IPL 2020: ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା ! ଅଭ୍ୟାସ ବେଳେ ଆହତ ହେଲେ ଏହି ଖେଳାଳି

ଟିମ୍ ଇଣ୍ଡିଆ ପାଇଁ  ୯୭ ଟେଷ୍ଟ ଓ  ୮୦ଟି ଏକଦିବସୀୟ ଖେଳିଥିବା ଇଶାନ୍ତ ବାରମ୍ୱାର ଆଘାତ ଯୋଗୁଁ ଦଳ ଭିତରେ ଓ ବାହାରେ ରହିଛନ୍ତି ।

IPL 2020: ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା ! ଅଭ୍ୟାସ ବେଳେ ଆହତ ହେଲେ ଏହି ଖେଳାଳି

ଦୁବାଇ: ଅଭ୍ୟାସ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସର ଫାଷ୍ଟ ବୋଲର ଇଶାନ୍ତ ଶର୍ମା ଆହତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ସେ ଆଜିର ମ୍ୟାଚ୍ ଖେଳି ପାରିବେ ନାହିଁ । କୁହାଯାଉଛି ଯେ ଆଘାତ ହେତୁ ସେ ଆଗାମୀ ଦିନରେ ଆଇପିଏଲର ଅନେକ ମ୍ୟାଚରୁ ବାଦ ପଡିପାରନ୍ତି । ଆଜି ରାତିରେ ଆଇପିଏଲର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଇଲେଭନ ପଞ୍ଜାବ ମୁହାଁମୁହିଁ ହେବେ । ୱେବସାଇଟ୍ କ୍ରିକବଜ୍ ଅନୁଯାୟୀ, ଇଶାନ୍ତଙ୍କ ପିଠିରେ ଆଘାତ ଲାଗିଛି । ତେବେ ବର୍ତ୍ତମାନ ଦିଲ୍ଲୀ ଆହତ ହୋଇଥିବା ନେଇ କୌଣସି ସରକାରୀ ବୟାନ ଜାରି କରାଯାଇ ନାହିଁ ।

ଇଶାନ୍ତ କ୍ରମାଗତ ଭାବେ ଆହତ ହେଉଛନ୍ତି

ଟିମ୍ ଇଣ୍ଡିଆ ପାଇଁ  ୯୭ ଟେଷ୍ଟ ଓ  ୮୦ଟି ଏକଦିବସୀୟ ଖେଳିଥିବା ଇଶାନ୍ତ ବାରମ୍ୱାର ଆଘାତ ଯୋଗୁଁ ଦଳ ଭିତରେ ଓ ବାହାରେ ରହିଛନ୍ତି । ତାଙ୍କର ଆଘାତର ଦୀର୍ଘ ଇତିହାସ ରହିଛି । ଚଳିତ ବର୍ଷ ଜାନୁଆରୀରେ ଗୋଡରେ ଆଘାତ ଲାଗିଥିବାରୁ ସେ ପ୍ରାୟ ଏକ ମାସ ପାଇଁ ଦଳ ବାହାରେ ଥିଲେ । ଏହା ପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ପୁଣି ତାଙ୍କ ଗୋଡରେ ଲାଗିଥିଲା । ୩୨ ବର୍ଷୀୟ ଇଶାନ୍ତଙ୍କ ଅନ୍ତର୍ଜାତୀୟ ମ୍ୟାଚରେ ଭବିଷ୍ୟତ ବିଷୟରେ କ୍ରମାଗତ ଭାବେ ପ୍ରଶ୍ନ ଉଠିଛି । ଇଶାନ୍ତଙ୍କ ବଦଳରେ ଦିଲ୍ଲୀ ଦଳ ହର୍ଷଲ ପଟେଲ, ମୋହିତ ଶର୍ମା ଏବଂ ଆବେଶ ଖାନଙ୍କ ଭଳି ବୋଲର ପାଇପାରିବେ ।

ଆଇପିଏଲରେ ରେକର୍ଡ

ଇଶାନ୍ତ ଏପର୍ଯ୍ୟନ୍ତ ଆଇପିଏଲରେ ୮୯ଟି ମ୍ୟାଚ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ ୭୧ ୱିକେଟ୍ ନେଇଛନ୍ତି । ୨୦୧୧ରେ ଇଶାନ୍ତ ଡେକାନ ଚାର୍ଜର୍ସ ପାଇଁ ଖେଳୁଥିବା ବେଳେ କୋଚି ବିପକ୍ଷରେ ଏକ ଇନିଂସରେ ୧୨ ରନ୍ ଦେଇ ୫ ୱିକେଟ୍ ନେଇଥିଲେ । ଇଶାନ୍ତଙ୍କ ବାହାରେ ବସିବା ଦିଲ୍ଲୀକୁ ଝଟକା ଲାଗିପାରେ ।