• ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ବ୍ରହ୍ମପୁରରେ ଗୁଳିକାଣ୍ଡ । ବେଗୁନିଆପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳିମାଡ଼ ।
  • ଘଟଣାସ୍ଥଳରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ମୃତ୍ୟୁ ।
  • ତାଣ୍ଡବକୁ ନେଇ ମହାତାଣ୍ଡବ । ଟ୍ୱିଟରରେ ଟ୍ରେଣ୍ଡ କଲା #UNistal_Amazon ।
  • ପୁରୀରେ ସର୍ବସାଧାରଣ ଦର୍ଶନ ଆଡି ସାମୟିକ ବନ୍ଦ
  • ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ।
  • ରାତି ପାହିଲେ ଶପଥ ନେବେ ବାଇଡେନ ।

ଆପଣଙ୍କ କେଶ ଝଡୁଛି କି ? ତେବେ ନିଜ ଖାଇବାରେ ସାମିଲ କରନ୍ତୁ ଏହି ୩ଟି ଜିନିଷ

ପୁଷ୍ଟିକର ଖାଦ୍ୟ ବିଷୟରେ ସେମାନେ କହିଛନ୍ତି ଯେ, ହେୟାର ଫୋଲିକଲକୁ ମଜବୁତ କରିବା ପାଇଁ ଭିଟାମିନ୍ ଓ ମିନେରାଲ୍ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଗବେଷକମାନେ କେଶର ବୃଦ୍ଧିରେ ପ୍ରୋଜେନିଡିନ ପ୍ରତି ଅଧିକ ଆଗ୍ରହ ଦେଖାଇଥିଲେ । ଏହି ପଦାର୍ଥ ସେଓ, ଅଙ୍ଗୁର ଏବଂ ଡାଲଚିନିରେ ମିଳିଥାଏ ।

ଆପଣଙ୍କ କେଶ ଝଡୁଛି କି ? ତେବେ ନିଜ ଖାଇବାରେ ସାମିଲ କରନ୍ତୁ ଏହି ୩ଟି ଜିନିଷ

କେଶ ଝଡିବା (Hair Fall), ପତଳା ହେବା କିମ୍ବା ଦୁର୍ବଳ ହେବା ଏକ ସାଧାରଣ ସମସ୍ୟା । ଏହି କେଶ ସମସ୍ୟା ପାଇଁ ଅନେକ କାରଣ ହୋଇପାରେ । କାଲିଫର୍ଣ୍ଣିଆ ୟୁନିଭର୍ସିଟିରେ ଡର୍ମେଟୋଲୋଜି ବିଭାଗର ଅନୁସନ୍ଧାନକାରୀ ହୋସ୍କିଙ୍ଗ ଓ ଜୁହାସ୍ କହିଛନ୍ତି ଯେ କେଶ ଝଡ଼ିବାର କାରଣ ଜେନେଟିକ୍ସ, ହରମୋନ୍, ପରିବେଶ ଏବଂ ଔଷଧ ହୋଇପାରେ । ଏହି ଅନୁସନ୍ଧାନକାରୀମାନେ ଗତ ବର୍ଷ କେଶ ଝଡିବା ପାଇଁ ବିକଳ୍ପ ଚିକିତ୍ସା ଉପରେ ଏକ ସମୀକ୍ଷା କରିଥିଲେ ।

ଅଧିକ ପଢ଼ନ୍ତୁ:-କିଏ ଜିତିବେ ପଶ୍ଚିମବଙ୍ଗ, ମମତା ନା ବିଜେପି?

ପୁଷ୍ଟିକର ଖାଦ୍ୟ ବିଷୟରେ ସେମାନେ କହିଛନ୍ତି ଯେ, ହେୟାର ଫୋଲିକଲକୁ ମଜବୁତ କରିବା ପାଇଁ ଭିଟାମିନ୍ ଓ ମିନେରାଲ୍ସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଗବେଷକମାନେ କେଶର ବୃଦ୍ଧିରେ ପ୍ରୋଜେନିଡିନ ପ୍ରତି ଅଧିକ ଆଗ୍ରହ ଦେଖାଇଥିଲେ । ଏହି ପଦାର୍ଥ ସେଓ, ଅଙ୍ଗୁର ଏବଂ ଡାଲଚିନିରେ ମିଳିଥାଏ ।

ଅଧିକ ପଢ଼ନ୍ତୁ:-ବୈଜ୍ଞାନିକଙ୍କ ଚେତାବନୀ, ଭବିଷ୍ୟତରେ ଦେଖାଦେବ କୋରୋନା ଠାରୁ ଆହୁରି ବଡ଼ ସଙ୍କଟ!

କେଶ ଝଡିବାରେ ପୀଡିତ ୪୩ ଜଣଙ୍କ ଉପରେ କରାଯାଇଥିବା ଅନ୍ୟ ଏକ ଅଧ୍ୟୟନ ଅନୁଯାୟୀ, ପ୍ରୋଜେନିଡିନ ଗ୍ରହଣ କରିବାର ଛଅ ମାସ ପରେ ସେମାନଙ୍କର କେଶ ବୃଦ୍ଧି ଦେଖାଗଲା । ଏଥିସହ ଜାପାନର ତ୍ସୁକୁବା ରିସର୍ଚ୍ଚ ଲ୍ୟାବର ଗବେଷକମାନେ ମଧ୍ୟ ପ୍ରୋଜେନିଡିନ ଓ କେଶ ବୃଦ୍ଧି ମଧ୍ୟରେ ଏକ ସଂଯୋଗ ଆବିଷ୍କାର କରିଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନା ଭ୍ୟାକ୍ସିନକୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର!

ଲାବୋରେଟୋରୀ ଅଧ୍ୟୟନରେ କେଶ କୋଷରେ PKC (protein kinase C) ଆଇସୋଜାଇମ୍ ଉପରେ ପ୍ରୋଜେନିଡିନର ପ୍ରଭାବ ମଧ୍ୟ ଅନୁସନ୍ଧାନ କରାଯାଇଥିଲା । ଲ୍ୟାବରେ ମୂଷାଙ୍କ ଉପରେ କରାଯାଇଥିବା ପରୀକ୍ଷଣରେ ସେମାନେ ଜାଣିବାକୁ ପାଇଲେ ଯେ କେଶ ବୃଦ୍ଧି ଚକ୍ରରେ PKC ଆଇସୋଜାଇମ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଏହାର ଅର୍ଥ ହେଉଛି କେଶର ଭଲ ଅଭିବୃଦ୍ଧି ପାଇଁ ସେଓ, ଅଙ୍ଗୁର ଏବଂ ଡାଲଚିନିରେ ମିଳୁଥିବା ପ୍ରୋଜେନିଡିନକୁ ଖାଦ୍ୟରେ ସାମିଲ କରିବା ଆପଣଙ୍କ ପାଇଁ ଭଲ ହେବ ।

ଅଧିକ ପଢ଼ନ୍ତୁ:-ଝିଅ ହେଉ ଅବା ପୁଅ ଭୁଲରେ ବି ରାତିରେ କରନ୍ତୁନି ଏହି ୫ଟି କାମ

ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟିଫଙ୍ଗାଲ୍ କ୍ଷମତା ସହିତ ପ୍ରୋଜେନିଡାଇନ୍ କେଶ ବୃଦ୍ଧିରେ ବହୁତ ସାହାଯ୍ୟକାରୀ ହୋଇଥାଏ । ତିନୋଟି ଚକ୍ରରେ କେଶ ବୃଦ୍ଧି ହୁଏ- ଆନାଜେନ୍, କ୍ୟାଟାଜେନ୍ ଏବଂ ଟେଲୋଜେନ୍ ଷ୍ଟେଜ୍ ।
ଆନାଜେନ- ଏହି ପର୍ଯ୍ୟାୟ ହାରାହାରି ୩ରୁ ୫ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହି ସମୟ ମଧ୍ୟରେ କେଶ ମାସରେ ଅଧା ଇଞ୍ଚ ବଢ଼ିଥାଏ ।

କ୍ୟାଟାଗେନ୍- ଆନାଜେନ୍ ପର୍ଯ୍ୟାୟର ଶେଷରେ କେଶ ସ୍ୱଳ୍ପ ସମୟର କ୍ୟାଟାଗେନ୍ ପର୍ଯ୍ୟାୟରେ ପ୍ରବେଶ କରେ । ଯାହା ସାଧାରଣତ ୧୦ ଦିନ ରହିଥାଏ ।

ଅଧିକ ପଢ଼ନ୍ତୁ:-ଅଧିକ ଶୋଇବାରୁ ହୋଇଥାଏ ଏହି ୫ଟି କ୍ଷତି, ରଖନ୍ତୁ ଏହାର ଖାସ୍ ଧ୍ୟାନ

ଟେଲୋଜେନ- ଏହି ପର୍ଯ୍ୟାୟରେ କେଶ ଝଡ଼ିବା ଆରମ୍ଭ ହୁଏ । ଏହାକୁ କେଶ ପାଇଁ ବିଶ୍ରାମ ପର୍ଯ୍ୟାୟ ମଧ୍ୟ କୁହାଯାଏ । ଏହି କେଶ ବୃଦ୍ଧି ଚକ୍ରକୁ ପୁନରାବୃତ୍ତି କରିବା ପୂର୍ବରୁ ହେୟାର ଫୋଲିକଲ ତିନି ମାସ ପର୍ଯ୍ୟନ୍ତ ସୁପ୍ତ ରହିଥାଏ ।

ଏହି ହେୟାର ଫୋଲିକଲ୍ ବିଭିନ୍ନ ସମୟରେ ବିଭିନ୍ନ ଅଭିବୃଦ୍ଧି ଚକ୍ର ଦେଇ ଗତି କରେ । ଏହି କାରଣରୁ ଲୋକମାନଙ୍କର ସମସ୍ତ କେଶ ଏକାସାଙ୍ଗରେ ଝଡ଼େ ନାହିଁ । ଭଲ ପୁଷ୍ଟିକର ଖାଦ୍ୟ ଉପଲବ୍ଧ ନ ହେଲେ କେଶ ବୃଦ୍ଧି ଚକ୍ର ବନ୍ଦ ହୋଇଯାଏ ।