ଗର୍ଲଫ୍ରେଣ୍ଡଙ୍କ ମୁଦିକୁ ନେଇ ହଙ୍ଗାମା, ନାକେଦମ ହେଲାଣି ପୋଲିସ...
Advertisement

ଗର୍ଲଫ୍ରେଣ୍ଡଙ୍କ ମୁଦିକୁ ନେଇ ହଙ୍ଗାମା, ନାକେଦମ ହେଲାଣି ପୋଲିସ...

ପ୍ରେମ ଦିବସ ଟିକିଏ ଫିକା ପଡ଼ିଛି ସତ ହେଲେ ଆଜିର ଯୁବପିଢୀ ଏହାକୁ ଖୁବ୍ ଉତ୍ସାହର ପାଳନ କରିଛନ୍ତି । ହେଲେ ଏମିତି ଏକ ଖବର ଯାହା ଆପଣ ଜାଣିଲେ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ଭାବିବାକୁ ବାଧ୍ୟ ମଧ୍ୟ ହେବେ । 

 

ଗର୍ଲଫ୍ରେଣ୍ଡଙ୍କ ମୁଦିକୁ ନେଇ ହଙ୍ଗାମା, ନାକେଦମ ହେଲାଣି ପୋଲିସ...

ଫ୍ଲୋରିଡା: ପ୍ରେମର ଦିବସ ଭାଲେଣ୍ଟାଇନ ଡେ ରେ ଯୁବପୀଢି ଅଲଗା ଅଲଗା ଅନ୍ଦାଜରେ ନିଜର ପ୍ରେମକୁ ନେଇ ସଂକଳ୍ପ କରିଛନ୍ତି । ଆଜି ହେଉଛି ଭାଲେଣ୍ଟାଇନ୍ସ  ଡେ ର ପର ଦିନ ଅର୍ଥାତ୍, ଫେବ୍ରୁଆରୀ ୧୫ । ତେବେ କୋରୋନା ମହାମାରୀ ଯୋଗୁଁ ଏହି ପ୍ରେମ ଦିବସ ଟିକିଏ ଫିକା ପଡ଼ିଛି ସତ ହେଲେ ଆଜିର ଯୁବପିଢୀ ଏହାକୁ ଖୁବ୍ ଉତ୍ସାହର ପାଳନ କରିଛନ୍ତି । ହେଲେ ଏମିତି ଏକ ଖବର ଯାହା ଆପଣ ଜାଣିଲେ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ଭାବିବାକୁ ବାଧ୍ୟ ମଧ୍ୟ ହେବେ । 

ୟୁଏସ (America) ରେ ଜଣେ ଯୁବକ ନିଜ ପ୍ରଥମ ଗର୍ଲଫ୍ରେଣ୍ଡ (GirlFriend) ବା ବାନ୍ଧବୀଙ୍କ ସବୁ ଗହଣା ଚୋରି କରି ଦ୍ୱିତୀୟ ବାନ୍ଧବୀଙ୍କୁ ଉପହାର ଦେବା ପରେ ଏବେ ଯୁବକଙ୍କୁ ନାକେଦମ ହୋବାକୁ ପଡି଼ଛି । କାରଣ ପ୍ରଥମ ବାନ୍ଧବୀ ଜଣଙ୍କ ଘରୁ ଚୋରି ହୋଇଥିବା ନେଇ ପୋଲିସ (Poice) ରେ ଖବର ଦେବା ପରେ ଉକ୍ତ ଯୁବକଙ୍କ ହୋସ ଉଡ଼ିଯାଇଛି । ପ୍ରଥମ ବାନ୍ଧବୀଙ୍କ ସହ ପୋଲିସ ଏହି ଘଟଣାର ପର୍ଦ୍ଦାଫାସ ସେତେବେଳେ କଲା ଯେତେବେଳେ ଯୁବକଙ୍କ ଫେସବୁକ ପୋଷ୍ଟ (Facebook Post) ରେ ଏସବୁ ଘଟଣାବଳୀ ରହିଥିଲା । ପ୍ରଥମ ବାନ୍ଧବୀ ଜଣଙ୍କ ଉକ୍ତ ଯୁବକଙ୍କୁ ସନ୍ଦେହ କରୁଥିଲେ। ଆଉ ସନ୍ଦେହ ଉପରୁ ପରଦା ହଟାଇଦେଇଥିଲା ସୋସିଆଲ ମିଡିଆ (Social Media)ଫେସବୁକ୍।

Also Read: ଅମିତ ଶାହ ନେପାଳ ଓ ଶ୍ରୀଲଙ୍କାରେ ଗଠନ କରିବେ ବିଜେପି ସରକାର, ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଦାବି

ନିଜ ପ୍ରେମିକ ଉପରେ କଡା ନଜର ରଖୁଥିଲେ ପ୍ରଥମ ବାନ୍ଧବୀ (First Girl Friend) ଜଣଙ୍କ । ଦ୍ୱିତୀୟ ବାନ୍ଧବୀଙ୍କୁ ସବୁ ଗହଣା ଉପହାର ଦେବା ସହ ଏକଥା ଜାଣିବା ପରେ ପ୍ରଥମ ବାନ୍ଧବୀ ପୋଲିସରେ ପ୍ରେମିକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ପରେ ଫ୍ଲୋରିଡା ପୋଲିସ (Florida Police) ଉକ୍ତ ଯୁବକଙ୍କୁ ଖୋଜିବାକୁ ଜି ଜାନ ଲଗାଇଦେଇଥିବା ବେଳେ ଏକଥା ଜାଣିବାକୁ ପାଇଥିଲେ ଦ୍ୱିତୀୟ ବାନ୍ଧବୀ । ପ୍ରେମିକଙ୍କ ଏମିତି କାଣ୍ଡ ଜାଣିବା ପରେ ଉକ୍ତ ଯୁବକଙ୍କ ସହ ସେ ବି ସବୁ ସମ୍ପର୍କ କାଟିଦେଇଥିଲେ ।

Also Read: ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ଦାୟୀ କିଏ? ଉତ୍ତର ରଖିଲେ ଧର୍ମେନ୍ଦ୍ର ପ୍ରଧାନ

ସନ୍ଦେହ କରୁଥିବା ପ୍ରଥମ ବାନ୍ଧବୀ ଯେତେବେଳେ ନିଜ ଗହଣା ବାକ୍ସ (Jwellery Box) ଖୋଲି ଦେଖନ୍ତି ତେବେ ତାଙ୍କ ଅଧାରୁ ଅଧା ଗହଣା ଗାଏବ ଥିଲା । ଆଉ ସେଥିରେ ଥିବା ନିଜ ମାଆ ଦେଇଥିବା ନିର୍ବନ୍ଧ ହୀରା ମୁଦି (Diamond Ring) ପାଇନଥିଲେ ସେ ।ତେବେ ପୋଲିସ ଛାନଭିନ ପରେ ଜାଣିବାକୁ ପାଇଥିଲା ଯେ, ଉକ୍ତ ଯୁବକ ଜଣଙ୍କ ସେ ମୁଦି ସହ ଲକ୍ଷ ଲକ୍ଷ ଟଙ୍କାର ଗହଣା ଚୋରି କରିଥିବା ଜଣାପଡ଼ିଥିଲା।