• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଜାଣନ୍ତୁ ଜାମୁକୋଳିର ଔଷଧୀୟ ଗୁଣ, ମଧୁମେୟ ପାଇଁ ସଞ୍ଜିବନୀ ଜାମୁ...

ଜାମୁକୋଳିରେ ଶରୀର ଆବଶ୍ୟକ କରୁଥିବା ପ୍ରାୟ ସମସ୍ତ ଆବଶ୍ୟକୀୟ ଲବଣ ମିଳିଥାଏ । ଖାଦ୍ୟରେ ସ୍ୱାଦିଷ୍ଟ ହେବା ବ୍ୟତୀତ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ।  

ଜାଣନ୍ତୁ ଜାମୁକୋଳିର ଔଷଧୀୟ ଗୁଣ, ମଧୁମେୟ ପାଇଁ ସଞ୍ଜିବନୀ ଜାମୁ...

ଆମେ ଆପଣଙ୍କୁ ଅନେକ ସମୟରେ ପ୍ରାକୃତିକ ଔଷଧ ବିଷୟରେ ତଥ୍ୟ ଦେଇଥାଉ । ଏହାର ଅର୍ଥ ହେଉଛି ଗଛ, ପତ୍ର, ଫଳ, ଫୁଲ ଏବଂ ଉଦ୍ଭିଦ ଯାହା ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟବହୃତ ହୋଇପାରେ । ପ୍ରକୃତି ଆପଣଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଆଜି ଆମେ ଜାମୁକୋଳି (Black Berry) ବିଷୟରେ ଆଲୋଚନା କରିବା । ଜାମୁକୋଳି ଏକ ଋତୁକାଳୀନ ଫଳ, ଏହା ମୌସୁମୀ ସମୟରେ ଅଧିକ ମିଳିଥାଏ । ଜାମୁକୋଳି ଅମ୍ଳୀୟ ପ୍ରକୃତିର ଫଳ କିନ୍ତୁ ଏହା ସ୍ୱାଦରେ ମିଠା, ଏଥିରେ ପ୍ରଚୁର ଗ୍ଲୁକୋଜ ଏବଂ ଫ୍ରୁକଟୋଜ ମିଳିଥାଏ । ଜାମୁକୋଳିରେ ଶରୀର ଆବଶ୍ୟକ କରୁଥିବା ପ୍ରାୟ ସମସ୍ତ ଆବଶ୍ୟକୀୟ ଲବଣ ମିଳିଥାଏ । ଖାଦ୍ୟରେ ସ୍ୱାଦିଷ୍ଟ ହେବା ବ୍ୟତୀତ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ।  

ଜାମୁକୋଳି ଖାଇବାର ଲାଭ...
ହଜମ ପ୍ରକ୍ରିୟା ପାଇଁ ଜାମୁକୋଳି ବହୁତ ଲାଭଦାୟକ । ଜାମୁ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ମଧୁମେହ ରୋଗୀଙ୍କ ପାଇଁ ଜାମୁ ରାମବାଣ ଉପାୟ (ଜାମୁ ମଞ୍ଜି ଶୁଖାଇ ଗ୍ରାଇଣ୍ଡ୍ କରନ୍ତୁ, ଏହି ପାଉଡର ଖାଇବା ମଧୁମେହରେ ବହୁତ ସାହାଯ୍ୟ କରିଥାଏ) । ଶରୀରରେ ଷ୍ଟୋନ୍ ହେଲେ ଜାମୁକୋଳି ଖାଇବା ମଧ୍ୟ ଲାଭଦାୟକ । କୋଳି ମଞ୍ଜିକୁ ପେଶୀ ପାଣି କିମ୍ବା ଦହି ସହିତ ସେବନ କରନ୍ତୁ । ଯଦି ଝାଡ଼ା ହୁଏ, ସେହି ସମୟରେ ସିନ୍ଧି ଲୁଣ ଲଗେଇ ଜାମୁକୋଳି ଖାଇଲେ ଉପଶମ ମିଳିଥାଏ । ଦାନ୍ତ ଏବଂ ମାଢ଼ି ସମ୍ବନ୍ଧୀୟ ଅନେକ ସମସ୍ୟାର ଦୂର କରିଥାଏ ଜାମୁକୋଳି । ଏହାର ମଞ୍ଜି ଗ୍ରାଇଣ୍ଡ୍ କରି ଗୁଣ୍ଡ କରନ୍ତୁ । ତା'ପରେ ଏହା ସହିତ ଘଷିବା ଦ୍ୱାରା ଦାନ୍ତ ଏବଂ ମାଢ଼ି ସୁସ୍ଥ ରହିଥାଏ । ଡାଇରିଆର ଚିକିତ୍ସାରେ ଜାମୁକୋଳି ବେଶ ଉପକାରୀ । 

ସତର୍କତା

ମନେରଖନ୍ତୁ ଯେ ଅତ୍ୟଧିକ ପରିମାଣର ଜାମୁକୋଳି ଖାଇବା ବି ଭଲ ନୁହେଁ । କାରଣ ଅଧିକ ଜାମୁକୋଳି ଖାଇଲେ ଶରୀରରେ କଠିନତା ଏବଂ ଜ୍ୱରର ସମ୍ଭାବନା ଥାଏ । ଏହାକୁ କେବେବି ଖାଲି ପେଟରେ ଖାଇବା ଉଚିତ୍ ନୁହେଁ କିମ୍ବା ଖାଇବା ପରେ ଏହାର ଜୁସ ପିଇବା ଠିକ ନୁହେଁ ।