BCCI ପରେ କୋହଲିଙ୍କୁ ଏକ ବଡ଼ ଝଟକା ଦେଲା ICC, ଛଡ଼ାଇ ନେଲା ୨ଟି ଫର୍ମାଟର ଅଧିନାୟକତ୍ୱ!
Advertisement

BCCI ପରେ କୋହଲିଙ୍କୁ ଏକ ବଡ଼ ଝଟକା ଦେଲା ICC, ଛଡ଼ାଇ ନେଲା ୨ଟି ଫର୍ମାଟର ଅଧିନାୟକତ୍ୱ!

ICC Awards: ଆଇସିସି ୨୦୨୧ ବର୍ଷର ତିନୋଟି ଶ୍ରେଷ୍ଠ ଦଳ ଘୋଷଣା କରିଛି । ବିରାଟ କୋହଲି (Virat Kohli) କୌଣସି ଦଳରେ ସ୍ଥାନ ପାଇପାରି ନାହାଁନ୍ତି । ବାବର ଆଜମଙ୍କୁ ODI ଏବଂ ଟି-୨୦ ର ଅଧିନାୟକ କରାଯାଇଛି । କେନ୍ ୱିଲିୟମସନଙ୍କୁ ଟେଷ୍ଟ ଦଳର ଅଧିନାୟକତ୍ୱ ଦିଆଯାଇଛି ।

BCCI ପରେ କୋହଲିଙ୍କୁ ଏକ ବଡ଼ ଝଟକା ଦେଲା ICC, ଛଡ଼ାଇ ନେଲା ୨ଟି ଫର୍ମାଟର ଅଧିନାୟକତ୍ୱ!

ICC Awards 2021: ବିରାଟ କୋହଲିଙ୍କ (Virat Kohli) ପାଇଁ ୨୦୨୧ ବର୍ଷ ଭଲ ରହି ନାହିଁ । ସେ ବ୍ୟାଟ୍ ସହିତ କିଛି ବିଶେଷ କରିପାରି ନଥିଲେ । ଏହି ବର୍ଷ ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୧ ର ସୁପର-୧୨ ରାଉଣ୍ଡରୁ ବାଦ ପଡିଥିଲା । ବିରାଟ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟ ପରେ ଟି-୨୦ ଦଳର ଅଧିନାୟକତ୍ୱ ଛାଡିଥିଲେ । ଏହା ପରେ ବିସିସିଆଇ (BCCI) ତାଙ୍କଠାରୁ ODI ଦଳର ଅଧିନାୟକତ୍ୱ ଛଡ଼ାଇ ନେଇ ଥିଲା । ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ହାରିବା ପରେ ସେ ଟେଷ୍ଟ ଦଳର ଅଧିନାୟକତ୍ୱ ମଧ୍ୟ ଛାଡି ଦେଇଛନ୍ତି । ଅର୍ଥାତ୍ ଅଧିନାୟକ ଭାବରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି । 

୨୦୨୧ ବର୍ଷ ପାଇଁ ଆଇସିସି (ICC) ଦ୍ୱାରା ବର୍ଷର ଶ୍ରେଷ୍ଠ  ଟି-୨୦ ଟିମ୍, ODI ଟିମ୍ ଏବଂ ଟେଷ୍ଟ୍ ଟିମ୍ ଘୋଷଣା କରାଯାଇଛି । ଏହି ତିନି ଦଳରେ ବିରାଟ କୋହଲି ସ୍ଥାନ ପାଇନାହାଁନ୍ତି । ପାକିସ୍ତାନର ବାବର ଆଜାମ (Babar Azam) ଟି-୨୦ ଏବଂ ODI ଦଳର ଅଧିନାୟକତ୍ୱ ଭାବେ ସ୍ଥାନ ପାଇଛନ୍ତି । ଏଥି ସହିତ ନ୍ୟୁଜିଲାଣ୍ଡର କେନ୍ ୱିଲିୟମସନଙ୍କୁ ଟେଷ୍ଟ ଦଳର କମାଣ୍ଡ ଦିଆଯାଇଛି । ଗତ ବର୍ଷ ନ୍ୟୁଜିଲାଣ୍ଡ ୱିଲିୟମସନଙ୍କ (Kane williamson) ଅଧିନାୟକତ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ପ୍ରଥମ ସିଜିନର ଟାଇଟଲ ଜିତିଥିଲା ​। ନ୍ୟୁଜିଲାଣ୍ଡ ଦଳ ଫାଇନାଲରେ ଭାରତକୁ ପରାସ୍ତ କରିଥିଲା । 

ଲଗାତାର ୪ ବର୍ଷ ଧରି ଥିଲେ ODI ଦଳର କ୍ୟାପଟେନ
୨୦୧୬ ରୁ ୨୦୧୯ ମଧ୍ୟରେ କ୍ରମାଗତ ୪ ବର୍ଷ ପାଇଁ ବିରାଟ କୋହଲି ଆଇସିସି ODI ଦଳର ଅଧିନାୟକ ଥିଲେ । କୋରୋନା ମହାମାରୀ କାରଣରୁ ୨୦୨୦ ରେ ଶ୍ରେଷ୍ଠ ଦଳ ଘୋଷଣା କରାଯାଇ ନାହିଁ । ଏହା ବ୍ୟତୀତ କୋହଲି ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ କ୍ରମାଗତ ୩ ବର୍ଷ ପାଇଁ ଟେଷ୍ଟ ଦଳର ଅଧିନାୟକ ଥିଲେ । ଚଳିତ ବର୍ଷ ମଧ୍ୟ ସେ ଟେଷ୍ଟ ଦଳରେ ସ୍ଥାନ ପାଇପାରି ନାହାଁନ୍ତି । ଏଥି ସହିତ କୋହଲି ପ୍ରଥମ ଥର ପାଇଁ ଘୋଷିତ ଟି-୨୦ ଶ୍ରେଷ୍ଠ ଦଳରେ ସ୍ଥାନ ପାଇନାହାଁନ୍ତି ।

ଟେଷ୍ଟର ୧୯ ଇନିଂସରେ କେବଳ ୪ଟି ଅର୍ଦ୍ଧଶତକ
୨୦୨୧ ମସିହାରେ ବ୍ୟାଟ୍ ସହିତ ବିରାଟ କୋହଲି କିଛି ବିଶେଷ କରିପାରିନଥିଲେ । ସେ ହାରାହାରି ୨୮ ରେ ୧୧ ଟି ଟେଷ୍ଟର ୧୯ ଇନିଂସରେ ୫୩୬ ରନ୍ ସ୍କୋର କରିଥିଲେ । ଯେଉଁଥିରେ ମାତ୍ର ୪ଟି ପଚାଶ ସାମିଲ ଅଛି । ସେ ହାରାହାରି ୪୩ ରେ ୩​​ଟି ODI ରେ ୧୨୯ ରନ୍ ସ୍କୋର କରିଥିଲେ । ଯେଉଁଥିରେ ୨ଟି ଅର୍ଦ୍ଧଶତକ ସାମିଲ ରହିଛି । ଅନ୍ୟପକ୍ଷରେ, ୧୦ ଟି-ଟ୍ୱେଣ୍ଟିର ୮ ଇନିଂସରେ ସେ ହାରାହାରି ୭୫ ରେ ୨୯୯ ରନ୍ ସଂଗ୍ରହ କରିଥିଲେ । ଯେଉଁଥିରେ ୪ ଟି ଅର୍ଦ୍ଧଶତକ ରହିଛି । ଏଥି ସହିତ ପାକିସ୍ତାନର ମହମ୍ମଦ ରିଜୱାନ ଟି-୨୦ ରେ ସର୍ବାଧିକ ୧୩୨୬ ରନ ସ୍କୋର କରିଛନ୍ତି । ୨୦୨୨ ମସିହାରେ ମଧ୍ୟ ଭାରତୀୟ ଦଳ ଭଲ ଆରମ୍ଭ କରିବାରେ ସକ୍ଷମ ହୋଇ ନାହିଁ । ଟିମ୍ ଇଣ୍ଡିଆ ତିନୋଟି ଆନ୍ତର୍ଜାତୀୟ ମ୍ୟାଚ୍ ବର୍ତ୍ତମାନ ସୁଦ୍ଧା ହାରି ସାରିଛି । ଏଥିରେ ୨ ଟି ଟେଷ୍ଟ ଏବଂ ଗୋଟିଏ ODI ମ୍ୟାଚ୍ ସାମିଲ ରହିଛି ।

ଏହା ବି ପଢ଼ନ୍ତୁ: IND vs SA: ଦ୍ୱିତୀୟ ODI ମ୍ୟାଚରେ ହେବ ଏହି ୩ ଟି ବଡ଼ ପରିବର୍ତ୍ତନ, ପ୍ଲେଇଂ ୧୧ ରୁ ବିଦା ହେବେ ଏହି ଖେଳାଳି!

ଏହା ବି ପଢ଼ନ୍ତୁ: Ajit Doval Birthday special: ଅଜିତ ଡୋଭାଲଙ୍କ ଏହି କାରନାମା, ଯାହା ଆପଣ କ୍ୱଚିତ୍ ଜାଣିଥିବେ