Advertisement
Article Detail0/zeeodisha/odisha700288
Zee OdishaOdisha LifeStyle and Othersଆୟୁର୍ବେଦିକ ଜଡ଼ିବୁଟିରେ ପ୍ରସ୍ତୁତ କୋରୋନିଲ କେତେ କାର୍ଯ୍ୟକ୍ଷମ...

ଆୟୁର୍ବେଦିକ ଜଡ଼ିବୁଟିରେ ପ୍ରସ୍ତୁତ କୋରୋନିଲ କେତେ କାର୍ଯ୍ୟକ୍ଷମ...

କୋରୋନା ସଂକଟ ସମୟରେ ଆଶ୍ୱସ୍ତିକର ଖବର ଆଣିଦେଇଛନ୍ତି ଯୋଗଗୁରୁ ବାବା ରାମଦେବ। ଏହି କୋରୋନା ସଂକଟ ସମୟରେ ସମସ୍ତେ ଏହା ପ୍ରତିକାର କଥା ଚିନ୍ତା କରୁଛନ୍ତି। ଏପରିକି ବିଶ୍ୱର ବହୁ ଅଭିଜ୍ଞା ଡାକ୍ତରମାନେ ଔଷଧ ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଆଉ ଏହାରି ମଧ୍ୟରେ କୋରୋନା ପ୍ରତିକାର ପାଇଁ ଆୟୁର୍ବେଦିକ ଔଷଧ ବାହାର କରିବା ସହିତ ତାହା ଶତ ପ୍ର

ଆୟୁର୍ବେଦିକ ଜଡ଼ିବୁଟିରେ ପ୍ରସ୍ତୁତ କୋରୋନିଲ କେତେ କାର୍ଯ୍ୟକ୍ଷମ...

ନୂଆଦିଲ୍ଲୀ: କୋରୋନା ସଂକଟ ସମୟରେ ଆଶ୍ୱସ୍ତିକର ଖବର ଆଣିଦେଇଛନ୍ତି ଯୋଗଗୁରୁ ବାବା ରାମଦେବ। ଏହି କୋରୋନା ସଂକଟ ସମୟରେ ସମସ୍ତେ ଏହା ପ୍ରତିକାର କଥା ଚିନ୍ତା କରୁଛନ୍ତି। ଏପରିକି ବିଶ୍ୱର ବହୁ ଅଭିଜ୍ଞା ଡାକ୍ତରମାନେ ଔଷଧ ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଆଉ ଏହାରି ମଧ୍ୟରେ କୋରୋନା ପ୍ରତିକାର ପାଇଁ ଆୟୁର୍ବେଦିକ ଔଷଧ ବାହାର କରିବା ସହିତ ତାହା ଶତ ପ୍ରତିଶତ କାର୍ଯ୍ୟ କରୁଥିବା ନେଇ ଆଶ୍ୱସ୍ତିକର ଖବର ଦେଇଛନ୍ତି ବାବା ରାମଦେବ। 

ଏହି ଆୟୁର୍ବେଦିକ ଔଷଧର ନାମ କୋରୋନିଲ ରଖିଛି ପତଞ୍ଜଳି। ଏହାକୁ ଆଜି ବଜାର ପ୍ରବେଶ କରାଇଛନ୍ତି ବାବା ରାମଦେବ। ତେବେ ବାବା ରାମଦେବ ଏହା କୋରୋନାକୁ ପ୍ରତିହତ କରିବାକୁ ଦାବି କରୁଥିବା ବେଳେ ଏହା କେତେ ପରିମାଣରେ କାର୍ଯ୍ୟକ୍ଷମ ହେବ ତାହା ଆଗାମୀ ଦିନରେ ଜଣାପଡ଼ିଛି। ତେବେ ଆଜି ଏହି ଔଷଧର ବଜାର ପ୍ରବେଶ ସମୟରେ ଔଷଧର ବ୍ୟବହୃତ ସାମଗ୍ରୀ ସମ୍ପର୍କରେ ସୂଚନା ଦେଇଥିଲେ। 

ଅଧିକ ପଢନ୍ତୁ: କୋରୋନା ଔଷଧ ବାହାର କଲେ ରାମଦେବ ବାବା !

Add Zee News as a Preferred Source

ସେ କହିଥିଲେ କି, ଏହି କୋରୋନିଲ ଔଷଧରେ ଗିଲୋୟ, ଅଶ୍ୱଗନ୍ଧା, ତୁଳସୀ, ଶ୍ୱଶରୀ ରସ ଓ ଅଣୁତେଲର ସମିଶ୍ରଣରେ ଏହି ଔଷଧ ପ୍ରସ୍ତୁତ ହୋଇଛି। ଏହି ଔଷଧ ଦିନକୁ ଦୁଇଥର ଖାଇବାକୁ ହେବ। ସକାଳେ ଓ ସନ୍ଧ୍ୟାରେ ଥରେ ଲେଖାଏଁ ଖାଇବାକୁ ହେବ ବୋଲି ସେ କହିଛନ୍ତି। ପତଞ୍ଜଳି ଅନୁଯାୟୀ ଅଶ୍ୱଗନ୍ଧା କୋଭିଡ଼ 19ର ରିସିପ୍ଟ ର-ବାଇଣ୍ଡିଂ ଡୋମେନ ଶରୀର ମଧ୍ୟରେ ଏଞ୍ଜିଓଟୋନସିନ କନ୍ୱାଇଣ୍ଟିଂ ଏନଜାଇମ ସହିତ ମିଶିବାକୁ ଦେଇ ନଥାଏ। ଅର୍ଥାନ କୋରୋନା ଭାଇରସ ମଣିଷ ଶରୀରର କୋଷଗୁଡ଼ିକ ମଧ୍ୟରେ ପ୍ରବେଶ କରିପାରିନଥାଏ। ଫଳରେ କୋରୋନା ସଂକ୍ରମଣକୁ ପ୍ରତିହତ କରିବାରେ ଏହା ସାହାଯ୍ୟ କରିଥାଏ ବୋଲି ପତଞ୍ଜଳି ଦାବି କରିଛି। 

ସେହିପରି ତୁଳସୀ କୋରୋନା ଆରଏନଏ ଉପରେ ଆକ୍ରମଣ କରିଥାଏ ବା ବୃଦ୍ଧି ହେବାରେ ପ୍ରତିହତ କରିଥାଏ। ଫଳରେ କୋରୋନା ଭାଇରସ ବହୁଗୁଣିତ ହେବାରେ ମଧ୍ୟ ଅଟକାଇଥାଏ ତୁଳସୀ ବୋଲି ପତଞ୍ଜଳି କହିଛି। ଆସନ୍ତା ୭ ଦିନ ମଧ୍ୟରେ ବଜାରରେ ତାହା ଉପଲବ୍ଧ ହେବ। ଲୋକମାନେ ଆସନ୍ତା ୭ ଦିନ ମଧ୍ୟରେ ପତଞ୍ଜଳି ଷ୍ଟୋରରୁ ଲୋକମାନେ କିଣି ନେଇପାରିବେ ବୋଲି ବାବା ରାମଦେବ କହିଛନ୍ତି। ସେ  ଆହୁରି ମଧ୍ୟ କହିଛନ୍ତି କି, ଏହି ଔଷଧକୁ ଘରେ ମଧ୍ୟ ପହଞ୍ଚାଇ ଦିଆଯିବାକୁ ଉଦ୍ୟମ ଆରମ୍ଭ କରାଯାଇଛି। ଏଥିପାଇଁ ଏକ ଆପକୁ ମଧ୍ୟ ଲଞ୍ଚ କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ବାବା ରାମଦେବ ସୂଚନା ଦେଇଛନ୍ତି। 

About the Author