କିଭଳି ପରିଧାନ କରିବେ ମାସ୍କ...

ଦେଶ ଓ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟକଦିନ ହୁ ହୁ ହୋଇ ବଢୁଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ଖୋର୍ଦ୍ଧାରୁ ସର୍ବାଧିକ ୫୧୭, କଟକରୁ ୩୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥି୍ବା ବେଳେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୫୮ହଜାର ପାର କରି ସାରିଛି।

କିଭଳି ପରିଧାନ କରିବେ ମାସ୍କ...

ଦେଶ ଓ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟକଦିନ ହୁ ହୁ ହୋଇ ବଢୁଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୪୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ଖୋର୍ଦ୍ଧାରୁ ସର୍ବାଧିକ ୫୧୭, କଟକରୁ ୩୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥି୍ବା ବେଳେ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୫୮ହଜାର ପାର କରି ସାରିଛି । 

ସେପଟେ ଦେଶରେ ଦିନକରେ ଏକ ହଜାର ୫୪ ଜୀବନହାନି ହୋଇଥିବା ବେଳେ, ୮୩ ହାଜର ୮୦୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମାତ୍ର ଏ ସବୁ ପରେ ମଧ୍ୟ କୋରୋନାରୁ ରକ୍ଷା ପାଇବା ପାଇଁ ଆମପାଇଁ ଗୁରୁମନ୍ତ୍ର ଭାବରେ (Mask) ମାସ୍କ ପିନ୍ଧିବାକୁ, ଏବଂ (Social Distancing) ସାମାଜିକ ଦୂରତା ଅନୁସରଣ, ସାନିଟାଇଜର ବ୍ୟବହାର କରିବା (Utilization of Sanitizer) ଓ ରୋଗ ପ୍ରତିରୋଧକ ଶକ୍ତି ବଢାଇବା (Immunity Booster) ପାଇଁ ଅନେକ ଡାଏଟ ମେଣ୍ଟେନ ପାଇଁ ବାରମ୍ୱାର ନିବେଦନ କରାଯାଉଛି । 
 
ଦୀର୍ଘ ୮ ମାସ ଧରି ଲଗାତାର ଭାବେ ଏହି ଅଭ୍ୟାସକୁ ଆମ ଜୀବନ ଶୈଳିରେ ଅଭ୍ୟସ୍ତ କରିସାରିଛେ । ମାତ୍ର ଏଭଳି ପରିସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲ୍ୟୁଏଚଓ(WHO-World Health Organisation) ଏକ ଭିଡିଓ ଜାରି କରି ଦର୍ଶାଇଛନ୍ତି ଯେ ମାସ୍କ ପିନ୍ଧିବାବେଳେ କେଉଁ ଭୁଲରୁ ଦୂରେଇ ରହିବା ଉଚିତ୍ । କାରଣ ଲୋକେ ମାସ୍କ ପରିଧାନ କରୁଥିବା ସମୟରେ କରୁଛନ୍ତି ଅନେକ ଭୁଲ୍। କାରଣ ଢିଲା ମାସ୍କ ସଂକ୍ରମଣକୁ ବୃଦ୍ଧି କରାଇଥାଏ । 
  
ମାସ୍କ ଲୋକେ ନିଜର  ସୁରକ୍ଷା ପାଇଁ ପିନ୍ଧନ୍ତି । ମାତ୍ର ଅଧିକାଶଂ ଲୋକେ ଏହା ଉପରେ ହାତ ରଖି ଏହାକୁ ବାରମ୍ବାର ଟାଣୁଥିବା ଦେଖିବାକୁ ମିଳିଥାଏ । ଏଭଳି କ୍ଷେତ୍ରରେ, ସଂକ୍ରମଣ ଅଧିକ ହେବାର ଆଶଙ୍କା ଥାଏ । ଯଦି ଆପଣ ପ୍ରକୃତରେ ନିଜକୁ କରୋନାରୁ ରକ୍ଷା କରିବାକୁ ଚାହାଁନ୍ତି, ସଠିକ୍ ଫିଟିଂ କରି ଏବଂ ସଠିକ ଢଙ୍ଗରେ ପିନ୍ଧନ୍ତୁ । ମୁହଁକୁ ନାକରୁ ମୁହଁର ତଳଭାଗ ପର୍ଯ୍ୟନ୍ତ ଆଚ୍ଛାଦନ କରୁଥିବା ଭଳି ପିନ୍ଧନ୍ତୁ । ମାସ୍କ କିଭଳି ପିନ୍ଧିବେ ଆସନ୍ତୁ ସେ ସମ୍ପର୍କରେ ଜାଣିବା...

ନାକକୁ ସମ୍ପୁର୍ଣ୍ଣ ଆବରଣ କରି ମାସ୍କ ପିନ୍ଧିବା...

ଅନେକ ଲୋକ ମାସ୍କକୁ ପିନ୍ଧିଲା ବେଳେ ନାକକୁ ଘୋଡାନ୍ତି ନାହିଁ । ଯାହା ଫଳରେ ସେମାନଙ୍କୁ ଅଧିକ ସଂକ୍ରମିତ ହେବାର ସମ୍ଭାବନା ଥାଏ । କାରଣ ଜୀବାଣୁ ସର୍ବଦା  ନାକ ଏବଂ ପାଟି ମାଧ୍ୟମରେ ହିଁ ପ୍ରବେଶ କରିଥାଏ । ଏପରି ପରିସ୍ଥିତିରେ ନାକକୁ ଭଲ ଭାବରେ ଆଚ୍ଛାଦନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏକ ମାସ୍କ ପିନ୍ଧିବା ଏବଂ ଏହାକୁ ନାକ ତଳେ ରଖିବାର ଭୁଲ ଆଦୌ କରନ୍ତୁ ନାହିଁ । 

କଥାବାର୍ତ୍ତା କରିବା ସମୟରେ ମାସ୍କ କାଢନ୍ତୁ ନାହିଁ...
ଲୋକେ ମାସ୍କ ପିନ୍ଧନ୍ତି, କିନ୍ତୁ ପ୍ରାୟତ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ସେମାନେ ଏହାକୁ  ହଟାଇ ଦେଉଛନ୍ତି । ପରସ୍ପର ସଂସ୍ପର୍ଶରେ ଆସିବାବେଳେ ପାଟିରୁ  ବାହାରୁ ଥିବା ଡ୍ରପ ବା ଲାଳ ଆମ ଉପରେ ପଡିବା ଫଳରେ ଆମକୁ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଥାଏ ।  ମାସ୍କକୁ ସେତେବେଳେ ଭଲଭାବେ ପିନ୍ଧନ୍ତୁ ଯେତେବେଳେ ଆମେ ଅନ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । 
 

ବାରମ୍ବାର ମାସ୍କକୁ ସ୍ପର୍ଶ କରନ୍ତୁ ନାହିଁ.....

ଅନେକ ଲୋକ ଅଛନ୍ତି ଯେଉଁମାନେ ବାରମ୍ବାର ନିଜ ମାସ୍କକୁ ସ୍ପର୍ଶ କରିଥାନ୍ତି । ଏପରି ପରିସ୍ଥିତିରେ, ଏହା ଉପରେ ମଇଳା ହାତ ଥିବାରୁ ଜୀବାଣୁ ମାସ୍କ ଉପରେ ଲାଗିଥାଏ । ଯାହାକି ପରବର୍ତ୍ତି ପର୍ଯ୍ୟାୟରେ ଆମେ ଶରୀରରେ ପ୍ରବେଶ କରିଥାଏ । ଏପରି ପରିସ୍ଥିତିରେ ଆପଣ ବାରମ୍ବାର ନାକକୁ ସ୍ପର୍ଶ କରନ୍ତୁ ନାହିଁ । ବିଶେଷ କରି ପିଲା କିଭଳି ମାସ୍କ ପରିଧାନ କରିବେ ସେ ସମ୍ପର୍କରେ ଆପଣ ଗାଇଡ କରନ୍ତୁ। 
   

ଅନ୍ୟର ମାସ୍କ କେବେବି ପିନ୍ଧନ୍ତୁ ନାହିଁ...
ଯଦି ଆପଣ ଘରର ସଦସ୍ୟଙ୍କ ସହିତ ଆପଣଙ୍କର ମାସ୍କ ବଦଳାଇ ଏହାକୁ ପିନ୍ଧୁଛନ୍ତୁ, ତାହେଲେ ଆପଣ ଏକ ବଡ ଭୁଲ କରୁଛନ୍ତି । ଏପରି ଭୁଲ କରନ୍ତୁ ନାହିଁ । ଏପରି ପରସ୍ପରର ମାସ୍କ ବାଣ୍ଟିବା ମଧ୍ୟ ସଂକ୍ରମଣ ସଂଖ୍ୟା ବଢାଇଥାଏ । ଏହା ଦ୍ୱାରା ଆମେ ଅଧିକ  ସଂକ୍ରମିତ ହେବାର ଆଶଙ୍କା ଥାଏ, ତେଣୁ ଏଭଳି କରନ୍ତୁ ନାହିଁ ।