ସୂର୍ଯ୍ୟ ପରାଗର ଠିକ୍ ୧୫ ଦିନ ପରେ ଲାଗିବ ଚନ୍ଦ୍ର ଗ୍ରହଣ, ଏହି ୩ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ପଡ଼ିବ ଜବରଦସ୍ତ ପ୍ରଭାବ
Advertisement

ସୂର୍ଯ୍ୟ ପରାଗର ଠିକ୍ ୧୫ ଦିନ ପରେ ଲାଗିବ ଚନ୍ଦ୍ର ଗ୍ରହଣ, ଏହି ୩ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ପଡ଼ିବ ଜବରଦସ୍ତ ପ୍ରଭାବ

ଜ୍ୟୋତିଷଙ୍କ ଅନୁଯାୟୀ, ୨୦୨୨ ମସିହାରେ ମେଘ ରାଶିରେ ସୂର୍ଯ୍ୟ ପରାଗ (Surya Grahan 2022) ଲାଗିବ । ଅନ୍ୟପକ୍ଷରେ, ବୃଷ ରାଶିରେ ମେ ୧୫ରେ ଚନ୍ଦ୍ରଗ୍ରହଣ (Chandra Grahan 2022) ଲାଗିବାକୁ ଯାଉଛି । ଆସନ୍ତୁ ଜାଣିବା ଏହି ଗ୍ରହଣରେ କେଉଁ କେଉଁ ରାଶିକୁ ବିଶେଷ ଲାଭ ମିଳିବ ।

ସୂର୍ଯ୍ୟ ପରାଗର ଠିକ୍ ୧୫ ଦିନ ପରେ ଲାଗିବ ଚନ୍ଦ୍ର ଗ୍ରହଣ, ଏହି ୩ ରାଶିର ବ୍ୟକ୍ତିଙ୍କ ଜୀବନ ଉପରେ ପଡ଼ିବ ଜବରଦସ୍ତ ପ୍ରଭାବ

ଧାର୍ମିକ ଦୃଷ୍ଟିକୋଣରୁ ବର୍ଷସାରା ଲାଗୁଥିବା ଗ୍ରହଣ (Eclipses 2022) ର ବିଶେଷ ମହତ୍ତ୍ୱ ରହିଛି । ସୂର୍ଯ୍ୟ ପରାଗ (Solar Eclipse 2022) ଠାରୁ ଆରମ୍ଭ କରି ଚନ୍ଦ୍ରଗ୍ରହଣ (Lunar Eclipse 2022) ପର୍ଯ୍ୟନ୍ତ ସବୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଚଳିତ ବର୍ଷ ମୋଟ ୪ଟି ଗ୍ରହଣ ହେବାକୁ ଯାଉଛି । ଗ୍ରହଣର ବିଶେଷ ପ୍ରଭାବ ଜଣେ ବ୍ୟକ୍ତିଙ୍କ ଜୀବନରେ ଦେଖିବାକୁ ମିଳେ । ୨୦୨୨ ବର୍ଷର ପ୍ରଥମ ଗ୍ରହଣ ଏପ୍ରିଲ ୩୦ରେ ସୂର୍ଯ୍ୟ ପରାଗ (Surya Grahan 2022) ହେବ । ଅନ୍ୟପଟେ ଚନ୍ଦ୍ର ଗ୍ରହଣ (Chandra Grahan 2022) ସୂର୍ଯ୍ୟ ପରାଗର ଠିକ୍ ୧୫ ଦିନ ପରେ ହେବାକୁ ଯାଉଛି । ଏହି ଦୁଇଟି ପ୍ରମୁଖ  ଗ୍ରହଣର ସକରାତ୍ମକ ଓ ନକାରାତ୍ମକ ପ୍ରଭାବ ଲୋକଙ୍କ ଜୀବନରେ ଦେଖିବାକୁ ମିଳିବ ।

ଜ୍ୟୋତିଷଙ୍କ ଅନୁଯାୟୀ, ୨୦୨୨ ମସିହାରେ ମେଘ ରାଶିରେ ସୂର୍ଯ୍ୟ ପରାଗ (Surya Grahan 2022) ଲାଗିବ । ଅନ୍ୟପକ୍ଷରେ, ବୃଷ ରାଶିରେ ମେ ୧୫ରେ ଚନ୍ଦ୍ରଗ୍ରହଣ (Chandra Grahan 2022) ଲାଗିବାକୁ ଯାଉଛି । ଆସନ୍ତୁ ଜାଣିବା ଏହି ଗ୍ରହଣରେ କେଉଁ କେଉଁ ରାଶିକୁ ବିଶେଷ ଲାଭ ମିଳିବ ।

ମେଷ: ବର୍ଷରେ ଲାଗିବାକୁ ଯାଉଥିବା ଏହି ଦୁଇ ଗ୍ରହଣ ମେଷ ରାଶି ଉପରେ ଭଲ ପ୍ରଭାବ ପକାଇବ । ଏହି ରାଶିର ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ରହିବ । କ୍ୟାରିୟରରେ ଅଗ୍ରଗତି ହେବ । କେବଳ ଏତିକି ନୁହେଁ, ଏହି ରାଶିର ଲୋକଙ୍କ କାର୍ଯ୍ୟକୁ ସବୁଠାରେ ପ୍ରଶଂସା କରାଯିବ । ଚାକିରି ବ୍ୟତୀତ ବ୍ୟବସାୟୀଙ୍କ ପାଇଁ ମଧ୍ୟ ଏହି ଗ୍ରହଣ ଶୁଭ ବୋଲି ପ୍ରମାଣିତ ହେବାକୁ ଯାଉଛି । ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚିନ୍ତା କରୁଥିବା ଲୋକଙ୍କ ପାଇଁ ଏହି ସମୟ ମଧ୍ୟ ଅନୁକୂଳ ଅଟେ ।

ସିଂହ: ସିଂହ ରାଶିର ଲୋକମାନେ ମଧ୍ୟ ଗ୍ରହଣର ଶୁଭ ପ୍ରଭାବ ଦେଖିବାକୁ ପାଇବେ । ଆପଣ ଚାକିରିରେ ଭଳ ଖବର ପାଇବେ । ପଦୋନ୍ନତିର ଏକ ସମ୍ଭାବନା ଅଛି । ଏହି ସମୟରେ ସିଂହ ରାଶିଙ୍କ ଦରମା ବୃଦ୍ଧି ହୋଇପାରେ । ଟଙ୍କା ରୋଜଗାର କରିବା ସହିତ ଆପଣ ନିବେଶର ସମ୍ପୂର୍ଣ୍ଣ ଧ୍ୟାନ ମଧ୍ୟ ରଖିବେ । କାର୍ଯ୍ୟ ସମ୍ବନ୍ଧୀୟ ଭ୍ରମଣ ମଧ୍ୟ ଲାଭଦାୟକ ହୋଇପାରେ ।

ଏହା ବି ପଢ଼ନ୍ତୁ:-ଯୁଦ୍ଧ ଶେଷ କରିବାକୁ ଚାହୁଁଛି ଋଷ! ଆଲୋଚନା ପାଇଁ ୟୁକ୍ରେନ ଆଗରେ ଏହି ୩ଟି ସର୍ତ୍ତ ରଖିଲେ ପୁଟିନ

ଏହା ବି ପଢ଼ନ୍ତୁ:-ଖୁସି ଖବର! ଏହି ରାଜ୍ୟ ସରକାର ଲୋକଙ୍କୁ ଦେବେ ୫୦ ହଜାର ଟଙ୍କା, ଜାଣନ୍ତୁ କାହାକୁ ମିଳିବ ଏହାର ଲାଭ

ଏହା ବି ପଢ଼ନ୍ତୁ:-ୟୁକ୍ରେନ ଦଖଲ ପାଇଁ ପୁଟିନଙ୍କୁ କାହିଁକି ସାହାଯ୍ୟ କରୁଛନ୍ତି ବେଲାଋଷର 'ଏକଛତ୍ରବାଦୀ ଶାସକ' ଲୁକାଶେଙ୍କୋ, ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଖାସ୍ ପରାମର୍ଶଦାତା କିଏ, କେଉଁମାନଙ୍କ ହାତରେ ରହିଛି ୟୁକ୍ରେନ ଦଖଲ କରିବାର ପୂରା ଦାୟିତ୍ୱ?

 

ଧନୁ: ବର୍ଷର ପ୍ରଥମ ଓ ଦ୍ୱିତୀୟ ଗ୍ରହଣ ଧନୁ ରାଶିର ଲୋକଙ୍କ ଉପରେ ଶୁଭ ପ୍ରଭାବ ପକାଇବ । ଏକ ନୂତନ ଚାକିରି ମିଳିପାରେ । ଏହି ସମୟରେ ମା' ଲକ୍ଷ୍ମୀଙ୍କ କୃପା ରହିବ । ଅର୍ଥ ବୃଦ୍ଧି ସମ୍ଭାବନା ରହିଛି । ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ଓ ଏହା ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ । ଆପଣ ଯେକୌଣସି କାର୍ଯ୍ୟରେ ବଡ଼ ସଫଳତା ହାସଲ କରିପାରିବେ । ଏହି ସମୟ ମଧ୍ୟରେ ଅଟକି ଥିବା କାମ ଶେଷ ହୋଇପାରେ ।

Disclaimer: ଏଠାରେ ପ୍ରଦାନ କରାଯାଇଥିବା ସୂଚନା କେବଳ ଅନୁମାନ ଓ ସୂଚନା ଉପରେ ଆଧାରିତ । ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ Zee Odisha କୌଣସି ପ୍ରକାରର ମାନ୍ୟତା, ସୂଚନାକୁ ସମର୍ଥନ କରେ ନାହିଁ । କୌଣସି ସୂଚନା କିମ୍ବା ମାନ୍ୟତା ପ୍ରୟୋଗ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।