Advertisement
Article Detail0/zeeodisha/odisha698158
Zee OdishaOdisha LifeStyle and Othersସ୍ନାତକରେ ଉତ୍ତୀର୍ଣ୍ଣ ହେଲେ ମଲାଲା, ଭବିଷ୍ୟତ ଯୋଜନା ସମ୍ପର୍କରେ କହିଲେ ଏମିତି...

ସ୍ନାତକରେ ଉତ୍ତୀର୍ଣ୍ଣ ହେଲେ ମଲାଲା, ଭବିଷ୍ୟତ ଯୋଜନା ସମ୍ପର୍କରେ କହିଲେ ଏମିତି...

ନୋବେଲ ଶାନ୍ତି ପୁରସ୍କାର ଲାଭ କରିଥିବା ମଲାଲା ୟୁସୁଫଜାଇ(Malala Yousafzai) ବ୍ରିଟେନରେ ଥିବା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ (Oxford University)ରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ମଲାଲା ଫିଲୋସୋଫି, ରାଜନୀତି ଓ ଅର୍ଥଶାସ୍ତ୍ରରେ ସ୍ନାତକ ହାସଲ କରିଛନ୍ତି। ମଲାଲା ବ୍ରିଟେନରେ ଥିବା ଲେଡ଼ି ମାର୍ଗରେଟ ହଲ କଲେଜରେ ଶିକ୍ଷା ଗ୍ରହଣ କରୁଥିଲେ। ସେ

ସ୍ନାତକରେ ଉତ୍ତୀର୍ଣ୍ଣ ହେଲେ ମଲାଲା, ଭବିଷ୍ୟତ ଯୋଜନା ସମ୍ପର୍କରେ କହିଲେ ଏମିତି...

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ଲାଭ କରିଥିବା ମଲାଲା ୟୁସୁଫଜାଇ(Malala Yousafzai) ବ୍ରିଟେନରେ ଥିବା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ (Oxford University)ରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ମଲାଲା ଫିଲୋସୋଫି, ରାଜନୀତି ଓ ଅର୍ଥଶାସ୍ତ୍ରରେ ସ୍ନାତକ ହାସଲ କରିଛନ୍ତି। ମଲାଲା ବ୍ରିଟେନରେ ଥିବା ଲେଡ଼ି ମାର୍ଗରେଟ ହଲ କଲେଜରେ ଶିକ୍ଷା ଗ୍ରହଣ କରୁଥିଲେ। ସେ ଶୁକ୍ରବାର ସୋଶିଆଲ ମିଡ଼ିଆରେ ଦୁଇଟି ଫଟୋକୁ ପୋଷ୍ଟ କରି ଏହି ସଫଳତା ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଏହି ସଫଳତାକୁ ପରିବାର ସହ ମନାଇବା ସହିତ ଭବିଷ୍ୟତର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। 

୨୨ ବର୍ଷୀୟ ମଲାଲା ସୋସିଆଲ ମିଡ଼ିଆରେ ଦୁଇଟି ଫଟୋକୁ ପୋଷ୍ଟ କରି ଲେଖିଛନ୍ତି ଯେ, ଅକ୍ସଫୋର୍ଡରେ ଫିଲୋସୋଫି, ପଲିଟିକ୍ସ ଓ ଇକୋନୋମିକ୍ସରେ ସ୍ନାତକ ଶେଷ କରିଛି। ଏହା ନିଶ୍ଚିତ ଭାବେ ମୋତେ ବହୁତ ଖୁସି ପ୍ରଦାନ କରିଛି। ଗୋଟିଏ ଫଟୋରେ ମଲାଲା ପରିବାର ସହିତ କେକ କାଟୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟଟିରେ ନିଜ ମୁଁଙରେ ଢେରସାରା କେକ ବୋଳି ହୋଇଥିବା ଦେଖିବାକୁ ମିଳିଛି। 

ଉକ୍ତ ପୋଷ୍ଟରେ ମଲାଲା ନିଜ ଭବିଷ୍ୟତ ଯୋଜନା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି କି, ଭବିଷ୍ୟତରେ କଣ ହେବ ତାହା ମୁଁ ବର୍ତ୍ତମାନ ଠାରୁ କିଛି ବି କହି ପାରିବି ନାହିଁ। କିନ୍ତୁ ବର୍ତ୍ତମାନ ସମୟରେ କେବଳ ନେଟଫ୍ଲିକ୍ସ, ପଢା ଓ ଶୋଇବା କାର୍ଯ୍ୟକ୍ରମରେ ସମୟ ବିତାଇବି ବୋଲି ସେ କହିଛନ୍ତି। ତେବେ ମଲାଲାଙ୍କ ଏହି ପୋଷ୍ଟକୁ ବର୍ତ୍ତମାନ ସୁଦ୍ଧା  ୧।୨ ଲକ୍ଷ ଲାଇକ ମିଳି ସାରିଥିବା ବେଳେ ୧୫ ହଜାର ଲୋକ ରିଟ୍ୱିଟ କରିସାରିଛନ୍ତି। ୨ ହଜାର ଲୋକ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।

Add Zee News as a Preferred Source
About the Author