ହଠାତ୍ ବେଙ୍ଗାଲୁରୁରେ କାହଁକି ହୋଇଥିଲା ଶବ୍ଦ ? ସାମ୍ନାକୁ ଆସିଲା ସତ !
Advertisement

ହଠାତ୍ ବେଙ୍ଗାଲୁରୁରେ କାହଁକି ହୋଇଥିଲା ଶବ୍ଦ ? ସାମ୍ନାକୁ ଆସିଲା ସତ !

ରାଜ୍ୟ ସରକାର ପ୍ରକାଶ କଲେ ପ୍ରଚଣ୍ଡ ଶବ୍ଦର କାରଣ

ହଠାତ୍ ବେଙ୍ଗାଲୁରୁରେ କାହଁକି ହୋଇଥିଲା ଶବ୍ଦ ? ସାମ୍ନାକୁ ଆସିଲା ସତ !

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ଇଷ୍ଟ ବେଙ୍ଗାଲୁରୁର ଦିନ ପ୍ରାୟ ସାଢେ ଗୋଟାଏ ସମୟରେ ହଠାତ ଶୁଭିଥିଲା ପ୍ରଚଣ୍ଡ ଶବ୍ଧ । ଶବ୍ଦର ତୀବ୍ରତା ଏତେ ଅଧିକ ଥିଲା ଯେ, ଲୋକ ଯେତିକି ଆଶ୍ଚର୍ଯ୍ୟ ହୋଇ ନଥିଲେ ତାହା ଠାରୁ କେତେ ଗୁଣା ଅଧିକରେ ଭୟଭୀତ ମଧ୍ୟ ହୋଇ ପଡ଼ିଥିଲେ ।  କେହି କିଛି ଚିନ୍ତା କରି ପାରିନଥିଲେ । ଗୋଟିଏ ପଟେ COVID-19 ସଂକ୍ରମଣ ଓ ଅପରପଟେ ଭୟଙ୍କର ଶବ୍ଦ । ସମସ୍ତଙ୍କୁ କରିଥିଲା ଭୟଭୀତ । କେହି କେହି ଏହାକୁ ଭୂମିକମ୍ପ ଭାବି ନେଇଥିଲେ । ଆକସ୍ମିକ ଭାବେ ସୃଷ୍ଟି ହୋଇଥିବା ଏହି ଶବ୍ଦକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଥିଲା। 

ଏହି ପ୍ରଚଣ୍ଡ ଶବ୍ଦକୁ ନେଇ ଅନେକ ପ୍ରକାର ଟ୍ରେଣ୍ଡ ମଧ୍ୟ ଚାଲିଥିଲା। ଟ୍ୱିଟରରେ #Bengaluru # Earthquake #Mirage #Sonicboom #Alience ଭଳି ଅନେକ ଟ୍ରେଣ୍ଡ କରିଥିଲା । କୌତୁହଳରେ ଏହାକୁ ଯୁଦ୍ଧବିମାନ ଠାରୁ ଆରମ୍ଭ କରି ଏଲିୟନ ଥିଓରୀ ଭାବେ ମଧ୍ୟ ଉପସ୍ଥାପନ କରାଯାଇଥିଲା ।

ଶେଷରେ ଯୁଦ୍ଧବିମାନ ଥିଓରୀ ସତ ପ୍ରମାଣିତ ହୋଇଛି । ବେଙ୍ଗାଲୁରୁ ରାଜ୍ୟ ଗୃହ ମନ୍ତ୍ରାଳୟ ତରଫରୁ ଟ୍ୱିଟ୍ ଜାରି କରାଯାଇଥିଲା। ବାୟୁସେନାର ରୁଟିନ ଟେଷ୍ଟ ସମୟରେ ଏହି ଶବ୍ଦ ସୃଷ୍ଟି ହୋଇଥିଲା। ବାୟୁସେନାର ଏକ ସୁପରସୋନିକ ଏୟାରକ୍ରାଫ୍ଟରେ ପାଇଲଟ ଓ ଫ୍ଲାଇଟ ଟେଷ୍ଟ ଇଞ୍ଜିନିୟର ରୁଟିନ ଟେଷ୍ଟ କରୁଥିଲେ । ଯେବେ ୩୬,୦୦୦ରୁ ୪୦,୦୦୦ ଫୁଟ୍ ଉଚ୍ଚରେ ଏୟାରକ୍ରାଫ୍ଟ ସୁପରସୋନିକରୁ ସବସୋନିକ MODEରେ ଯାଉଥିଲା । ଏହି ସମୟରେ ଏହି ପ୍ରଚଣ୍ଡ ଶବ୍ଦ ଆସିଥିବା ନେଇ ରାଜ୍ୟ ଗୃହମନ୍ତ୍ରଣାଳୟ ପ୍ରକାଶ  କରିଛି । 

ଇଷ୍ଟ ବେଙ୍ଗାଲୁରୁରେ ଏଭଳି ଶବ୍ଦ ଶୁଣିବାକୁ ମିଳିଥିଲା । ଏୟାରପୋର୍ଟରୁ ଆରମ୍ଭ କରି କଲ୍ୟାଣ ନଗର, ଏମଜୀ ରୋଡ଼, ହ୍ୱାଇଟ ଫିଲ୍ଡ଼, ମରାଠାହଲ୍ଲୀ, ସରଜାପୁର,ଇଲେକଟ୍ରୋନିକ ସିଟି ଆଖପାଖ ସ୍ଥାନରେ ମଧ୍ୟ ଲୋକ ଶବ୍ଧ ଶୁଣିଥିବା କହିଛନ୍ତି ।

ଭୂମିକମ୍ପ ( EARTHQUAKE) ନଥିଲା

କର୍ଣ୍ଣାଟକ ଷ୍ଟେଟ ଡିଜାଷ୍ଟର ମନିଟରିଂ ସେଣ୍ଟର (KSNDMC) ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ଏହା କୌଣସି ପ୍ରକାର ଭୂ-କମ୍ପ ନୁହେଁ। ସ୍ଥଳଭାଗରେ କୌଣସି ପ୍ରକାର କ୍ଷତି ଦେଖିବାକୁ ମିଳିନାହିଁ । ବେଙ୍ଗାଲୁରୁ ହ୍ୱାଇଟଫିଲ୍ଡ ଯେଉଁଠି ଏଭଳି ଶବ୍ଦ ଶୁଣିବାକୁ ମିଳିଥିଲା, ସେଠି ଅଧିକାଂଶ ଲୋକ ଏକତ୍ରିତ ହୋଇଥିଲେ । ବାୟୁସେନା, HAL କମ୍ପାନୀ ସହ ଯୋଗାଯୋଗ କରାଯାଇଥିଲା ।

୨୧କି।ମି। ପର୍ଯ୍ୟନ୍ତ ଶବ୍ଦ ବ୍ୟାପିଥିଲା:

ପ୍ରଥମେ ପୋଲିସ ମଧ୍ୟ ଜାଣିବାକୁ ପାଇନଥିଲା, ଯେ ଏଭଳି ଶବ୍ଦ କେଉଁଠୁ ଆସିଥିଲା । ବେଙ୍ଗାଲୁରୁ ପୋଲିସ କମିଶନର ଭାସ୍କର ରାଓ କହିଛନ୍ତି, ହଠାତ୍ ଜାଣିବା ମୁସ୍କିଲ୍ ହୋଇଯାଇଥିଲା । ପ୍ରଚଣ୍ଡ ଶବ୍ଧ ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନାହିଁ । ଶ୍ରୀ ରାଓ କହିଛନ୍ତି, ୨୧ କିଲୋମିଟର ଯାଏଁ  ଶୁଣିବାକୁ ମିଳିଥିଲା ଏହି ଶବ୍ଧ ।