• ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ୨ ଜଣ ବାହାର ରାଜ୍ୟର ଭକ୍ତ
  • ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ ବନ୍ଦ ଥିବା ବେଳେ ଉଭୟଙ୍କ ପ୍ରବେଶକୁ ନେଇ ଉଠିଛି ପ୍ରଶ୍ନ
  • ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • CBI ତଦନ୍ତ ପାଇଁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା
  • ଉତ୍ତର ବଙ୍ଗୋପସାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ୩ ଦିନ ବର୍ଷା ସମ୍ଭାବନା
  • ଆଜି ପାଇଁ ୨୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍
  • ଦେଶରେ ୨୪ ଘଣ୍ଟାରେ ୨୯ ହଜାର ୬୯୮ ପଜିଟିଭ୍ ଚିହ୍ନଟ , ୪୧୫ ମୃତ
  • ରାଜ୍ୟରେ ଆଜି ୧୬୨୯ କୋରୋନା ପଜିଟିଭ ଚିହ୍ନଟ, ୬୦ ମୃତ
  • ଆଜି ୧୨ ଘଣ୍ଟିଆ ବରଗଡ଼ ବନ୍ଦ

IPS ଅଫିସରଙ୍କ ଟ୍ୱିଟ୍; 'ପତ୍ନୀ ଜଲେବି ଖାଇବାକୁ ଦେଉ ନାହାନ୍ତି'.., ପତ୍ନୀ କହିଲେ,'ଆଜି ତୁମେ.....'

IPS Officer Jalebi Fiasco: ଜଣେ ଆଇପିଏସ୍ ଅଧିକାରୀ ଟ୍ୱିଟରରେ ଲେଖିଛନ୍ତି ଯେ ଏବେ ତାଙ୍କ ପତ୍ନୀ ତାଙ୍କୁ ଜଲେବି ଖାଇବାକୁ ଦେଉନାହାଁନ୍ତି । ଏହାର ଜବାବରେ ତାଙ୍କ ପତ୍ନୀ ପ୍ରାୟ ଧମକପୂର୍ଣ୍ଣ ଢଙ୍ଗରେ କହିଥିଲେ, 'ଆଜି ତୁମେ ଘରକୁ ଆସ...।'

IPS ଅଫିସରଙ୍କ ଟ୍ୱିଟ୍; 'ପତ୍ନୀ ଜଲେବି ଖାଇବାକୁ ଦେଉ ନାହାନ୍ତି'.., ପତ୍ନୀ କହିଲେ,'ଆଜି ତୁମେ.....'
ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ଚିନି ସିରାରେ ବୁଡ଼ି ବାହାରକୁ ଆସିଥିବା ଜଲେବିକୁ (Jalebi) ଦେଖିବା ମାତ୍ରେ ମନ ପ୍ରଲୋଭିତ ହୁଏ । କେବଳ ଆମର ନୁହେଁ, ବଡ ବଡ ଅଧିକାରୀଙ୍କର ମଧ୍ୟ । କିନ୍ତୁ ବେଳେବେଳେ ଜଲେବିର ସ୍ୱାଦ ଆପଣଙ୍କ ଉପରେ ଭାରି ପଡିପାରେ । ଯଦି ଆପଣଙ୍କର ବିଶ୍ୱାସ ହେଉନାହିଁ ତେବେ ଆଇପିଏସ୍ ଅଧିକାରୀ ଡକ୍ଟର ସନ୍ଦୀପ ମିତ୍ତଲଙ୍କୁ (IPS officer Sandeep Mittal) ପଚାରନ୍ତୁ । ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଆଉ ତାଙ୍କ ପତ୍ନୀ ଜଲେବି (Jalebi) ଖାଇବାକୁ ଦିଅନ୍ତି ନାହିଁ । ଏହା ଉପରେ ତାଙ୍କ ପତ୍ନୀ ଡକ୍ଟର ରିଚା ମିତ୍ତଲ (Dr Richa Mittal) ଧମକପୂର୍ଣ୍ଣ ଢଙ୍ଗରେ କହିଥିଲେ, 'ଆଜି ତୁମେ ଘରକୁ ଆସ...।'

'ପିଲାବେଳେ ମୁଁ ଭାବୁଥିଲି ଯେ ବଡ଼ ହୋଇ ...'
ଆଇପିଏସ୍ ଅଧିକାରୀ ୧୭ ଜୁଲାଇ ସନ୍ଧ୍ୟାରେ ଏକ ଟ୍ୱିଟ୍ କରିଥିଲେ । ସେ ଏଥିରେ ଲେଖିଛନ୍ତି ଯେ 'ପିଲାଦିନେ 25 ପଇସାରେ ଏକ ବଡ ଜଲେବି ମିଳୁଥିଲା । ମୁଁ ଭାବୁଥିଲେ ଯେ ବଡ ହୋଇ ରୋଜଗାର କରିବା ପରେ ପ୍ରତିଦିନ ତିନିରୁ ଚାରିଟି ଜଲେବି ଖାଇବି । ଯଦିଓ ବର୍ତ୍ତମାନ ରୋଜଗାର କରିବା ଆରମ୍ଭ କରିଛି, ତଥାପି ମୋ ପତ୍ନୀ ଜଲେବି ଖାଇବାକୁ ଦେଉ ନାହାଁନ୍ତି ।" ଏହି ଟ୍ୱିଟରେ ଉପରେ କମେଣ୍ଟ ଆକାରରେ ଲୋକମାନେ ଜଲେବିର ଫଟୋ ସେୟାର କରି ତାଙ୍କୁ ପ୍ରଲୋଭିତ ମଧ୍ୟ କରିଛନ୍ତି । କିଛି ଉପଭୋକ୍ତା କହିଛନ୍ତି ଯେ 'ଭାଉଜ ପରିବାରର ମଙ୍ଗଳ ବିଷୟରେ ଭାବି ଆପଣଙ୍କୁ ମନା କରିଥିବେ।'

ମଜା ସେତବେଳେ ଆସିଥିଲା ଯେତେବେଳେ ଅଫିସରଙ୍କ ପତ୍ନୀ ଏହି ଟ୍ୱିଟକୁ ରିଟ୍ୱିଟ କରି ଏହାର ଜବାବ ଦେଇଥିଲେ । ତାଙ୍କ ପତ୍ନୀ ଡକ୍ଟର ରିଚା ମିତ୍ତଲ ଏକ ଧମକପୂର୍ଣ୍ଣ ଢଙ୍ଗରେ ଏହାର ଜବାବରେ ଲେଖିଛନ୍ତି ଯେ 'ଆଜି ତୁମେ ଘରକୁ ଆସ ......' ବର୍ତ୍ତମାନ ଡକ୍ଟର ସନ୍ଦୀପ ମିତ୍ତଲଙ୍କୁ ଘରେ ଜଲେବି ମିଳିଛି କି ଗାଳି ପଡିଛି ତାହା ସେ ଜାଣିଥିବେ । କିନ୍ତୁ ଏହି ଟ୍ୱିଟ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରଲ ହେଉଛି ।

ଜଲେବିକୁ ଭାରତରେ ବହୁଳ ଭାବରେ ଖିଆଯାଏ । ଜଲେବିକୁ ପ୍ରଥମେ ମଇଦାରେ ତିଆରି କରାଯାଇ ଛଣା ଯାଏ ଓ ଏହାପରେ ଏହାକୁ ଚିନି ସିରାରେ ବୁଡ଼ା ଯାଇ ପ୍ରସ୍ତୁତ କରଯାଇଥାଏ ।