ଜାଣନ୍ତୁ ମାନସିକ ବିଷାଦ ରୋଗର କାରଣ ଓ ନିରାକରଣ
Advertisement

ଜାଣନ୍ତୁ ମାନସିକ ବିଷାଦ ରୋଗର କାରଣ ଓ ନିରାକରଣ

ବିଷାଦରେ ଥିବା ଲୋକଙ୍କର ଅଧିକାଂଶ ସମୟରେ ପିଠିରେ ଯନ୍ତ୍ରଣା ହୋଇଥାଏ । ଏହା ଦ୍ୱାରା ପିଠିରେ ଥିବା ମାଂସ ପେଶୀ ସଙ୍କୋଚିତ ହେବା ସହ ଅଧିକ ଶକ୍ତ ହୋଇଯାଇ ଥାଏ । ଯାହାଦ୍ୱାରା ଆପଣଙ୍କ ପିଠିରେ ଅଧିକ ଯନ୍ତ୍ରଣାର ହୋଇଥାଏ । ସ୍ପଣ୍ଡାଲାଇସିସ ମଧ୍ୟ ହୋଇପାରେ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଗ ଅପେକ୍ଷା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ବିଷାଦ ବା ଡିପ୍ରେସନର (Depression) ଶିକାର ହେଉଥିବା ଦେଖିବାକୁ ମିଳୁଛି । ପୂର୍ବରୁ ସାଧାରଣତଃ ଅବଷାଦକୁ ପାଗଳାମି ସହିତ ତୁଳନା କରାଯାଉଥିଲା । ମାତ୍ର ଏବେ ଏହା ଏକ ପ୍ରକାର ରୋଗରେ ପରିଣତ ହୋଇଯାଇଛି । ବିଷାଦ ଯଦିଓ ଏକ ମାନସିକ ସ୍ଥିତି ହୋଇଥାଇପାରେ ତେବେ ଏହାର କିଛି ଶାରୀରିକ ଲକ୍ଷଣ ମଧ୍ୟ ରହିଛି । ମାନସିକ ଲକ୍ଷଣ ସଙ୍ଗେ ସଙ୍ଗେ ଯଦି ଶାରୀରିକ ଲକ୍ଷଣ ଉପରେ ଧ୍ୟାନ ଦିଆଯାଏ ତେବେ ଏହାକୁ ଚିହ୍ନଟ କରିବା ସହିତ ଏହାର ସହଜ ଚିକିତ୍ସା ମଧ୍ୟ କରାଯାଇ ପାରିବ । ବିଷାଦଗ୍ରସ୍ତ ବ୍ୟକ୍ତି ବିଶେଷ ସାଧାରଣତଃ ଏକୁଟିଆ, ଚୁପ୍ ଚାପ୍, ନିରାଶ ଏବଂ ନକରାତ୍ମକ ଚିନ୍ତାର ବଶବର୍ତ୍ତୀ ହୋଇ ରହିଥାନ୍ତି । ମାନସିକ ଦୁଃଶ୍ଚିନ୍ତା, ଅଧିକ ପରିଶ୍ରମ, ପାରିବାରିକ ସମସ୍ୟା, ଖରାପ ପରିବେଶ, କୁସଙ୍ଗ ଏବଂ ଏକୁଟିଆ ରହିବା ଆଦି ଡିପ୍ରେସନର ପ୍ରମୁଖ କାରଣ ହୋଇଥାଏ । ଯଦି ଏହାକୁ ଦୀର୍ଘ ସମୟ ଧରି ଅଣଦେଖ କରାଯାଏ ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ତେବେ ଆଜି ଆମେ ଆପଣଙ୍କୁ ଛ’ଟି ମୁଖ୍ୟ ଶାରୀରିକ ଲକ୍ଷଣ ସଂପର୍କରେ ଜଣାଇବୁ । ଯାହା ଆପଣଙ୍କ ପାଇଁ ବେଶ ସହାୟକ ହେବ ।

ଅଧିକ ପଢ଼ନ୍ତୁ:-କୋରୋନାରୁ ରକ୍ଷା କରେ ଭିଟାମିନ ସି: କେବଳ ଏହି ଖଟା ଫଳକୁ କରନ୍ତୁ ସେବନ, ଖାଇବାକୁ ପଡ଼ିବନି ଔଷଧ!

ଶାରୀରିକ ଲକ୍ଷଣରୁ କିପରି ଜାଣିବେ ଆପଣ ବିଷାଦଗ୍ରସ୍ତ ନା ନାହିଁ

୧. ପିଠିରେ ଯନ୍ତ୍ରଣା

ବିଷାଦରେ ଥିବା ଲୋକଙ୍କର ଅଧିକାଂଶ ସମୟରେ ପିଠିରେ ଯନ୍ତ୍ରଣା ହୋଇଥାଏ । ଏହା ଦ୍ୱାରା ପିଠିରେ ଥିବା ମାଂସ ପେଶୀ ସଙ୍କୋଚିତ ହେବା ସହ ଅଧିକ ଶକ୍ତ ହୋଇଯାଇ ଥାଏ । ଯାହାଦ୍ୱାରା ଆପଣଙ୍କ ପିଠିରେ ଅଧିକ ଯନ୍ତ୍ରଣାର ହୋଇଥାଏ । ସ୍ପଣ୍ଡାଲାଇସିସ ମଧ୍ୟ ହୋଇପାରେ ।

୨. କାନ୍ଧରେ ରକ୍କା ପଶିବା

ଆପଣଙ୍କ କାନ୍ଧରେ ବାରମ୍ବାର ରକ୍କା ପଶିବା ବା ପବନ ଅଟକିବା ମଧ୍ୟ ବିଷାଦ ବା ଡିପ୍ରେସନର ଅନ୍ୟ ଏକ କାରଣ ହୋଇପାରେ । ଏହା କାନ୍ଧର ମାଂସପେଶୀ ସଙ୍କୁଚିତ ହେବା କାରଣରୁ ହିଁ ହୋଇଥାଏ । ଅଧିକାଂଶ ସମୟରେ ଡିପ୍ରେସନ ପାଇଁ ଉର୍ଦ୍ଦିଷ୍ଟ ବଟିକା ଖାଇବା ଯୋଗୁଁ ମଧ୍ୟ ଏପରି ହେବାର ସମ୍ଭାବନା ରହିଛି ।

୩. ଓଜନରେ ବୃଦ୍ଧି ଓ ହ୍ରାସ

ବିଷାଦଗ୍ରସ୍ତ ଥିବା ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ ହୋଇଥାଏ । ଯାହାଦ୍ୱାରା ଅଧିକାଂଶ ସମୟରେ ବ୍ୟକ୍ତିଙ୍କ ଓଜନ ହଠାତ୍ ବୃଦ୍ଧି ଓ ହ୍ରାସ ପାଇବାର ସମସ୍ୟା ଦେଖାଦିଏ ।

୪. ଦୁର୍ବଳତା ଅନୁଭବ କରିବା
 
ଯଦି ଆପଣ ବିଷାଦଗ୍ରସ୍ତ ଅଛନ୍ତି ତେବେ ଆପଣ ଅଧିକାଂଶ ସମୟରେ ଦୁର୍ବଳ ଅନୁଭବ କରିବେ । କୌଣସି କାମ କରିବାକୁ ମନ ଲାଗି ନଥାଏ କି ଫିଜିକାଲ ଫିଟ୍ ନଥିବା  ଅନୁଭବ ହୋଇଥାଏ ।

୫. ସ୍କିନ ଆଲର୍ଜି

ଯଦି ଆପଣଙ୍କ ଚର୍ମରେ ସମସ୍ୟା ଦେଖାଯାଏ ଯେପରିକି କୁଣ୍ଡାଇ ହେବା, ଦେହ ସାରା ଲାଲ ରଙ୍ଗର ଦାଗ ଦେଖାଯିବା, ଫୁଳିଯିବା ଏବଂ ଶରୀରରେ ଜଳାପୋଡା ହେବା ବିଷାଦର ଲକ୍ଷଣ ହୋଇପାରେ ।

୬. ଦାନ୍ତଗତ ସମସ୍ୟା

ଦାନ୍ତରେ ବାରମ୍ବାର ବିଭିନ୍ନ ପ୍ରକାର ସମସ୍ୟା ଦେଖାଯିବା ହେଉଛି ଡିପ୍ରେସନର ମୁଖ୍ୟ ଲକ୍ଷଣ । ଡିପ୍ରେସନ ଯୋଗୁଁ ଦାନ୍ତ ବିନ୍ଧା ହେବା ସହ ଦାନ୍ତ ମୂଳରୁ ରକ୍ତସ୍ରାବ ମଧ୍ୟ ହୋଇଥାଏ । ପାଟି ଦୁର୍ଗନ୍ଧ ଅଧିକ ହେବା ।

ଅଧିକ ପଢ଼ନ୍ତୁ:-ଶସ୍ତା ହେଲା LPG ସିଲିଣ୍ଡର, ଏବେ ଏହି ରେଟରେ ମିଳିବ ଅଣ-ସବସିଡି ଯୁକ୍ତ ଗ୍ୟାସ୍

ବିଷାଦର କାରଣ କ'ଣ ହୋଇପାରେ...

ପାଠ ବୋଝ: ଆଜିକାଲି କମ୍ ବୟସର ପିଲା ଏବଂ କଲେଜ ଯାଉଥିବା ଯୁବକ ଯୁବତୀଙ୍କ ଉପରେ ପାଠପଢ଼ା ଓ କ୍ୟାରିୟର ବନାଇବାର ବୋଝ ବଢ଼ିଯାଇଛି । ଅନ୍ୟ ପିଲାମାନେ ପାଠପଢ଼ାରେ ସେମାନଙ୍କଠାରୁ ଆଗେଇ ଗଲେ ସେହି କଥାକୁ ନେଇ ଚିନ୍ତିତ ହୋଇପଡ଼ନ୍ତି । ଫଳରେ ସେମାନେ ଡିପ୍ରେସନ ଗ୍ରସ୍ତ ହୋଇଥାନ୍ତି ।

ସଂପର୍କ: ଆଜିକାଲି କମ୍‌ ବୟସରେ ପିଲାଙ୍କର ଗାର୍ଲଫ୍ରେଣ୍ଡ ଓ ବୟଫ୍ରେଣ୍ଡ ରହୁଛି । ଆଉ ଏହା ସାଧାରଣ କଥା ହୋଇଗଲାଣି । ଯେତେବେଳେ ସେମାନଙ୍କ ମଧ୍ୟରେ ସଂପର୍କ ଭଲ ରହୁଛି ସେମାନେ ଭଲରେ ରହୁଛନ୍ତି ମାତ୍ର ଯେତେବେଳେ ସଂପର୍କରେ ଫାଟ ସୃଷ୍ଟି ହେଉଛି ସେମାନେ ଡିପ୍ରେସନର ଶିକାର ହେଉଛନ୍ତି । ଏକ ତରଫା ପ୍ରେମ ହିଁ ଡ୍ରିପେସନର ପ୍ରମୁଖ କାରଣ ହୋଇଥାଏ ।

ଅଧିକ ପଢ଼ନ୍ତୁ:-କାଳବୈଶାଖୀର ତାଣ୍ଡବ! ୨୪ ଘଣ୍ଟାରେ ୧୦ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ପ୍ରତିଯୋଗିତା: ସ୍କୁଲ୍, କଲେଜ୍ ହେଉ ଅବା ଅଫିସ୍‌ ଆଜିକାଲି ସବୁଠି ପ୍ରତିଯୋଗିତା ଦେଖିବାକୁ ମିଳୁଛି । ସମସ୍ତେ ନିଜର ଦକ୍ଷତାକୁ ପ୍ରମାଣିତ କରିବାରେ ଲାଗି ପଡ଼ିଛନ୍ତି । ଏମିତିରେ ଦୁର୍ବଳ ଛାତ୍ରଛାତ୍ରୀ ଓ କର୍ମଚାରୀ ବୁଝିପାରୁନାହାନ୍ତି ଭଲ କରିବା ପାଇଁ ସେମାନଙ୍କୁ କ’ଣ କରିବାକୁ ପଡ଼ିବ । ତେଣୁ  ଅଧିକାଂଶ ଲୋକ ଡିପ୍ରେସନର ଶିକାର ହୋଉଛନ୍ତି ।