ଲିଗ୍ ମଝିରେ କୌଣସି ଖେଳାଳିଙ୍କୁ କୋରୋନା ହେଲେ ରଦ୍ଦ ହୋଇଯିବ IPL ? ଜାଣନ୍ତୁ କ'ଣ କହୁଛି ନିୟମ...

ଆଇପିଏଲ୍(IPL) ଡ୍ରାଫ୍ଟ SOP ଅନୁଯାୟୀ, କୌଣସି ଖେଳାଳିଙ୍କ ଟେଷ୍ଟ୍ ପଜିଟିଭ ଆସିବାରୁ ସେହି ଖେଳାଳି ପାଇଁ ଆଇପିଏଲ ସିଜନକୁ ଶେଷ କରାଯିବ ନାହିଁ । ଯଦି ଖେଳାଳିଙ୍କ ମଧ୍ୟରେ ଅସ୍ୱାଭାବିକ କିମ୍ବା ସାମାନ୍ୟ ଲକ୍ଷଣ ରହିଥିବ ତେବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ ।

ଲିଗ୍ ମଝିରେ କୌଣସି ଖେଳାଳିଙ୍କୁ କୋରୋନା ହେଲେ ରଦ୍ଦ ହୋଇଯିବ IPL ? ଜାଣନ୍ତୁ କ'ଣ କହୁଛି ନିୟମ...

ତମାଲ ବାକଚି, ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ଆଇପିଏଲ୍(IPL)କୁ କ୍ରିକେଟର ଉତ୍ସବ ଭାବେ ଆୟୋଜନ କରାଯାଇଥାଏ । ସାରା ଦୁନିଆର ଟପ୍ ଖେଳାଳି ଏହି ଲିଗରେ ଅଂଶ ଗ୍ରହଣ କରିବାକୁ ଭାରତକୁ ଆସନ୍ତି । ତେବେ ଚଳିତ ବର୍ଷ ଅନେକ ବଡ ଟୁର୍ନାମେଣ୍ଟ ପରି ଆଇପିଏଲ୍ ମଧ୍ୟ କୋରୋନା ଭାଇରସ୍(Coronavirus) ଯୋଗୁଁ ପ୍ରଭାବିତ ହୋଇଛି । ମାର୍ଚ୍ଚ ୨୯ରୁ ଆରମ୍ଭ ହେଉଥିବା ଆଇପିଏଲ୍ ଚଳିତ ବର୍ଷ ସେପ୍ଟେମ୍ବର ୨୯ରୁ ଖେଳାଯିବ । କୋରୋନା ଭୟ ମଧ୍ୟରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିବା ସହଜ ନୁହେଁ, ଯଦିଓ ବିସିସିଆଇ(BCCI) ଯଥାସମ୍ଭବ ଉଦ୍ୟମ କରିଛି । ବିସିସିଆଇ ଯେଉଁ SOP ପ୍ରସ୍ତୁତ କରିଛି । ତାହା ସହାୟତାରେ ଖେଳାଳି ଏବଂ ଲିଗକୁ କୋରୋନା ବିପଦରୁ ଦୂରେଇ ରଖାଯିବ ।

ଅଧିକ ପଢ଼ନ୍ତୁ:-ICC Test Ranking: ଶୀର୍ଷରେ ସ୍ମିଥ୍, ଟପ୍ ୧୦ରେ ୩ ଭାରତୀୟ

ଯଦି ଖେଳାଳି କୋରୋନା ପଜିଟିଭ୍ ବୋଲି ଜଣାପଡିଛି ?

ଆଇପିଏଲ୍(IPL) ଡ୍ରାଫ୍ଟ SOP ଅନୁଯାୟୀ, କୌଣସି ଖେଳାଳିଙ୍କ ଟେଷ୍ଟ୍ ପଜିଟିଭ ଆସିବାରୁ ସେହି ଖେଳାଳି ପାଇଁ ଆଇପିଏଲ ସିଜନକୁ ଶେଷ କରାଯିବ ନାହିଁ । ଯଦି ଖେଳାଳିଙ୍କ ମଧ୍ୟରେ ଅସ୍ୱାଭାବିକ କିମ୍ବା ସାମାନ୍ୟ ଲକ୍ଷଣ ରହିଥିବ ତେବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବ । ଦୁଇ ସପ୍ତାହ ପରେ ୨୪ ଘଣ୍ଟା ଅବଧି ପାଇଁ ଦୁଇଟି କୋରୋନା ପରୀକ୍ଷା କରାଯିବ । ଆଉ ସେହି ରିପୋର୍ଟ ନେଗେଟିଭ୍ ଆସିବା ପରେ ହିଁ ଖେଳାଳି ମୈଦାନକୁ ଫେରିପାରିବେ । ଯଦି କେବଳ ସାମାନ୍ୟ ଲକ୍ଷଣ ଥାଏ, ତେବେ ସେହି ଖେଳାଳିଙ୍କୁ ଦୁଇ ସପ୍ତାହ ପାଇଁ ବାୟୋ ସିକ୍ୟୁର୍ ବବଲରୁ ଦୂରେଇ ରହିବାକୁ ପଡିବ । ଏହା ପରେ ସେ କାର୍ଡିୟାକ ସ୍କ୍ରିନିଂ କରି ଫେରି ପାରିବେ ।

ଅଧିକ ପଢ଼ନ୍ତୁ:-କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !

୬ ଥର କୋରୋନା ଟେଷ୍ଟ କରିବେ ଖେଳାଳିମାନେ

ବିସିସିଆଇ ଆଇପିଏଲ ପାଇଁ ଯେଉଁ SOP ଜାରି କରିଛି । ତାହାକୁ ପାଳନ କରିବା ଜରୁରୀ ଅଟେ । ଏହି ନିୟମ ଅନୁଯାୟୀ ଦଳ ଅଗଷ୍ଟ ୨୦ ପରେ ୟୁଏଇ ଯିବା ଆରମ୍ଭ କରିବେ । ଅଗଷ୍ଟ ୨୩ ସୁଦ୍ଧା ସମସ୍ତଙ୍କୁ ସେଠାରେ ପହଞ୍ଚିବାକୁ ପଡ଼ିବ । ଅଧିକାଂଶ ଟିମରେ ବିଦେଶୀ ଖେଳାଳି ଅଛନ୍ତି । ୟୁଏଇ(UAE)ରେ ସେମାନେ ନିଜ ଦଳ ସହିତ ସିଧାସଳଖ ସମ୍ପର୍କ କରିବେ । ତଥାପି ଭାରତୀୟ ଖେଳାଳିଙ୍କ ପରି ସେମାନଙ୍କୁ ମଧ୍ୟ ଦୁଇଥର କୋଭିଡ-19 ଟେଷ୍ଟ କରିବାକୁ ପଡ଼ିବ । ନଚେତ ସେମାନଙ୍କୁ ୟୁଏଇକୁ ଆସିବାକୁ ଅନୁମତି ମିଳିବ ନାହିଁ ।

ଅଧିକ ପଢ଼ନ୍ତୁ:-ରାଜୀବ ତ୍ୟାଗୀଙ୍କ ନିଧନ ପରେ କାହିଁକି ଟାର୍ଗେଟକୁ ଆସିଲେ ସମ୍ୱିତ ପାତ୍ର ?

ସମସ୍ତ ଦଳର ସଦସ୍ୟ ଏବଂ ଖେଳାଳିଙ୍କ ବିମାନବନ୍ଦରରେ କୋରୋନା ଟେଷ୍ଟ କରାଯିବ । ଯାହା ପରେ ହୋଟେଲକୁ ଯାଇ ସେମାନଙ୍କୁ ସାତ ଦିନ ପର୍ଯ୍ୟନ୍ତ ଅଲଗା ରହିବାକୁ ପଡିବ । ସାତ ଦିନରେ କୋଭିଡ ପରୀକ୍ଷା ତିନିଥର କରାଯିବ । ମୋଟ ଉପରେ ୬ ଥର କୋରୋନା ପରୀକ୍ଷା(COVID-19 Test) କରାଯିବ । ସମସ୍ତ ରିପୋର୍ଟ ନେଗେଟିଭ ଆସିବା ପରେ ଖେଳାଳିମାନଙ୍କୁ ବାୟୋ ସିକ୍ୟୁରିଟି ବବଲରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ଏହି ସ୍ୱତନ୍ତ୍ର ବବଲରେ ହୋଟେଲ, ଷ୍ଟାଡିୟମ୍, ଟିମ୍ ବସ୍ ଠାରୁ ଆରମ୍ଭ କରି ଅଭ୍ୟାସ ସାମିଲ ରହିବ । ଆଇପିଏଲ୍ ସମୟରେ କୌଣସି ଖେଳାଳିଙ୍କୁ କୌଣସି ସ୍ଥାନକୁ ଯିବାକୁ ଦିଆଯିବ ନାହିଁ ।