• ବିଭିନ୍ନ କ୍ଷେତ୍ରରେ ପ୍ରଥମ ହୋଇଥିବା ଓଡ଼ିଶାକୁ ନୀତି ଆୟୋଗର ପ୍ରଶଂସା
  • ଜୁଲାଇରେ ଅଲିମ୍ପିକ୍ସ ସହ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରୁ ୯୦ ଜଣ କୋଭିଡ ପଜିଟିଭ୍‌ ଚିହ୍ନଟ
  • ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ହାତୀ ଆକ୍ରମଣରେ ମହିଳା ମୃତ
  • ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ଭାରତୀୟ ମହିଳା ହକି ଟିମ୍
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା
  • ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୪୦ ହଜାର ୧୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜାମ୍ମୁ ଓ କାଶ୍ମୀରର ସାମ୍ବା ସୀମାରେ ୪ ସନ୍ଦିଗ୍ଧ ଡ୍ରୋନ୍‌ ଠାବ
  • ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ବୀମା ଚୟନ ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ...

 ଯଦି ଭୁଲ କମ୍ପାନୀର ପିଲିସି କିଣନ୍ତି ତେବେ ତାହା ଆପଣଙ୍କ ଜୀବନ ମଧ୍ୟ ନେଇ ପାରେ। ତେଣୁ ସ୍ୱାସ୍ଥ୍ୟ ବୀମା ନେବା ପୂର୍ବରୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ

ବୀମା ଚୟନ ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ...
ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ମଣିଷର ଜୀବନ ଶୈଳୀ ବଦଳାଇ ଦେଇଛି କୋରୋନା ମହାମାରୀ। ଏବେ ପ୍ରାୟ ଅଧିକାଂଶ ଲୋକ ସ୍ୱାସ୍ଥ୍ୟ ବୀମା ନେବାକୁ ମନବଳାଇଲେଣି। କିନ୍ତୁ କେଉଁ ବୀମା କମ୍ପାନୀର ପଲିସି କିଣିଲେ ବିପତ୍ତି ସମୟରେ ଉପଯୁକ୍ତ ଚିକିତ୍ସା ଏବଂ ଆର୍ଥିକ ସୁରକ୍ଷା ମିଳିବ ତାହା ବାଝିବା ମସ୍କିଲ ହୋଇପଡିଛି। ଯଦି ଭୁଲ କମ୍ପାନୀର ପିଲିସି କିଣନ୍ତି ତେବେ ତାହା ଆପଣଙ୍କ ଜୀବନ ମଧ୍ୟ ନେଇ ପାରେ। ତେଣୁ ସ୍ୱାସ୍ଥ୍ୟ ବୀମା ନେବା ପୂର୍ବରୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ଭୁଲନ୍ତୁ ନାହିଁ। 

ସ୍ୱାସ୍ଥ୍ୟ ବୀମା (Health Insurance) ନେଲା ବେଳେ ଏଭଳି କମ୍ପାନୀ ବାଛନ୍ତୁ ଯାହାର ସର୍ବାଧିକ ହସ୍ପିଟାଲ ନେଟୱର୍କ (Hospital Network) ଥିବ। ବାସ୍ତବରେ ହସ୍ପିଟାଲ୍ ନେଟୱାର୍କ ହେଉଛି ଡାକ୍ତରଖାନାର ଏକ ଗୋଷ୍ଠୀ। ଯଦି ବୀମା କମ୍ପାନୀର ହସ୍ପିଟାଲ୍ ନେଟୱାର୍କ ଭଲ ନୁହେଁ, ତାମାନେ କମ୍ପାନୀ ନିକଟରେ ଭଲ ହସ୍ପିଟାଲା ନାହାଁ। ଫଳରେ ଆପଣ ଜରୁରୀକାଳୀନ ପରିସ୍ଥିତି (Emergency Situation) ରେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହୋଇ ପାରନ୍ତି। ତେଣୁ ସର୍ବଦା ବଡ ହସ୍ପିଟାଲ ନେଟୱାର୍କ ଥିବା ବୀମା କମ୍ପାନୀକୁ ଚୟନ କରନ୍ତୁ। ତେବେ ହସ୍ପିଟାଲରେ ଏକାଧିକ ପରୀକ୍ଷା, ବିଭାଗ ଓ ICU ପରି ସୁବିଧା ଅଛି କି ନାହିଁ ତାହା ଦେଖିବାକୁ ଭୁଲିବେ ନାହିଁ।

Also Read: ବଦଳିଲା Myntraର ଲୋଗୋ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କ୍ୟାସଲେସ କ୍ଲେମ୍ (Cashless Claim)

  • ନେଟୱାର୍କ ହସ୍ପିଟାଲଗୁଡିକରେ ସହଜରେ କ୍ୟାସଲେସ କ୍ଲେମ୍ ହେଉଥିବା ପଲିସି ବାଛନ୍ତୁ।
  • କ୍ୟାସଲେସ କ୍ଲେମ୍ ଥିଲେ ପଲିସିଧାରୀ (Policy Holder) ଙ୍କୁ ଚିକିତ୍ସା ପାଇଁ ନଗଦ ଅର୍ଥ ଦେବାକୁ ପଡିବ ନାହିଁ। ସିଧାସଳଖ ଡାକ୍ତରଖାନା ଏବଂ ବୀମା କମ୍ପାନୀ ମଧ୍ୟରେ ବିଲ୍ ସମାଧାନ ହେବ ।
  • ମନେରଖନ୍ତୁ ଯଦି ଡାକ୍ତରଖାନାରେ ଆଡମିଶନ ସ୍ଥିର ହୋଇଛି, ତେବେ ବିଲ୍ ପାଇଁ ସ୍ୱାସ୍ଥ୍ୟ ବୀମା କମ୍ପାନୀକୁ ୨ ଦିନ ପୂର୍ବରୁ ଜଣାନ୍ତୁ।
  • ଯଦି ଜରୁରୀକାଳୀନ ପରିସ୍ଥିତିରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ବୀମା କମ୍ପାନୀକୁ ୨୪ ଘଣ୍ଟା ମଧ୍ୟରେ ସୂଚନା ଦେବାକୁ ପଡିବ।
  • ଥାର୍ଡ ପାର୍ଟି ଆଡମିନିଷ୍ଟ୍ରେଟର (TPA) ଅଧୀନରେ ବିଲ୍ ସମାଧାନ କରାଯାଏ ଏବଂ Mediclaim Cardକୁ ଡାକ୍ତରଖାନାରେ ଦାଖଲ କରିବାକୁ ପଡିବ।
  • କ୍ୟାସଲେସ୍ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ଚିକିତ୍ସା, Mediclaim ସେବା କମ୍ପାନୀର ନେଟୱାର୍କ ହସ୍ପିଟାଲ୍ ତାଲିକାରେ ଅନ୍ତର୍ଭୁକ୍ତ ଏକ ଡାକ୍ତରଖାନାରେ କରାଯିବା ଉଚିତ୍। ନଚେତ୍ ବୀମା କମ୍ପାନୀ (Insurance Company) ରେ  ସମସ୍ତ ବିଲ୍ ଜମା ହେବା ପରେ ରାଶି ଫେରସ୍ତ ହେବ। 

Also Read: ପେନସନଭୋଗୀଙ୍କ ଟେନସନ୍ Zero

ଥାର୍ଡ ପାର୍ଟି ଆଡମିନିଷ୍ଟ୍ରେଟର କ’ଣ?

  • ଥାର୍ଡ ପାର୍ଟି ଆଡମିନିଷ୍ଟ୍ରେଟ (Third Party Administrator) ର ବୀମା କମ୍ପାନୀ ଏବଂ ବୀମା ନେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରନ୍ତି।
  • TPAର ମୁଖ୍ୟ କାର୍ଯ୍ୟ ହେଉଛି Claim ଏବଂ ସମାଧାନ ପ୍ରକ୍ରିୟାରେ ସାହାଯ୍ୟ କରିବା।
  • TPA ପକ୍ଷରୁ ବୀମା ନେଉଥିବା ବ୍ୟକ୍ତିଙ୍କୁ ଏକ କାର୍ଡ ପ୍ରଦାନ କରାଯାଏ। ଯାହାକୁ ଦେଖାଇବା ପରେ ଡାକ୍ତରଖାନାରେ କ୍ୟାସଲେସ ଚିକିତ୍ସା ସେବା ମଳିପାରିବ।
  • କୌଣସି Claim ସମୟରେ ପ୍ରଥମେ TPSକୁ ସୂଚନା ଦିଆଯାଏ। ପରେ ବୀମାଧାରୀଙ୍କୁ ସମ୍ପୃକ୍ତ ଡାକ୍ତରଖାନା ଯିବାକୁ କୁହାଯାଇଥାଏ।
  • ବିଶେଷ କରି ତାବହା ବୀମା କମ୍ପାନୀର ନେଟୱାର୍କର ଡାକ୍ତରଖାନା ହୋଇଥାଏ। ଯଦି ଗ୍ରାହକ ଅନ୍ୟ ଡାକ୍ତରଖାନାରେ ଚିକିତ୍ସା କରାନ୍ତି, ତେବେ Reimbursement ମାଧ୍ୟମରେ ବଲ୍ ଟଙ୍କା ଫେରସ୍ତ ମିଳିବ।

Co-Payଠୁ ଦୂରେଇ ରୁହନ୍ତୁ।

ବୀମା ନେବାବେଳେ କଦାପି Co-Pay ବିକଳ୍ପ ବାଛନ୍ତୁ ନାହିଁ। Co-Pay ଅର୍ଥ ହେଉଛି ଯେ ଯଦି କୌଣସି Claim ହୁଏ, ତେବେ ପଲିସି ଧାରକଙ୍କୁ ନିଜେ ହସ୍ପିଟାଲ ବିଲର କିଛି ପ୍ରତିଶତ ଦେବାକୁ ପଡିବ। Co-Pay ବାଛିବା ପ୍ରିମିୟମରେ ଅଧିକ ରିହାତି ଦେଇନଥାଏ, କିନ୍ତୁ ଯଦି ଆପଣ ଅସୁସ୍ଥ ହୁଅନ୍ତି ତେବେ ଏହି ବିକଳ୍ପ ଆପଣଙ୍କ ପକେଟକୁ ଖାଲି କରିପାରେ।