ଜୋରଦାର ଭାଇରାଲ ହେଉଛି ପିଏମ ମୋଦିଙ୍କ ଏହି ଫଟୋ, ଜାଣନ୍ତୁ କାହିଁକି ଏହି ମହିଳାଙ୍କ ପାଦ ଛୁଇଁଲେ PM?
Advertisement

ଜୋରଦାର ଭାଇରାଲ ହେଉଛି ପିଏମ ମୋଦିଙ୍କ ଏହି ଫଟୋ, ଜାଣନ୍ତୁ କାହିଁକି ଏହି ମହିଳାଙ୍କ ପାଦ ଛୁଇଁଲେ PM?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ନିଜ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀ (Varanasi) ଗସ୍ତ ସମୟରେ ଏପରି କିଛି କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ପ୍ରଶଂସା କରାଯାଉଛି ଏବଂ ସୋସିଆଲ ମିଡିଆରେ ତାଙ୍କ ଏକ ଫଟୋ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ଜୋରଦାର ଭାଇରାଲ ହେଉଛି ପିଏମ ମୋଦିଙ୍କ ଏହି ଫଟୋ, ଜାଣନ୍ତୁ କାହିଁକି ଏହି ମହିଳାଙ୍କ ପାଦ ଛୁଇଁଲେ PM?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) 13 ଓ 14 ଡିସେମ୍ବରରେ ନିଜ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀ (Varanasi) ଗସ୍ତରେ ଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଡ୍ରିମ ପ୍ରୋଜେକ୍ଟ କାଶୀ ବିଶ୍ୱନାଥ କରିଡରର (Kashi Vishwanath Corridor) ଉଦଘାଟନ କରିଥିଲେ ଏବଂ ଗଙ୍ଗା ଆରତୀରେ ମଧ୍ୟ ଭାଗ ନେଇଥିଲେ । ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି (Pm Modi) ମଧ୍ୟ ଏପରି ଏକ କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ପ୍ରଶଂସା କରାଯାଉଛି ଏବଂ ସୋସିଆଲ ମିଡିଆରେ ତାଙ୍କ ଫଟୋ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ପିଏମ ମୋଦି ଛୁଇଁଛନ୍ତି ଜଣେ ଭିନ୍ନକ୍ଷମ ମହିଳାଙ୍କ ପାଦ 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣସୀ ଗସ୍ତ ସମୟରେ ଜଣେ ଭିନ୍ନକ୍ଷମ ମହିଳା ତାଙ୍କୁ ଭେଟି ତାଙ୍କ ପାଦ ଛୁଇଁବାପାଇଁ ଆଗେଇ ଆସିଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ମହିଳାଙ୍କୁ ମଝିରେ ଅଟକାଇ ନିଜେ ତାଙ୍କ ପାଦ ଛୁଇଁଥିଲେ । ଏହି ସମୟରେ ମହିଳା ଜଣକ ଭାବପ୍ରବଣ ହୋଇପଡିଥିବାର ଦେଖାଯାଇଥିଲା । ଏହା ପରେ ପିଏମ ମୋଦି ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ମଧ୍ୟ ଭିନ୍ନକ୍ଷମ ମହିଳାଙ୍କ ସହ କଥା ହୋଇଥିଲେ ।

'ସମସ୍ତ ମହିଳା ଶକ୍ତି ପାଇଁ ସମ୍ମାନ'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜଣେ ଭିନ୍ନକ୍ଷମ ମହିଳାଙ୍କ ପାଦ ଛୁଇଁବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ତାଙ୍କୁ ଜୋରଦାର ପ୍ରଶଂସା କରୁଛନ୍ତି । ଫଟୋ ସେୟାର କରିବାବେଳେ ବିଜେପି ମହିଲା ମୋର୍ଚ୍ଚାର ଜାତୀୟ ସଭାପତି ଭାନାଥୀ ଶ୍ରୀନିବାସନ୍ ଏହାକୁ ସମସ୍ତ ମହିଳା ଶକ୍ତି ପାଇଁ ସମ୍ମାନ ବୋଲି କହିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, 'ଏହି ସମ୍ମାନ ସମସ୍ତ ମହିଳା ଶକ୍ତି ପାଇଁ ଏକ ସମ୍ମାନ । ଆମେ ସମସ୍ତେ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଗର୍ବିତ ।

ପ୍ରଧାନମନ୍ତ୍ରୀ ମଧ୍ୟରାତ୍ରିରେ କାଶୀ ବିଶ୍ୱନାଥ ଧାମ ପରିଦର୍ଶନ କରିଥିଲେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ସୋମବାର ମଧ୍ୟରାତ୍ରି ପରେ ବାରାଣାସୀ ରାସ୍ତାରେ ଯାଇ କାଶୀ ବିଶ୍ୱନାଥ ଧାମ ଏବଂ ବନାରସ ରେଳ ଷ୍ଟେସନ ପରିଦର୍ଶନ କରିଛନ୍ତି । ରାତି ପ୍ରାୟ 1 ଟାରେ ପୋଷ୍ଟ ହୋଇଥିବା ଏକ ଟ୍ୱିଟରେ ମୋଦି କହିଛନ୍ତି ଯେ ସେ ବାରାଣାସୀରେ "ପ୍ରମୁଖ ବିକାଶମୂଳକ କାର୍ଯ୍ୟ" ଯାଞ୍ଚ କରିଛନ୍ତି । ମଧ୍ୟରାତ୍ରିର କିଛି ସମୟ ପରେ ପ୍ରଧାନମନ୍ତ୍ରୀ, ଏସପିଜି ସୁରକ୍ଷା କର୍ମୀଙ୍କ ଦ୍ୱାରା ଘେରି ରହି ଗୋଦୁଲିଆ ଚକ୍ ନିକଟ ବାରାଣାସୀ ରାସ୍ତାରେ ବୁଲୁଥିଲେ, ଏହି ସମୟରେ ତାଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତା ସଜାଯାଇଥିଲା ଏବଂ ଲୋକମାନେ 'ହର ହର ମହାଦେବ' ଏବଂ 'ମୋଦି, ମୋଦି' ନାରା ଲଗାଇ ଥିଲେ ।

ଏହା ବି ପଢ଼ନ୍ତୁ: Vijay Diwas: ନ୍ୟାସନାଲ ୱାର ମେମୋରିଆଲରେ ୧୯୭୧ ର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ PM MODI

ଏହା ବି ପଢ଼ନ୍ତୁ: କୋହଲି-ଗାଙ୍ଗୁଲି ବିବାଦରେ ନୂଆ ଖୁଲାସା! ୯ ଜଣଙ୍କ ସାମ୍ନାରେ ବିରାଟଙ୍କୁ ଅଧିନାୟକତ୍ୱ ନ ଛାଡିବାକୁ କୁହାଯାଇଥିଲା!