Medicinal Value of Desi Ghee: କେଶ ଝଡିବା, ଆଲର୍ଜି, ଡାଇବେଟିସ ପାଇଁ ବେଶ ଫଳପ୍ରଦ
Advertisement

Medicinal Value of Desi Ghee: କେଶ ଝଡିବା, ଆଲର୍ଜି, ଡାଇବେଟିସ ପାଇଁ ବେଶ ଫଳପ୍ରଦ

Medicinal Value of Desi Ghee: ଅନେେକ ରୋଗକୁ ନାଶ କରିବାରେ ସହାୟକ ହୋଇଥାଏ ଦେଶୀ ଘିଅ। 

Medicinal Value of Desi Ghee: କେଶ ଝଡିବା, ଆଲର୍ଜି, ଡାଇବେଟିସ ପାଇଁ ବେଶ ଫଳପ୍ରଦ

Medicinal Value of Desi Ghee: ଆମ ଦେଶରେ ପୂଜାପାଠ ଏବଂ ଖାଦ୍ୟରେ ପ୍ରାୟତଃ ଦେଶି ଗାଈ ଘିଅ ବ୍ୟବହାର କରାଯାଏ । ଆଉ ଅନେକଙ୍କର ଖୁବ ପ୍ରିୟ ଥାଏ ଶୁଦ୍ଧ ଦେଶୀ ଘିଅ। ହେଲେ ଅନେକ ଲୋକ ଅଛନ୍ତି ଯେଉଁମାନେ ଘିଅ ଜନିତ ଦ୍ରବ୍ୟ ଖାଇବାତ ଦୂରର କଥା ଘିଅ ବାସ୍ନାରେ ବି ନାକ ଟେକନ୍ତି । କେତେକ ଲୋକଙ୍କୁ ଘିଅ ପସନ୍ଦ ନଥାଏ ଓ ଅନ୍ୟକେତେକ ଲୋକ ଶରୀର ଓଜନ ବୃଦ୍ଧି ଡରରେ ଘିଅ ବ୍ୟବହାର କରନ୍ତି ନାହିଁ। ଆପଣ ଜାଣନ୍ତି କି, ଘିଅ ଖାଦ୍ୟକୁ ସୁଆଦିଆ କରିବା ସହିତ, ତାର କେତେକ ଔଷଧୀୟ ଗୁଣ ଶରୀର ରୋଗ ଭଲ କରିଥାଏ । ଖାସ କରି ଦେଶୀ ଗାଈ ଘିଅ ଶରୀର ପ୍ରତି ଢେର ଲାଭଦାୟକ । 

ଜାଣନ୍ତୁ ଦେଶୀ ଘିଅର ଉପକାରୀତା...

  • ଗାଈ ଘିଅ ନାକରେ ପକାଇଲେ ଆଲର୍ଜି ଭଲ ହୋଇଥାଏ
  • ଶୁଦ୍ଧ ଦେଶୀ ଘିଅ ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଥାଏ
  • ଗାଈ ଘିଅରେ ଭିଟାମିନ K ରହିଛି, ଏହା ସହିତ ଆଣ୍ଟିଅକ୍ସିଡେଣ୍ଟସ୍, ଭିଟାମିନ ଓ ମିନେରାଲ ରହିଥାଏ, ଯାହା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ...
  • ଯଦି ଆପଣଙ୍କର ଓଜନ ଅଧିକ, ତାହେଲେ ଘିଅ ଖାଇବା ଠାରୁ ଦୂରେଇ ଯାଆନ୍ତୁ ନାହିଁ, କିନ୍ତୁ ଏହାକୁ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୂକ୍ତ କରନ୍ତୁ । ଖାଦ୍ୟରେ ଦେଶୀ ଗାଈ ଘିର ଅନ୍ତର୍ଭୂକ୍ତ ହେବା ଓଜନ ବଢ଼ାଏ ନାହିଁ, ଏହାକୁ ନିୟନ୍ତ୍ରଣରେ ରଖେ । 
  • ଘିଅ (୨୦-୨୫ ଗ୍ରାମ) ଏବଂ ମିଶ୍ରି ମିଶାଇ ଖାଇବା ଦ୍ୱାରା ମଦ୍ୟପାନ, ଭାଙ୍ଗ ଏବଂ ଗଞ୍ଜେଇ ନିଶା କମିଯାଏ । 
  • ଗାଈ ଘିଅ ଲଗାଇଲେ କେଶ ଝଡ଼ିବା କମ ହେବା ସହିତ ନୂଆ କେଶ ଉଠିବା ଆସିବା ଆରମ୍ଭ କରେ । 
  • ଯଦି ହାତ ଏବଂ ପାଦରେ ଜ୍ୱଳନ ସେନ୍ସେସ୍ ଅଛି, ଗାଈ ଘିଅକୁ ପାଦରେ ମସାଜ୍ କରନ୍ତୁ, ଜଳୁଥିବା ସେନ୍ସେସ୍ ଭଲ ହୋଇଯାଏ ।   

ଗାଈ ଘିଅ ମେଦବହୁଳତାକୁ ଦୂର କରିଥାଏ । ଦେଶୀ ଗାଈର ଘିଅରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଭିଟାମିନ୍ ଥାଏ, ଯାହା ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ । ଏହି ସମସ୍ତ ଉପାଦାନ ଶରୀରରୁ ବିଷାକ୍ତ ପଦାର୍ଥ ମଧ୍ୟ ବାହାର କରିଥାଏ । ଦେଶୀ ଗାଈ ଘିଅ ଶରୀର ପାଇଁ ଲାଭ ଦାୟକ।