Advertisement
Article Detail0/zeeodisha/odisha697264
Zee OdishaOdisha LifeStyle and Othersଚାରେ ଅଣ୍ଡାକୁ ବୁଡାଇ ଖାଇଲେ ଯୁବକ, ଲୋକେ ଦେଲେ ଏପରି ଉତ୍ତର...

ଚା'ରେ ଅଣ୍ଡାକୁ ବୁଡାଇ ଖାଇଲେ ଯୁବକ, ଲୋକେ ଦେଲେ ଏପରି ଉତ୍ତର...

ଚାହାରେ ଅଣ୍ଡା ବୁଡାଇ ଖାଇଲେ ଯୁବକ. ଆଉ ତା'ପରେ ଆସିଲା ଏଭଳି ପ୍ରତିକ୍ରିୟା

ଚା'ରେ ଅଣ୍ଡାକୁ ବୁଡାଇ ଖାଇଲେ ଯୁବକ, ଲୋକେ ଦେଲେ ଏପରି ଉତ୍ତର...

ନୂଆଦିଲ୍ଲୀ: ଭାରତର ଲୋକମାନେ ଚା'କୁ ବହୁତ ପସନ୍ଦ କରନ୍ତି । ଅଧିକାଂଶ ଭାରତୀୟଙ୍କ ଦିନ ଚା' କପରୁ ଆରମ୍ଭ ହୋଇଥାଏ । କିଛି ଭାରତୀୟ ଚା' ସହିତ ବିସ୍କୁଟ ଖାଆନ୍ତି କିମ୍ବା ଟୋଷ୍ଟ ଖାଆନ୍ତି । କିନ୍ତୁ ଆପଣ ଦେଖିଛନ୍ତି କି ସିଝା ଅଣ୍ଡା ଖାଉଥିବା ବ୍ୟକ୍ତି ଚା’ରେ ବୁଡ଼ାଇ ଖାଉଛନ୍ତି । ଯାହାର ଚିତ୍ର ଫେସବୁକରେ ବହୁତ ଭାଇରାଲ ହେବାରେ ଲାଗିଛି । ଆପଣ ଏହା ଦେଖି ଆଶ୍ଚର୍ଯ୍ୟ ହେବେ ।

ଫେସବୁକରେ ଏକ ଗ୍ରୁପ୍ ପୃଷ୍ଠାରେ ଦୁଇଟି ଛବି ପୋଷ୍ଟ କରାଯାଇଥିଲା, ଯେଉଁଠାରେ ଜଣେ ବ୍ୟକ୍ତି ଏକ ସିଝା ଅଣ୍ଡା ନେଇ ଚା’ରେ ବୁଡ଼ାଇ ଏହାକୁ ଖାଇଥିଲେ । ଫଟୋ ଦେଖିବା ପରେ ଲୋକମାନେ ବିରକ୍ତ ହୋଇ ଏହାକୁ ଖାଇଥିବା ବ୍ୟକ୍ତିଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ । ଫେସବୁକରେ ଫଟୋ ପୋଷ୍ଟ କରି ଫେସବୁକ ବ୍ୟବହାରକାରୀ ଧାୱନ ଶାହା ଲେଖିଛନ୍ତି, 'କାହିଁକି, କାହିଁକି ଓ କାହିଁକି ...'

ଫଟୋ ଏତେ ଭାଇରାଲ ହୋଇଥିଲା ଯେ ଏଥିରେ ୨ ହଜାର ଲୋକ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଅଧିକାଂଶ ଲୋକ ଏହି ଚିତ୍ରକୁ ବହୁତ ସମାଲୋଚନା କରିଥିଲେ । ଏହି ସମୟରେ, କିଛି ଲୋକ ଏହି ଫଟୋକୁ ବହୁତ ମଜାଳିଆ ଢଙ୍ଗରେ ମଧ୍ୟ ନେଇଥିଲେ ।

Add Zee News as a Preferred Source

ଜଣେ ସୋସିଆଲ ମିଡ଼ିଆ ୟୁଜର ଲେଖିଛନ୍ତି, "ଏହା ଏକ ପାପ, ଏହିପରି କେହି କିପରି ଜଳଖିଆ ଖାଇ ପାରିବେ?" ଅନ୍ୟ ଜଣେ ଯୁଜର  ଲେଖିଛନ୍ତି, ଏହା ମାନବିକତା ପାଇଁ ଅପମାନ। ଆଉ ଜଣେ ଲେଖିଛନ୍ତି, 'ଠିକ୍ ଏହା ହେଉଛି ସଠିକ୍ ପରୀକ୍ଷଣ।' ଏହି ସମୟରେ, ଚତୁର୍ଥ ୟୁଜର ଲେଖିଥିଲେ, 'ମୋତେ ଏହା ଦେଖି ଅଜବ ଲାଗୁଛି । ବର୍ତ୍ତମାନ ମୁଁ କିପରି ଅଣ୍ଡା ଖାଇବି ବୋଲି ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛନ୍ତି ।

 

About the Author