• ଆଜିଠାରୁ ଭୁବନେଶ୍ୱର ବିମାନବନ୍ଦରରେ ଚେକିଂ ଆରମ୍ଭ
  • ଯାତ୍ରୀଙ୍କ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତା ମୂଳକ
  • ରେଳ ଷ୍ଟେସନରେ ମଧ୍ୟ କଡ଼ାକଡ଼ି ଚେକିଂ ହେଉଛି
  • ରିପୋର୍ଟ ଆଣି ନ ଥିଲେ ୭ ଦିନ ହୋମ୍ କ୍ୱାରେନଣ୍ଟାଇନ୍
  • କୌଣସି ଯାତ୍ରୀଙ୍କ ଲକ୍ଷଣ ଦେଖାଦେଲେ ଟେଷ୍ଟ ପାଇଁ ବ୍ୟବସ୍ଥା
  • ବିଏମସି ପକ୍ଷରୁ ମାର୍କେଟ ମାନଙ୍କରେ ଚେକିଂ ଜୋରଦାର
  • ଉତ୍କଳ ବିଶ୍ୱବିଦ୍ୟାଳୟର ୪ଜଣ କୋରୋନା ପଜିଟିଭ୍ ଚିହ୍ନଟ
  • ୪ଜଣ କୋରୋନା ସଂକ୍ରମିତଙ୍କ କଣ୍ଟାକଟ୍ରେସିଂ ଚାଲିଛି
  • ବିଏମସି ପକ୍ଷରୁ ଦେୟଯୁକ୍ତ ସଂଗରୋଧ ଆରମ୍ଭ
  • ବାତାନୁକୂଳ ଓ ସାଧାରଣ ବର୍ଗରେ ଲୋକଙ୍କୁ ସେବା ଉପଲବ୍ଧ

ଜାଣନ୍ତୁ କେଉଁମାନଙ୍କ ପାଇଁ ଶୁଭ ରହିବ ଗୁରୁବାର

ରାଶି ଅନୁସାରେ ଜାଣନ୍ତୁ କଣ କହୁଛି ଆଜି ଆପଣଙ୍କ ଭାଗ୍ୟ

ଜାଣନ୍ତୁ କେଉଁମାନଙ୍କ ପାଇଁ ଶୁଭ ରହିବ ଗୁରୁବାର

ମେଷ- ଉଚ୍ଚ ସମ୍ମାନ ଲାଭ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସା ଅର୍ଜିବେ । ବ୍ୟବସାୟରେ ନୂତନ ନିତି ଆପଣେଇବେ । ପାରିବାରିକ ଜୀବନ ସୁଖ ସମୃଦ୍ଧିପୂର୍ଣ୍ଣ  ହେବ । 

ବୃଷ- ଦିନଟିରେ ଆପଣଙ୍କ ଦେହ ଭଲ ରହିବ ।ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷ  ଆସ୍ଥା ଭାଜନ ହେବେ । ଆର୍ଥିକ ଉନ୍ନତି ହେବ ।  

ମିଥୁନ- ଶାରିରୀକ କିମ୍ବା ମାନସିକ ଆଘାତ ପାଇବେ । ଆୟ ବ୍ୟୟ ସମାନ ରହିବ । ବ୍ୟବସାୟରେ ଶିଥିଳତା ଦେଖାଦେବ । ଘାତ ଚନ୍ଦ୍ର ଭୋଗ ହେତୁ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିବେ । 

କର୍କଟ- ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ଦେହ ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ । ଚାକିରିରେ ସମ୍ମାନ ମିଳିବ । ବ୍ୟବସାୟ ଲାଭପ୍ରଦ ହେବ । ନୂତନ ଗୃହ ଉପକରଣ କ୍ରୟ କରିବେ ।  

ସିଂହ- କର୍ତ୍ତବ୍ୟ ପରାୟଣ ହେବେ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଧାର୍ମୀକ କାର୍ଯ୍ୟରେ ଯୋଗ ଦେବେ । ଦେହ ଓ ମନ ସୁସ୍ଥ ରହିବ । ହଜି ଯାଇଥିବା ଦ୍ରବ୍ୟର ସନ୍ଧାନ ମିଳିବ ।  

କନ୍ୟା- ଦାନ ଧର୍ମ ପ୍ରତି ମନ ବଳିବ । ଦିଅଁ ଦର୍ଶନ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସା ଲଭିବେ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରରେ ହସଖୁସିର ଲହରି ଲାଗି ରହିବ । 

ତୁଳା- ଘାତଚନ୍ଦ୍ର ଭୋଗ ହେତୁ ଦିନଟି କଷ୍ଟଦାୟକ ହେବ । ବହୁ ପରିଶ୍ରମର ସମ୍ମୁଖୀନ ହେବେ । ନିନ୍ଦା ଅପବାଦର ଶିକାର ହେବେ । ଗାଡିମଟର ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ  

ବିଛା- ମନ ପ୍ରସନ୍ନ ରହିବ । ସମୟାନୁବର୍ତ୍ତୀ ହୋଇ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିବେ । ସହକର୍ମୀଙ୍କ ନିକଟରୁ ପୂଣ୍ଣ ର୍  ସହଯୋଗ ମିଳିବ ।  

ଧନୁ- ଦୃଢ ମନୋବଳ ନେଇ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ଆତ୍ମୀୟ ସ୍ୱଜନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ସଂପଦ ଲାଭ ହେବ । ସୁସ୍ୱାଦୁ ଭୋଜନର ଯୋଗ ରହିଛି ।  

ମକର- ସମସ୍ତ ନ୍ୟସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରି ଆତ୍ମ ସନ୍ତୋଷ ପାଇବେ । ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଆଦର ସମ୍ମାନ ପାଇବେ । 

କୁମ୍ଭ- କର୍ମ କ୍ଷେତ୍ରରେ ସମସ୍ୟା ଦେଖାଦେବ । କାର୍ଯ୍ୟ ସମ୍ପାଦନରେ ବିଳମ୍ବ ହେବ । ଧାର କରଜ କରିପାରନ୍ତି । ଚିଡିଚିଡା ସ୍ୱଭାବର ହେବେ । ପରିବାରରେ ଅଶାନ୍ତି ଦେଖାଦେବ । 

ମୀନ- କଥାବର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ପାଖଲୋକ ଶତ୍ରୁତା କରିବେ । ନିଆଁ ପାଣି ପ୍ରତି ସତର୍କତା ଜରୁରୀ ।