହିତ ସାଧନ ପାଇଁ ସର୍ବଦା ଉଦ୍ୟମ ଚଳାଇ ପାରନ୍ତି । ପୂଣ୍ୟବାନ୍ ହେବେ । ଦୃଢଜ୍ଞ ହେବେ । ବିଖ୍ୟାତ କୀର୍ତ୍ତି ଅର୍ଜନ କରିବେ ।
ମିଥୁନ: ଆୟ ହେବ, ମାତ୍ର ବିଶେଷ ଲାଭ ମିଳାବା କଷ୍ଟକର ହେବ । କାର୍ଯ୍ୟରେ ବାଧା ଉପୁଜିପାରେ । କର୍ମତତ୍ପରତା ପ୍ରକାଶ ପାଇବ । ସୁସମ୍ବାଦ ପାଇ ଖୁସି ହେବେ । ବସ୍ତ୍ର-ଭୂଷଣ ପ୍ରାପ୍ତି ଯୋଗ ଅଛି । ଅଧିକ ଖର୍ଚ୍ଚାନ୍ତ ହେଲେ ବି ସର୍ବ ସୁଖ ମିଳିପାରେ ।
କର୍କଟ: କର୍ମକ୍ଷେତ୍ର ଶାନ୍ତିମୟ ହେବ । ସାମାନ୍ୟ ମାତ୍ରାର ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି । ପତ୍ନୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇ ପ୍ରତିକାର କରିବେ । କୃପଣ ସ୍ୱଭାବର ହେବେ । ସ୍ୱାଭୀମାନୀ ହୋଇପାରନ୍ତି । କେବଳ ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ ।
Also Read: IPL 2022 Auction: ଜାଣନ୍ତୁ କାହାର ଦାମ କେତେ
ସିଂହ: କଷ୍ଟ ସ୍ୱୀକାର କଲେ ବି ଲାଭବାନ୍ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଯାତ୍ରା ଶୁଭଦାୟକ ହେବ । ବ୍ୟବସାୟରେ ଲାଭଜନକ ହେବ । ବିବେକି ବ୍ୟକ୍ତି ଭାବେ ପରିଚୟ ସୃଷ୍ଟି କରିବେ ।
କନ୍ୟା: ଯୋଜନାରେ ସୃଷ୍ଟି ହୋଇଥିବା ତ୍ରୁଟିକୁ ସଂଶୋଧନ କରିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ମାନ୍ୟତା ପ୍ରାପ୍ତ ହେବେ । ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସର୍ବଦା ଚପଳମତି ଭାବେ କାର୍ଯ୍ୟ କରିବେ ।
ତୁଳା: ଆଶା ଫଳବତୀ ହେବ । ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁ ଯେତେ ବଳବାନ୍ ହେଉନା କାହିଁକି ତାକୁ ଦମନ କରିବେ ।
ବିଛା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ଚିନ୍ତାଧାରା ଉନ୍ନତମାନର ହୋଇପାରେ । ଦାମ୍ପତ୍ୟ ସୁଖ ମିଳିବ । ନୂଆ ବନ୍ଧୁ ଜୁଟିବେ ।
ଧନୁ: ନୂଆ ବନ୍ଧୁତା ସ୍ଥାପନ କରିପାରନ୍ତି । ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି । ବିଳାସ-ବ୍ୟସନରୁ ବଞ୍ଚିତ ହେବେ । ଭୂମିପତି ଭାବେ ପ୍ରଭାବଶାଳୀ ହେବା ସହ ସୁଶାସକ ହେବେ ।
ମକର: ମନ ଚଞ୍ଚଳ ରହିବ । ଆୟ ପରିମାଣ ବୃଦ୍ଧି ପାଇବ । ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଉନ୍ନତି ପଥରେ ଆଗେଇ ଚାଲିବେ । ସରକାରଙ୍କ କୃପା ଦୃଷ୍ଟି ରହିଛି । ଜନାଦୃତ ଲାଭ କରିବେ ।
କୁମ୍ଭ: ବ୍ୟବସାୟରେ ଅର୍ଥ ବିନିଯୋଗ ଲାଭପ୍ରଦ ହେବ । କାର୍ଯ୍ୟ କରିବାରେ ଉତ୍ସାହ ବୃଦ୍ଧିପାଇବ । ସତ୍ ମାର୍ଗୀ ହେବେ । ଦୟାର ଅବତାର ହୋଇପାରନ୍ତି । ମନୋରମା ପତ୍ନୀଙ୍କ ସାନି୍ନଧ୍ୟ ମିଳିବ । ପୁତ୍ର ସୁଖ ମିଳିବ । ବନ୍ଧୁ ଓ ପ୍ରିୟଜନଙ୍କ ସହାୟତା ମିଳିବ ।
ମୀନ: ଭ୍ରମଣ ଯୋଗ ଅଛି । ଶୟନ-ସୁଖ ମିଳିବ । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ଉତ୍ତମ ବନ୍ଧୁଙ୍କ ସହଚର୍ଯ୍ୟ ଲାଭ କରିବେ । ଆର୍ଥିକ ସ୍ଥିିତିରେ ଉନ୍ନତି ଘଟିବ । ସତ୍ୟର ପୂଜାରୀ ହେବେ । ପ୍ରଭୂତ ମିତ୍ର ଅର୍ଜନ କରିବେ ।