ରାଶି ଅନୁସାରେ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
Trending Photos
)
ମେଷ- ଆଜି ଆପଣଙ୍କ ଦେହ ଭଲ ରହିବ । ମନରେ ସାମାନ୍ୟ ଅଶାନ୍ତି ଉପୁଜିପାରେ । ପରିଶ୍ରମ ଅନୁଯାୟୀ ଫଳ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପଢାପଢିରେ ଆଗକୁ ବଢିବେ ।
ବୃଷ- ଦେହ ଓ ମନ ଭଲ ରହିବ । ଦୂରଯାତ୍ରା ସୁଖପୂର୍ଣ୍ଣ ହେବ । ମାଲି ମକଦ୍ଦମାରେ ବିଜୟୀ ହେବେ । ପରିବାରରେ ହସଖୁସିର ଲହରୀ ଲାଗିରହିବ । ଛାତ୍ରଛାତ୍ରୀ ଖେଳକୁଦରେ ଭଲ ପ୍ରଦର୍ଶନ କରିବେ ।
ମିଥୁନ- ଘାତବାର ହେତୁ ଜଗିରଖି ଚଳନ୍ତୁ । ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ହୋଇପାରେ । ଦୂରଯାତ୍ରା ବିପଦପୂର୍ଣ୍ଣ ହୋଇପାରେ । ଆର୍ଥିକ ସ୍ଥିତି ସୁଦୃଢ ରହିବ । କ୍ରିଡାବିତମାନେ ପଛେଇ ଯିବେ ।
କର୍କଟ- ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକୁଳିବେ । ମାନସିକ ଶାନ୍ତି ଫେରିପାଇବେ । ଦୂରଯାତ୍ରାରୁ ଲାଭ ମିଳିବ । କର୍ମକ୍ଷେତ୍ରରେ ପଦନ୍ନୋତିର ସୁଯୋଗ ରହିଛି । ପାରିବାରିକ ଜୀବନରେ ସମସ୍ୟାର ସମାଧାନ ହେବ ।
ସିଂହ- ଉଭୟ ସ୍ୱାସ୍ଥ୍ୟ ଓ ମାନସିକ ସ୍ତରରେ ପ୍ରଫୁଲ୍ଲ ରହିବେ । ନକରାତ୍ମକ ଭାବନା ଦୂରେଇଯିବ । ବ୍ୟବସାୟରେ ଲାଭ ମିଳିବ । କୌଣସି ଜରୁରୀ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି । ପ୍ରେମ ସମ୍ପର୍କ ମଜବୁତ ହେବ ।
କନ୍ୟା- ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ । ପରିବାରିକ ଚିନ୍ତାରେ ସମୟ କଟିବ । ଅର୍ଥ ସଞ୍ଚୟ ପାଇଁ ଯୋଜନା କରିବେ । ଇଶ୍ୱରଙ୍କ ପ୍ରତି ଆସ୍ଥା ବଢିବ । ବନ୍ଧୁଙ୍କ ସହ ଦୂରଯାତ୍ରା ପାଇଁ ଯୋଜନା କରିବେ ।
ତୁଳା- ମାନସିକ ସ୍ତରରେ ସାମାନ୍ୟ ଚିନ୍ତା ଲାଗି ରହିଲେ ମଧ୍ୟ ସ୍ୱାସ୍ଥ୍ୟ ଭଲ ରହିବ । ନୂତନ ନିଯୁକ୍ତି କିମ୍ୱା ବ୍ୟବସାୟ ପାଇଁ ମନ ବଳାଇବେ । ଦାମ୍ପତ୍ୟ ଜୀବନରେ ମଧୁରତା ପରିଲକ୍ଷିତ ହେବ । ଆୟ ଅପେକ୍ଷା ବ୍ୟୟ ସାମାନ୍ୟ ବଢିଯିବ । ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ ।
ବିଛା- ସାମାନ୍ୟ ଥଣ୍ଡା ଜ୍ୱରରେ ପଡିତ ହୋଇପାରନ୍ତି । ଆର୍ଥିକ ସ୍ଥିତି ଭଲ ରହିବ । ଦୂରଯାତ୍ରା ଶୁଭଙ୍କର ହେବ । ଦେବାଦେବୀଙ୍କ ପୂଜାର୍ଚ୍ଚନା ପାଇଁ ମନ ବଳାଇବେ । ପାରିବାରିକ ସ୍ନେହ ଓ ଆଦର ପାଇବେ ।
ଧନୁ- ଘାତଚନ୍ଦ୍ର ହେତୁ ସାମାନ୍ୟ ଯନ୍ତ୍ରଣା ଭୋଗି ପାରନ୍ତି । ଆର୍ଥିକ ସମସ୍ୟା ଚିନ୍ତାର କାରଣ ହୋଇପାରେ । ବ୍ୟବସାୟରେ ଆୟ ଓ ବ୍ୟୟ ସମାନ ରହିବ । ଦୂରଯାତ୍ରା ଠାରୁ ଦୂରେଇ ରୁହନ୍ତୁ । ବିଦ୍ୟାର୍ଥିଙ୍କ ପାଇଁ ଭଲ ଦିନଟିଏ ।
ମକର- ଦେହ ଓ ମନ ଭଲ ରହିବ । ବ୍ୟବସାୟରୁ ପ୍ରଚୁର ଲାଭ ହେବ । ଚାକିରିରେ ପଦୋନ୍ନତୀ ସହ ବଦଳି ହେବାର ଯୋଗ ରହିଛି । ପାରିବାରିକ ସ୍ଥିତି ଭଲ ରହିବ । ଖେଳାଳୀ ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ।
କୁମ୍ଭ- ପୂର୍ବରୁ ରହିଥିବା ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ହେବ । ତୈଳ ଜନିତ ବ୍ୟବସାୟରୁ ଲାଭ ମିଳିବ । ପଡୋଶୀଙ୍କ ସହ ସାମାନ୍ୟ ମତଭେଦ ଦେଖାଦେଇପାରେ । ଲେଖା ପଢାରେ ରୁଚି ବଢିବ । ଦୂରଯାତ୍ରା ସଫଳ ହେବ ।
ମୀନ- ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ଆଳସ୍ୟପଣ ଲାଗି ରହିବ । ଧାତୁ ଜନିତ ବ୍ୟବସାୟରୁ କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇବେ । ନବଦମ୍ପତି ଦୂରସ୍ଥାନକୁ ଯିବାପାଇଁ ମନ ବଳାଇବେ । ଗଣମାଧ୍ୟମରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ । ଛାତ୍ରଛାତ୍ରୀଙ୍କ ମନ ଖେଳକୁଦରେ ରହିବ ।