ମେରଠ: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଏକ ସାମାନ୍ୟ କଥା। କୌଣସି ନା କୌଣସି କାରଣକୁ ନେଇ ଦମ୍ପତିଙ୍କ ମଧ୍ୟରେ ତୁ ତୁ ମେ ମେ ହେଉଥାଏ। ବେଳେ ବେଳେ ଝଗଡା ଏମିତି ବଢିଯାଏ ଯେ ମାମଲା ଥାନା ଓ ପରେ କୋର୍ଟକୁ ପହଞ୍ଚେ। କିଛି ମାମଲାରେ ଛାଡପତ୍ର ମଧ୍ୟ ହୋଇଯାଏ। କିନ୍ତୁ ଆପଣ କେବେ ଶୁଣି ନଥିବେ ଯେ ଚୁଟି ଓ Selfie ବି ଏହି ଛାଡପତ୍ରର କାରଣ ପାଲଟିବ।
ପ୍ରତିଦିନ କୌଣସି ନା କୌଣସି ସ୍ୱାମୀ ସ୍ତ୍ରୀ (Couple) ସେମାନଙ୍କ ପାରିବାରିକ କଳହକୁ ନେଇ ପୋଲିସ ନିକଟରୁ ଆସନ୍ତି। ଆଉ ପୋଲିସ ମଧ୍ୟ ପରିବାର ପରାମର୍ଶ କେନ୍ଦ୍ର (Family counseling center) ର ସହାୟତାରେ ମାମଲାର ସମାଧାନ କରିବାକୁ ଚେଷ୍ଟା କରେ। ଉତ୍ତର ପ୍ରଦେଶ ମେରଠ (Meerut) ରେ ଏଭଳି ଅନେକ ମାମଲା ଆସେ ଓ ପୋଲିସ ମଧ୍ୟ ସେଗୁଡିକୁ ସମାଧାନ କରେ। କିନ୍ତୁ କିଛି ନିକଟରେ ୨ଟି ବିସ୍ମୟକର ମାମଲା ଆସିଥିଲା ଯାହାକୁ ଶୁଣିଲା ପରେ ପୋଲସର ପାଦତଳୁ ମାଟି ଖସିଗଲା।
ମିରଠ ପୋଲିସ (Meerut Police) ନିକଟରୁ ଏକ ମାମଲା ଆସିଥିଲା। ଯେଉଁଠି ମହିଳା ଜଣକ ସ୍ୱାମୀ ମୁଣ୍ଡରେ ଚୁଟି (Hair) ନଥିବାରୁ ତାଙ୍କୁ ଛାଡପତ୍ର ଦେବାକୁ ନିଶ୍ଚିତ କରିଥିଲେ। ମହିଳା ଜଣକ ନିଜ ପକ୍ଷ ରଖି କହିଛନ୍ତି ଯେ, ବିବାହ ସମୟରେ ତାଙ୍କ ସ୍ୱାମୀଙ୍କ ମୁଣ୍ଡରେ ଖୁବ ସୁନ୍ଦର ଓ ଗହଳିଆ ଚୁଟି ଥିଲା। ସେ ତାଙ୍କର ଏହି ପର୍ସନାଲିଟିକୁ ଦେଖି ବିବାହ କରିଥିଲେ। କିନ୍ତୁ ବିବାହର ବର୍ଷେ ପରେ ସ୍ୱାମୀ ଚନ୍ଦା ହେଇଗଲେ। ଫଳରେ ଏବେ ଆଉ ସେହି ପର୍ସନାଲିଟି ନାହିଁ, ତେଣୁ ସେ ସ୍ୱାମୀଙ୍କ ଠାରୁ ଛାଡପତ୍ର ଚାହୁଁଥିବା ସଫେଇ ଦେଇଥିଲେ।
ଅନ୍ୟ ଏକ ମାମଲାରେ Selfie ସମସ୍ୟାକୁ ନେଇ ମହିଳା ଜଣକ ଛାଡପତ୍ର ପାଇଁ ଆବେଦନ କରିଥିଲେ। ତାଙ୍କର ଅଭିଯୋଗ ହେଲା, ସ୍ୱାମୀ ତାଙ୍କସହ Selfie ଫଟୋ ଉଠାଉନାହାନ୍ତି। ଯାହା ତାଙ୍କୁ ବହୁତ ଖରାପ ଲାଗୁଛି ଯେଉଁଥିପାଇଁ ସେ ତାଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି। ସେପଟେ ସ୍ତ୍ରୀର ଅଭିଯୋଗକୁ ସ୍ୱାମୀ ଖଣ୍ଡନ କରିବା ସହ ଉଭୟଙ୍କ କିଛି Selfie ଫଟୋ ଦେଖାଇଥିଲେ। ପରେ ଉଭୟଙ୍କୁ ବିବାହ ପରାମର୍ଶ କେନ୍ଦ୍ର ବୁଝାସୁଝା କରି ଏକାଠି ରହିବାକୁ ରାଜି କରାଇଥିଲା।