ପଖାଳ ଭିନ୍ନ ଭିନ୍ନ ନାମରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ପଡ଼ୋଶୀ ଦେଶ ବାଂଲାଦେଶରେ ଖିଆଯାଇଥାଏ । ଏହାକୁ ବଙ୍ଗଳାରେ "ପନ୍ତ ଭାତ" ଓ ଭୋଜପୁରୀରେ "ମାରା ଭାତ" ଓ ମାଲାୟାଲାମରେ "ବଲ୍ଲୁ ଚୋରୁ" ବୋଲି କୁହାଯାଏ।
Trending Photos
)
ଆଜି ବିଶ୍ୱ ପଖାଳ ଦିବସ । ଝାଞ୍ଜି ଖରାରେ ଯେତେବେଳେ ଜୀବନ ଛଟପଟ ହୁଏ ସେତେବେଳେ ସଞ୍ଜୀବନି ପାଲଟିଯାଏ ପଖାଳ କଂସା । ପ୍ରତିଟି ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ ପଖାଳ । ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ପଖାଳ ।
କେବଳ ଆମ ରାଜ୍ୟ ଓଡ଼ିଶାରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆଙ୍କ ପାଇଁ ମାର୍ଚ୍ଚ ମାସ ଆଜିର ଦିନ କିଛି ଅଲଗା ବିଶେଷ୍ୱତ ଓ ମହତ ରଖିଥାଏ।
ସାଧାରଣତଃ ପଖାଳ ଗରମ ଭାତରେ ପାଣି ମିଶାଇ କେଇ ଘଣ୍ଟାରୁ ଆରମ୍ଭ କରି ରାତିଏ ଯାଏ ରଖାଯାଇଥାଏ । ଅଧିକ ସମୟ ରହୁଥିବା ପଖାଳରେ କିଣ୍ୱନ ପ୍ରକ୍ରିୟା ଯୋଗୁ ଏହା ଆମ୍ବିଳା ଲାଗିଥାଏ । ପଖାଳର ଭାତ ଓ ତୋରାଣି ପାଣି ଉଭୟ ଖିଆଯାଇଥାଏ । ପଖାଳ (Pakhala) ଭିନ୍ନ ଭିନ୍ନ ନାମରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ପଡ଼ୋଶୀ ଦେଶ ବାଂଲାଦେଶରେ ଖିଆଯାଇଥାଏ । ଏହାକୁ ବଙ୍ଗଳାରେ "ପନ୍ତ ଭାତ" ଓ ଭୋଜପୁରୀରେ "ମାରା ଭାତ" ଓ ମାଲାୟାଲାମରେ "ବଲ୍ଲୁ ଚୋରୁ" ବୋଲି କୁହାଯାଏ।
Also Read: ପଖାଳ ଖାଇଲେ ମହାପ୍ରଭୁ
ଆଉ ଆମ ଓଡ଼ିଆ ଘରେ ଦହି ଛୁଙ୍କ ପଖାଳ (Pakhala Diwas) ସାଙ୍ଗକୁ ଭଜା, ଶାଗ ଭଜା, ବାଇଗଣ ଭର୍ତ୍ତା, ଟମାଟୋ ଚକଟା, ବଢି ଚୁରା ସହ ଆମିଷ ବାରରେ ମାଛ ଭଜା ଟିକେ ହେଲେ କଥା ସରିଲା । ଏହି ଖାଦ୍ୟ ଖାଇ ପ୍ରତିଟି ମଣିଷକୁ ସ୍ବର୍ଗ ପ୍ରାପ୍ତି ହେବା ଭଳି ଅନୁଭବ ହୁଏ । କାରଣ ପଖାଳ କଂସାଏ ରେ ଯେତିକି ଶାନ୍ତି ମିଳେ ତାହା କୌଣସି ରେସ୍ତୋରାଁ କି 5Star ହୋଟେଲର ଖାଦ୍ୟ ଦେଇନଥାଏ । ତେବେ ପଖାଳର ଚାହିଦା ଦେଖି ଏବେ ରେସ୍ତୋରାଁ ଓ ହୋଟେଲ ଗୁଡ଼ିକର Menu ରେ ବି ପଖାଳ ଏକ ସ୍ବତନ୍ତ୍ର ସ୍ଥାନ ନେଇଛି ।
Also Read: କଟକବାସୀଙ୍କ ପାଇଁ ହୋଲି କଟକଣା ଜାରି
ତେବେ ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉନଥିବାରୁ ଏହାର ଉତ୍ପତ୍ତି ବିଷୟରେ ବିଶେଷ ତଥ୍ୟ ମଧ୍ୟ କାହା ପାଖେ ନାହିଁ । ୨୦୧୧ ମସିହାରୁ କିଛି ଓଡ଼ିଆ (Odia) ଓ ଅଣଓଡ଼ିଆ (NonOdia) ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନ କରାଯାଉଛି ବୋଲି କୁହାଯାଇଛି । ୨୦୧୫ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ସୋସିଆଲ ମିଡିଆ (Social Media) ରେ ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।