• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

ଶସ୍ତାରେ ମିଳିବ ମହଙ୍ଗା LPG ସିଲିଣ୍ଡର! ସଞ୍ଚୟ କରିପାରିବେ ୯୦୦ ଟଙ୍କା, ଉପାୟ ବତାଇଲା IOC

ଏବେ LPG ସିଲିଣ୍ଡର ମୂଲ୍ୟ ୯୦୦ ଟଙ୍କା ନିକଟତର ହୋଇଛି। କିନ୍ତୁ Paytm ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର୍ ଆଣିଛି। ଆପଣ ସିଲିଣ୍ଡର ବୁକିଂରେ ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ।

ଶସ୍ତାରେ ମିଳିବ ମହଙ୍ଗା LPG ସିଲିଣ୍ଡର! ସଞ୍ଚୟ କରିପାରିବେ ୯୦୦ ଟଙ୍କା, ଉପାୟ ବତାଇଲା IOC
ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: LPGର ମୂଲ୍ୟ ଆକାଶ ଛୁଆଁ ହେଲାଣି। କିଛି ଦିନ ପୂର୍ବରୁ ଘରୋଇ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ୫୦ ପଇସା ବୃଦ୍ଧି କରାଯାଇଥିଲା। ଫଳରେ ଏବେ LPG ସିଲିଣ୍ଡର ମୂଲ୍ୟ ୯୦୦ ଟଙ୍କା ନିକଟତର ହୋଇଛି। କିନ୍ତୁ Paytm ଲୋକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର୍ ଆଣିଛି। ଆପଣ ସିଲିଣ୍ଡର ବୁକିଂରେ ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ। 

IOC ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ Paytmର ଫର ବିଷୟରେ ସୂଚନା ଦେଇଛି। Paytm ମାଧ୍ୟମରେ ଇଣ୍ଡେନ୍ ଏଲପିଜି ରିଫିଲ୍ ବୁକିଂରେ ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇବା ପାରିବେ। ସିଲିଣ୍ଡର ବୁକିଂ ପାଇଁ IOC ଏକ ଲିଙ୍କ୍ ମଧ୍ୟ ଦେଇଛି।

Also Read: LPG ଗ୍ରାହକଙ୍କ ପାଇଁ ଖୁସି ଖବର

ଯଦି ଆପଣ ଏକ Paytm ଉପଭୋକ୍ତା, ତେବେ ଆପଣ ଏହି ଅଫରର ଲାଭ ଉଠାଇ ପାରିବେ। କିନ୍ତୁ କେବଳ ସେହି ଗ୍ରାହକମାନେ ଏହାର ଲାଭ ପାଇବେ, ଯିଏ Paytm ଆପ୍ ମାଧ୍ୟମରେ ପ୍ରଥମ ଥର ପାଇଁ LPG ସିଲିଣ୍ଡର ବୁକ୍ କରିବେ। ବିଶେଷ କଥା ହେଉଛି ଉପଭୋକ୍ତାମାନେ ୩ଟି ଏଲପିଜି ସିଲିଣ୍ଡର ବୁକିଂରେ ୯୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ। ଏହା ବ୍ୟତୀତ, ଉପଭୋକ୍ତାମାନେ Paytm ଫାଷ୍ଚ ପଏଣ୍ଟ ପାଇବେ, ଯାହାକୁ ନିଜ ୱାଲେଟ୍ ବାଲାନ୍ସରୁ ରିଡିମ୍ କରିପାରିବେ।
 

Paytmରେ କିପରି ବୁକ୍ କରିବେ LPG ସିଲିଣ୍ଡର?

  • ଏହି ଅଫର୍ ପାଇଁ ପ୍ରଥମେ ଆପଣଙ୍କୁ ମୋବାଇଲ୍ ଫୋନରେ Paytmଆପ୍ ଡାଉନଲୋଡ୍ କରିବାକୁ ପଡିବ।
  • ବର୍ତ୍ତମାନ ଆପଣଙ୍କ ଗ୍ୟାସ୍ ଏଜେନ୍ସିରୁ ସିଲିଣ୍ଡର ବୁକ୍ କରନ୍ତୁ।
  • ଏଥିପାଇଁ, Paytm ଆପରେ Show more ଉପରେ କ୍ଲିକ୍ କରନ୍ତୁ, ତାପରେ Recharge and Pay Bills ଉପରେ କ୍ଲିକ୍ କରନ୍ତୁ।
  • ବର୍ତ୍ତମାନ ଆପଣ book a cylinder ବିକଳ୍ପ ଦେଖିବେ, ଏହା ଭିତରକୁ ଯାଇ ଆପଣ ଆପଣଙ୍କର ଗ୍ୟାସ୍ ବିତରକ ଚୟନ କରନ୍ତୁ।
  • ଯେଉଁଠାରେ ଆପଣ ତିନୋଟି ବିକଳ୍ପ ଭରତ ଗ୍ୟାସ୍, ଇଣ୍ଡେନ୍ ଗ୍ୟାସ୍ ଏବଂ ଏଚପି ଗ୍ୟାସ୍ ଦେଖିବେ।
  • ଗ୍ୟାସ ବିତରକ ଚୟନ କରିବା ପରେ, ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା LPG ID କିମ୍ବା ଗ୍ରାହକ ନମ୍ବର ଏଣ୍ଟ୍ରୀ କରନ୍ତୁ।
  • ବର୍ତ୍ତମାନ Proceed ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ତାପରେ ଦେୟ ଦିଅନ୍ତୁ।
  • ବୁକ୍ ହୋଇଥିବା ସିଲିଣ୍ଡର ଆପଣଙ୍କ ଘରକୁ ସିଧାସଳଖ ବିତରଣ କରାଯିବ।