ମତ୍ସ୍ୟଜୀବୀଙ୍କୁ ମିଳିଲା 'Work From Home'
Advertisement

ମତ୍ସ୍ୟଜୀବୀଙ୍କୁ ମିଳିଲା 'Work From Home'

ଭାଇରାଲ ଭିଡିଓ (Viral Video) ରେ ଦେଖିବାକୁ ମିଳୁଛି ଯେ, ଗୋଟିଏ ଗାଁ ଭିତରକୁ ବନ୍ୟା ପାଣି ମାଡି ଆସିଛି। ଗାଁର ସମ୍ପୂର୍ଣ୍ଣ ରାସ୍ତା ପାଣିରେ ବୁଡି ଯାଇଛି। ଏପରି ଲୋକଙ୍କ ଦୁଆରେ ବନ୍ୟା ପାଣି ଲହଡି ଭାଙ୍ଗୁଛି।

 ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: 'ବାଇଶି ପାହାଚରେ ଖେଳୁଛି ମୀନ'। ଠିକ ଏହି ଭଳି ସ୍ଥିତି ଏବେ କେରଳରେ ଦେଖିବାକୁ ମିଳିଛି। ଲୋକେ ଆଉ ନଦୀ କିମ୍ବା ପୋଖରୀକୁ ନଯାଇ ଘରୁ ମାଛ ଧରୁଛନ୍ତି। ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମତ୍ସ୍ୟଜୀବୀଙ୍କ Work From Home ଟାଇଟଲରେ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଠି ଜଣେ ମତ୍ସ୍ୟଜୀବୀ ନିଜ ଘର ବାହାରେ ହିଁ ମାଛ (Fishing)(ଧରୁଛନ୍ତି। ଭିଡିଓଟି କେରଳ (Kerala) ର ବୋଲି ଦାବି କରାଯାଉଛି। କିନ୍ତୁ ଏହା କେଉଁ ଗ୍ରାମ କିମ୍ବା ଜିଲ୍ଲାର ଦୃଶ୍ୟ ତାହା ସ୍ପଷ୍ଟ ହୋଇନାହିଁ। ତଥାପି ଭିଡିଓଟି ନିଆଁ ଭଳି ଇଣ୍ଟରନେଟରେ ବ୍ୟାପିବାରେ ଲାଗିଛି।

Also Read: ରାଜରାସ୍ତାରେ ଭାସୁଛନ୍ତି ହଜାର ହଜାର ମାଛ

ଭାଇରାଲ ଭିଡିଓ (Viral Video) ରେ ଦେଖିବାକୁ ମିଳୁଛି ଯେ, ଗୋଟିଏ ଗାଁ ଭିତରକୁ ବନ୍ୟା ପାଣି ମାଡି ଆସିଛି। ଗାଁର ସମ୍ପୂର୍ଣ୍ଣ ରାସ୍ତା ପାଣିରେ ବୁଡି ଯାଇଛି। ଏପରି ଲୋକଙ୍କ ଦୁଆରେ ବନ୍ୟା ପାଣି ଲହଡି ଭାଙ୍ଗୁଛି। ଆଉ ଏହାରି ମଧ୍ୟରେ ଜଣେ ମତ୍ସ୍ୟଜୀବୀ (Fisherman)ତାଙ୍କ ଘର ସମ୍ମୁଖରେ ଥିବା ରାସ୍ତା ଉପରେ ଜାଲ ପକାଇ ମାଛ ଧରୁଛନ୍ତି। ଆଉ ଏଥିରେ ତାଙ୍କ ପରିବାର ଲୋକ ମଧ୍ୟ ସାହାଯ୍ୟ କରୁଛନ୍ତି।

 

କୁହାଯାଉଛି ଯେ, ବାତ୍ୟା Tauktae ଯୋଗୁଁ କେରଳରେ ପ୍ରବଳ ବର୍ଷା ହୋଇଥିଲା। ତଳିଆ ଅଞ୍ଚଳ ବା ନଦୀକୁଳିଆ ଅଞ୍ଚଳରେ ବନ୍ୟା ପାଣି ଭରିଯାଇଥିଲା। ଫଳରେ ନଦୀ ଓ ପୋଖରୀରେ ଥିବା ମାଛ ସେହି ପାଣିରେ ଜନବସତି ଅଞ୍ଚଳକୁ ଆସିଯାଇଥିଲେ। ଆଉ ଲୋକେ ମଧ୍ୟ ନିଜ ଘରେ ରହି ମାଛ ମାରିବାର ସୁଯୋଗ ପାଇଥିଲେ।