ଜାଣନ୍ତୁ କିପରି କଟିବ ଆଜିର ଦିନ
Advertisement

ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ ଆଜିର ରାଶିଫଳ ଓ ଗ୍ରହବିଚାର

ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ- ଦିନଟି ଆପଣଙ୍କ ସପକ୍ଷରେ ଯିବ । ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ । ଆୟ ସାମାନ୍ୟ ବାଧା ପ୍ରାପ୍ତ ହେବ । ପାରିବାରିକ ଶାନ୍ତି ବଜାୟ ରହିବ ।

ବୃଷ- କର୍ମ ଚଞ୍ଚଳ ରହିବେ । ଦେହ ଓ ମନ ଭଲ ରହିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ସୂଚନା ମିଳିବ । ଜମିବାଡି ସମ୍ପର୍କିତ କାର୍ଯ୍ୟରେ ସଫଳତା ପାଇବେ ।

ମିଥୁନ- ଈଶ୍ୱର ବିଶ୍ୱାସୀ ହେବେ । ସ୍ୱାସ୍ଥ୍ୟ ସଚେତନ ହେବେ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଗୃହକୁ ବିବାହ ଆଦି ପ୍ରସ୍ତାବ ଆସିବ ।

କର୍କଟ- ଶରୀର ସୁସ୍ଥ ରହିବ । ପୂର୍ବ ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବେ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନରେ ବୁଝାମଣାର ଅଭାବ ପରିଲକ୍ଷିତ ହେବ । ବ୍ୟବସାୟରେ ଅଧିକ ପୁଞ୍ଜିର ଆବଶ୍ୟକତା ପଡିବ ।

ସିଂହ- ଶାନ୍ତ ସରଳ ସ୍ୱଭାବର ହେବେ । ଦାୟିତ୍ୱବାନ ହେବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ବ୍ୟବସାୟରେ ସଫଳତା ମିଳିବ ।

କନ୍ୟା- ଆଳସ୍ୟ ପରାୟଣ ହେବେ । ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବ । ବିରକ୍ତିଭାବ ପ୍ରକାଶ ପାଇବ । ବ୍ୟୟ ଭାର ବୃଦ୍ଧି ପାଇବ । ପରିବାରରେ ଅଶାନ୍ତି ଉପୁଜିବ ।

ତୁଳା- ସାମାନ୍ୟ ଅସୁସ୍ଥତା ଉପଲବ୍ଧ ହେବ । ଅବସର ସମୟକୁ ଠିକ୍ ଭାବେ ଉପଯୋଗ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । ମହିଳାମାନେ ଗୃହ ନିପୁଣା ହେବେ । ଆୟ ଅବ୍ୟାହତ ରହିବ ।

ବିଛା- ଶରୀର ସୁସ୍ଥ ଓ ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବେ । ବନ୍ଧୁମିଳନର ଯୋଗ ରହୁଛି । ନୂତନ ଦ୍ରବ୍ୟ କ୍ରୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।

ଧନୁ- ଦେହ ଓ ମନ ସୁସ୍ଥ ରହିବ । ସୁଖ ସମ୍ମାନ ପ୍ରାପ୍ତ ହେବ । ବ୍ୟବସାୟ ଆଶାନୁରୂପକ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।

ମକର- ମନ ପ୍ରଫୁଲ୍ଲ ରହିବ । କର୍ମ ତତ୍ପରତା ବୃଦ୍ଧି ପାଇବ । ହର୍ଷ ଉଲ୍ଲାସରେ ଦିନ କାଟିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ନୂତନ ଦ୍ରବ୍ୟ କ୍ରୟ କରିବେ ।

କୁମ୍ଭ- ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ଡାକ୍ତରଙ୍କ ପରାମର୍ଶ ଲୋଡିବେ । ଚିଡିଚିଡା ସ୍ୱଭାବର ହେବେ । ଆୟ ତୁଳନାରେ ବ୍ୟୟ ବଢିଯିବ । ପାଖ ପଡୋଶୀଙ୍କ ସହ ମନାନ୍ତର ମତାନ୍ତର ଦେଖାଦେବ 

ମୀନ- ପୂଜା ଅର୍ଚ୍ଚନାକୁ ମନ ବଳିବ । ତୀର୍ଥ ସ୍ଥାନ ପରିଦର୍ଶନ କରିବେ । ଦୟାଳୁ ସ୍ୱଭାବର ହେବେ । ପାରିବାରିକ ସୁଖଶାନ୍ତି ପ୍ରାପ୍ତ ହେବ । ସୁଖପୂର୍ଣ୍ଣ ଭ୍ରମଣ ହେବ ।