)
ନୂଆଦିଲ୍ଲୀ: କେରଳର କୋଚିରେ ଏକ ଫିଲ୍ମ ସେଟରେ ମାଲାୟାଲମ ଅଭିନେତା ତଥା ଡବିଂ କଳାକାର ପ୍ରବୀଶ ଚକ୍କାଲକ୍କଲ (Prabeesh Chakkalakkal) ଙ୍କ ଦେହାନ୍ତ ହୋଇଛି । ୪୪ ବର୍ଷର ପ୍ରବୀଶ ୟୁଟ୍ୟୁବ ଚ୍ୟାନେଲ କୋଚିନ୍ କଲେଜ ପାଇଁ ସୁଟିଂ କରୁଥିଲେ, ସେତେବେଳେ ସେ ହଠାତ୍ ସେଟରେ ପଡ଼ିଯାଇ ମୃତ୍ୟୁବରଣ କରିଥିଲେ ।
ପ୍ରବୀଶ ଏକ ଚଳଚ୍ଚିତ୍ରର ସୁଟିଂ କରୁଥିଲେ, ଯାହା କେରଳର ୱେଷ୍ଟ ମ୍ୟାନେଜମେଣ୍ଟ ବିଷୟରେ ଥିଲା । ଯାହା କୋଚିର କୁନ୍ଦୁର ବଣ୍ଡ ରୋଡରେ ବର୍ଜ୍ୟବସ୍ତୁର ସଫେଇ ଉପରେ ଆଧାରିତ ଥିଲା । ପ୍ରବୀଶ ଜଣେ ବିଦେଶୀ ଭୂମିକାରେ ଅଭିନୟ କରୁଥିଲେ, ଯିଏ ଏକ ସୁନ୍ଦର ଅଞ୍ଚଳରେ ବର୍ଜ୍ୟବସ୍ତୁର ଦୃଶ୍ୟକୁ ଦେଖି ଅଦ୍ଭୁତ ଭାବରେ ପ୍ରତିକ୍ରିୟା କରନ୍ତି । ତାଙ୍କ ସହକର୍ମୀମାନେ କହିଛନ୍ତି, ଅଭିନେତା ସେଟରେ ତାଙ୍କର କାର୍ଯ୍ୟ ଶେଷ କରିସାରିଥିଲେ । ଗ୍ରୁପ ସହିତ ଫଟୋ କ୍ଲିକ୍ କରୁଥିବା ବେଳେ ସେ ତଳେ ପଡ଼ିଯାଇଥିଲେ ।
ଅଧିକ ପଢ଼ନ୍ତୁ:-ଶୁକ୍ର ଗ୍ରହରେ ମିଳିଲା ଜୀବନ !
ସୂଚନାନୁସାରେ, ଯେତେବେଳେ ପ୍ରବୀଶ ସେଟ୍ରେ ପଡ଼ିଯାଇଥିଲେ ସେତେବେଳେ ସେ ଭିଡିଓଗ୍ରାଫରଙ୍କଠାରୁ ପାଣି ମାଗିଥିଲେ । ତାଙ୍କୁ ତୁରନ୍ତ ପାଣି ଦିଆଗଲା । ଏହା ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ହସ୍ପିଟାଲରେ ପ୍ରବୀଶଙ୍କୁ ମୃତ ଘୋଷଣା କରାଯାଇଥିଲା ।