)
ପ୍ରାୟତଃ ସମସ୍ତ ସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଦରମାରୁ PF କଟେ। ଆଉ ଏହି ଟଙ୍କା ହିଁ ଜଣେ ଶ୍ରମିକ ବା କର୍ମଚାରୀଙ୍କ ଜମା ପୁଞ୍ଜି। କିନ୍ତୁ ଯେତେବେଳେ ଆପଣ କୌଣସି କମ୍ପାନୀ ଛାଡନ୍ତି ବା କୌଣସି କାରଣରୁ ଆପଣ କାମ କରୁଥିବା କମ୍ପାନୀ ବନ୍ଦ ହୋଇଯାଏ, (ଯେମିତି କୋରୋନା କାଳରେ ହୋଇଛି) ସେତେବେଳେ ନିଜ ଝାଳବୁହା ଧନକୁ ନେଇ ଚିନ୍ତା ବଢେ। ଆଉ ଆପଣ ସେହି ଟଙ୍କାକୁ କିପରି ପାଇ ପାରିବେ ସେ ନେଇ ବ୍ୟସ୍ତ ବିବ୍ରତ ହୋଇଯାନ୍ତି। କିନ୍ତୁ ଏବେ ଟେନସନ୍ ହେବାର କୌଣସି ଆବଶ୍ୟକ ନାହିଁ। କାରଣ ଆମେ କହିବୁ ଆପଣ କେମିତି ପାଇବେ ଝାଳବୁହା ଧନ...
ଯଦି ଆପଣଙ୍କ କମ୍ପାନୀ ବନ୍ଦ ହୋଇଯାଇଛି ଏବଂ PF ବାନ୍ଧିବା ମଧ୍ୟ ବନ୍ଦ ହୋଇଯାଇଛି, ତେବେ ଚିନ୍ତା କରିବାର କିଛି ନାହିଁ। କାରଣ ଟଙ୍କା ନ ବାନ୍ଧିଲେ ମଧ୍ୟ ୩୬ ମାସ ବା ୩ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ PF ଆକାଉଣ୍ଡ ସକ୍ରୀୟ ରହିବ। ଏହି ସମୟରେ ଆପଣଙ୍କୁ ସୁଧ ମଧ୍ୟ ମିଳୁଥିବ। କିନ୍ତୁ Claim କରିବା ବେଳେ କମ୍ପାନୀର KYC ଆବଶ୍ୟକ। ଆଉ କମ୍ବାନୀ ବନ୍ଦ ହୋଇଥିବାରୁ ଏହି ସମୟରେ ବ୍ୟାଙ୍କ KYC କାମରେ ଲାଗିବ। ଆପଣ ଚାହିଁଲେ ଏହାକୁ ଅନଲାଇନ ମଧ୍ୟ ପୂରଣ କରିପାରିବେ।
KYC ଭରିବା ପାଇଁ ଆପଣଙ୍କୁ PAN card, Voter ID, ପାସପୋର୍ଟ, ରେସନ କାର୍ଡ, ESI ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ ପରି ଡକ୍ୟୁମେଣ୍ଟସ ଆବଶ୍ୟକ ପଡିବ। କିନ୍ତୁ ଏଥି ମଧ୍ୟରୁ କୌଣସି ୨ଟି ଦଲିଲ ରହିଲେ ଯଥେଷ୍ଟ। ଆଧାର କାର୍ଡ ମଧ୍ୟ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ।
ଯଦି ଆପଣ KYC ସମାପ୍ତ କରିଛନ୍ତି, ତେବେ ଆପଣଙ୍କୁ ଆସିଷ୍ଟାଣ୍ଟ ପିଏଫ୍ କମିଶନରଙ୍କୁ ଭେଟିବାକୁ ପଡିବ। ଯଦି PFର ପରିମାଣ ୫୦ ହଜାରରୁ ଅଧିକ ଅଛି, ତେବେ ଆସିଷ୍ଟାଣ୍ଟ ପିଏଫ୍ କମିଶନର, ୨୫ ହଜାରରୁ ୫୦ ହଜାର ପର୍ଯ୍ୟନ୍ତ ଟଙ୍କା ଥିଲେ ଆକାଉଣ୍ଟ୍ ଅଫିସର ଏବଂ ୨୫ ହଜାରରୁ କମ୍ ରାଶି ପାଇଁ, ଡିଲିଂ ଆସିଷ୍ଟାଣ୍ଟ ଆପଣଙ୍କ କାମ କରିଦେବେ। ଆଉ ସେହି ଟଙ୍କା ସିଧାସଳଖ ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିଯିବ।