ଅନେକ ରୋଗ ପାଇଁ ରାମବାଣ ହୋଇଥାଏ ଅଶ୍ୱଗନ୍ଧା, ଜାଣନ୍ତୁ ଏହାର ଚମତ୍କାରୀ ଲାଭ ବିଷୟରେ...
X

ଅନେକ ରୋଗ ପାଇଁ ରାମବାଣ ହୋଇଥାଏ ଅଶ୍ୱଗନ୍ଧା, ଜାଣନ୍ତୁ ଏହାର ଚମତ୍କାରୀ ଲାଭ ବିଷୟରେ...

ସ୍କୁଲ ଅଫ୍ ମେଡିସିନ୍ ଅନୁସାରେ, ଅଶ୍ୱଗନ୍ଧା ମଣିଷର ମନ, ଶରୀର ଏବଂ ଆତ୍ମାକୁ ପୁଣିଥରେ ସତେଜ କରିଥାଏ ।

ଅନେକ ରୋଗ ପାଇଁ ରାମବାଣ ହୋଇଥାଏ ଅଶ୍ୱଗନ୍ଧା, ଜାଣନ୍ତୁ ଏହାର ଚମତ୍କାରୀ ଲାଭ ବିଷୟରେ...

ନୂଆଦିଲ୍ଲୀ: Benifits of Aswagandha: ଭାରତରେ ଆୟୁର୍ବେଦ ଉପଚାର ଏବଂ ଚେରମୂଳି ବ୍ୟାପକ ରୂପେ ବ୍ୟବହାର କରାଯାଇଥାଏ । ସେହିପରି ଏକ ମହତ୍ୱପୂର୍ଣ୍ଣ ଚେରମୂଳି ହେଉଛି ଅଶ୍ୱଗନ୍ଧା (Aswagandha) । ୩୦୦୦ରୁ ଅଧିକ ବର୍ଷରୁ ଅଶ୍ୱଗନ୍ଧ, ଯାହାକୁ ଭାରତୀୟ ଜିନସେଙ୍ଗ ବା ୱିଣ୍ଟର ଚେରି  ମଧ୍ୟ କୁହାଯାଇଥାଏ ।  ଏଥିରେ ହିଲିଙ୍ଗ ଗୁଣ ରହିଥାଏ ।  

ସ୍କୁଲ ଅଫ୍ ମେଡିସିନ୍ ଅନୁସାରେ, ଅଶ୍ୱଗନ୍ଧା ମଣିଷର ମନ, ଶରୀର ଏବଂ ଆତ୍ମାକୁ ପୁଣିଥରେ ସତେଜ କରିଥାଏ ।  ଅଶ୍ୱଗନ୍ଧାରେ ଆଣ୍ଟିଅକ୍ସିଡେଣ୍ଟରେ ଭରି ରହିଥାଏ । ଶରୀରର ପ୍ରତ୍ୟେକ ଅଙ୍ଗକୁ ସତେଜ କରିବାକୁ ସାହାଯ୍ୟ କରିଥାଏ ।  ସହିବା ଶକ୍ତିକୁ ବୃଦ୍ଧି କରିବା ସହ  ଏକ ଦୀର୍ଘ ସୁସ୍ଥ ଜୀବନ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ । ଏହା ଏକମାତ୍ର ଆଣ୍ଟି ଏଜେନ୍ସି ଖାଦ୍ୟ ହୋଇଥିବାରୁ ଏହାକୁ ଆପଣ ଡାଏଟରେ ସାମିଲ କରିପାରିବେ ।

ଅଧିକ ପଢ଼ନ୍ତୁ:-କିମ ଜୋଙ୍ଗ ଉନଙ୍କୁ ଦେଖି ଉତ୍ତର କୋରିଆର ନାଗରିକଙ୍କ ଆଖିରେ ଆସିଗଲା ଲୁହ, ଜାଣନ୍ତୁ କାହିଁକି?

ଅଶ୍ୱଗନ୍ଧାରେ ଅନେକ ଆଣ୍ଟି ଇମ୍ଫେକସନ୍ ଏବଂ ଗୁଣ ଭରି ରହିଥାଏ, ଯାହା ହାର୍ଟ ଏବଂ ପାଚନଶକ୍ତିରେ ସୁଧାର ଆଣିଥାଏ ।  ଏହି ଚେଳମୂଳିରେ ଭରପୁର ଔଷଧୀୟ ଗୁଣ ଶରୀରରେ ସର୍କରା ମାତ୍ରା କମ୍ କରିବା ସହ ଖରାପ କୋଲେଷ୍ଟୋଲ୍ କମ୍ କରିବାକୁ ସାହାଯ୍ୟ କରେ । ଅଶ୍ୱଗନ୍ଧା ଆଣ୍ଟି କାନ୍ସିନୋଜେନିକ୍ ହୋଇପାରେ ବୋଲି ପରୀକ୍ଷକ ଦାବି କରିଛନ୍ତି । ଯାହାର ଅର୍ଥ ହେଉଛି ଶରୀରରେ କୋଶକୁ ବିକାଶକୁ କମ୍ କରିବାରେ ଯାହାଯ୍ୟ କରେ । ଆଗରୁ ଶରୀରରେ ଥିବା କ୍ୟାନ୍ସର ଭଳି ମାରାତ୍ମକ ସେଲ ବିରୋଧରେ ଲଢ଼ିଥାଏ । ଏହା ସହିବା ଶକ୍ତି ବଢ଼ାଇବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ ।

ଅଧିକ ପଢ଼ନ୍ତୁ:-ଯଦି ଆପଣଙ୍କ ପାଖରେ ଅଛି ଏହି ଖାସ୍ ନମ୍ୱରର କୌଣସି ନୋଟ୍ ତ ଘରେ ବସି ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା! ଜାଣନ୍ତୁ କିପର...

ଅଶ୍ୱଗନ୍ଧା ସତେଜ, ଚିନ୍ତା, ଅବସାଦ ଓ  ଡିପ୍ରେସନ ସହ ଜଡ଼ିତ ଲକ୍ଷଣକୁ ଦୂର କରିଥାଏ । ଆୟୁର୍ବେଦ ସିଦ୍ଧାନ୍ତ ଅନୁସାରେ ଅଶ୍ୱଗନ୍ଧା ଚେରମୂଳି ଅବସାଦ ଓ ଚିନ୍ତା ମୁକ୍ତ ପାଇଁ ଲଢ଼ିବା ସହ ଅବସାଦ ବଢ଼ାଉଥିବା ହର୍ମୋନ ସ୍ତର କୁ କମ୍ କରିଥାଏ  ଏବଂ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆଣିଥାଏ ।

ଅଶ୍ୱଗନ୍ଧା ନିୟମିତ ସେବନ ଦ୍ୱାରା ମନରେ ସକରାତ୍ମକ ଚିନ୍ତାଧାରା ଉତ୍ପନ୍ନ ହୋଇଥାଏ  ଏବଂ ଶରୀର ସୁସ୍ଥ ରହିଥାଏ । ଏହାକୁ ସେବନ ଦ୍ୱାରା ଭଲ ନିଦ ମଧ୍ୟ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ଭାରତରେ କୋରୋନାର ଆଉ ୪ଟି ଭାରିଆଣ୍ଟ ଲୋକଙ୍କ ପାଇଁ ହୋଇପାରେ ବିପଦ, ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

ଅଶ୍ୱଗନ୍ଧାରେ ବିଶେଷ ଅର୍କ ରହିଥାଏ, ଯାହା ମସ୍ତିଷ୍କ କାର୍ଯ୍ୟକ୍ଷମରେ ସୁଧାର ଆଣିଥାଏ ।  ଦୁର୍ବଳ ସ୍ମୃତିଶକ୍ତିକୁ ଦୂର କରି ସ୍ମୃତି ଶକ୍ତି ବଢ଼ାଇଥାଏ । ଏହା ପିଲା ଏବଂ ୪୦ ବର୍ଷରୁ ଅଧିକ ଆୟୁର  ବୟସ୍କଙ୍କ ପାଇଁ ଏକ ଭଲ ଔଷଧ ।  ମସ୍ତିସ୍କରେ ନାଇଟ୍ରିକ୍ ଏସିଡର ଉତ୍ପାଦନ ବଢ଼ାଇବା କାମ କରିଥାଏ ।  ଯାହା ଶରୀରରେ ଅମ୍ଳଜାନ ସ୍ତର ବଢ଼ାଇଥାଏ ।

ଏହା ଆମର ହର୍ମୋନ ସମସ୍ୟା ଏବଂ ଅସନ୍ତୁଳନ ଠିକ୍ କରିବାରେ ସାହାଯ୍ୟ କରିଥାଏ ।  ଏହା ଥାଇରଏଡ୍, ପୁରୁଷଙ୍କ  ପ୍ରଜନନ କ୍ଷମତା ଏବଂ ଯୌନ ସ୍ୱାସ୍ଥ୍ୟକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ ।  

Trending news