ଆଇପିଏଲର ୧୭ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ସେପଟେ ହ୍ୟାଟ୍ରିକ ପରାଜୟ ପରେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ହରାଇ ୨ୟ ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଂଙ୍ଗ୍ସ ।
Trending Photos
)
ନୂଆଦିଲ୍ଲୀ: ରବିବାର ଆଇପିଏଲରେ ୨ଟି ଦମଦାର ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏବଂ ଦ୍ୱିତୀୟ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ଉଭୟ ମ୍ୟାଚରେ କିଛି ନୂଆ ରେକର୍ଡ ଦେଥିବାକୁ ମିଳିଛି ।
ଆଇପିଏଲର ୧୭ତମ ମ୍ୟାଚରେ ହାଇଦ୍ରାବାଦ ଓ ମୁମ୍ବାଇ ମଧ୍ୟରେ ମହାମୁକାବିଲା ହୋଇଥିଲା । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ । ଓପନିଂ ଯୋଡି ସେତାଟା ଭଲପ୍ରଦର୍ଶନ କରିନଥିଲେ । ମାତ୍ର ୬ ରନ କରି ରୋହିତ ଶର୍ମା ଆଉଟ ହୋଇଥିଲେ । ପରେ ସାଥି କ୍ୱିଣ୍ଟନ ଡିକକ୍ ୩୯ଟି ବଲରେ ୬୭ ରନ କରି ଦଳକୁ ବଳ ଦେଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଓ କିରଣ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଟିମ ୨୦୮ର ଏକ ବିଶାଳ ରନ କରିଥିଲା । କ୍ରୁନାଲ ପାଣ୍ଡ୍ୟା ମାତ୍ର ୪ଟି ବଲରେ ୨୦ ରନ କରିଥିଲେ ।
୨୦୯ ରନର ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇଥିଲା ହାଇଦ୍ରାବାଦ । କିନ୍ତୁ ମୁମ୍ବାଇ ବୋଲର ସାରଜା ପଡିଆରେ ମାପଜୁପ କରି ନିଜର ବୋଲିଂ କୌଶଳ ଦେଖାଇଥିଲେ । ଫଳରେ ୱାର୍ଣ୍ଣର ବାହୀନି ବ୍ୟାକଫୁଟରେ ଯିବାକୁ ବାଧ୍ୟ ହୋଇଥିଲେ । ନିୟମିତ ବ୍ୟବଧାନରେ ୱିକେଟ ହରାଇବା ଫଳରେ ହାଇଦ୍ରାବାଦ ଉପରେ ଏକ ପ୍ରକାରର ଚାପ ରହିଥିଲା । ଏହାରି ପ୍ରଭାବରେ ଦଳକୁ ୩୪ ରନରେ ପାରାସ୍ତ ହେବାକୁ ପଡିଛି ।
ନିଜର ୩ୟ ବିଜୟ ସହ ଆଇପିଲ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ୫ଟି ମ୍ୟାଚ ଖେଳି ୩ଟି ଜିତିଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ତଥାପି ୬ ପଏଣ୍ଟ ସହ ଟେବୁଲର ଉପର ସ୍ଥାନ ଅଧିକାର କରିଛି । ସେହିପରି ସମାନ ପଏଣ୍ଟ ସହ ମୁମ୍ବାଇ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ ।
ସେପଟେ ଶନିବାରର ଦ୍ୱିତୀୟ ମ୍ୟାଚର ସ୍ୱାଗ ହିଁ ଥିଲା କିଛି ଅଲଗା । ଚେନ୍ନାଇ ବିପକ୍ଷରେ ଟସ ଜିତି ପ୍ରଥମେ ପଞ୍ଜାବ ବ୍ୟାଟିଂ କରିଥିଲା । ୪ଟି ୱିକେଟ ବିନିମୟରେ ୨୦ ଓଭର ଖେଳି ଦଳ ୧୭୮ର ଏକ ଆଭରେଜ ସ୍କୋର କରିଥିଲା । ଅଧିନାୟକ କେଏଲ ରାହୁଲ ଦଳକୁ ସର୍ବାଧିକ ୬୩ ଓ ନିକୋଲାସ ପୂରଣ 33 ରନର ଭାଗୀଦାରି ଦେଇଥିଲେ ।
ତେବେ ହ୍ୟାଟ୍ରିକ ପରାଜୟ ଦେଖିଥିବା ଚେନ୍ନାଇକୁ ବିବ୍ରତ କରିନଥିଲା ୧୭୮ର ଏକ ଆଭରେଜ ସ୍କୋର । ଫର୍ମକୁ ଆସିଥିଲେ ଗତ ୪ଟି ମ୍ୟାଚରେ ମାତ୍ର ୫୨ ରନ କରିଥିବା ସେନ ୱାଟସନ । ଆଉ ତାଙ୍କୁ ଓପନିଂରେ ସାଥ ଦେଇଥିଲେ ଫାପଡୁ ପ୍ଲେସିସ । ଏହି ଯୋଡି ନିରାଙ୍କୁଶ ଓ ବିସ୍ଫୋରକ ବ୍ୟାଟିଂ ପଞ୍ଜାବ ବୋଲରଙ୍କୁ ଘାଇଲା କରିଥିଲା । ଅପରାଜିତ ୱଟସନଙ୍କ ୮୩* ଓ ପ୍ଲେସିସଙ୍କ ୮୭* ରନ ଦଳର ପରାଜୟ ଧାରାକୁ ଭାଙ୍ଗିଥିଲା ।
୨୦ ଓଭର ସରିବାକୁ ୧୪ ବଲ ଥିବା ପୂର୍ବରୁ ଚେନ୍ନାଇ ବିଜୟ ହୋଇଥିଲା । ପ୍ଲେସିସ ଓ ୱାଟସନଙ୍କ ୧୮୧*ରନର ଭାଗୀଦାରି ଚେନ୍ନାଇ ପାଇଁ ସର୍ବୋଚ୍ଚ ସ୍କୋର । ଏହା ପୂର୍ବରୁ ୨୦୧୧ରେ ମାଇକ ହସି ଓ ମୂରଳୀ ବିଜୟଙ୍କ ଯୋଡି ୧୫୯ ରନ କରିଥିଲେ । ସେପଟେ କେଏଲ ରାହୁଲଙ୍କ କ୍ୟାଚ ଧରି ଆଇପିଏଲରେ ଶତକ କ୍ୟାଚର କୀର୍ତ୍ତିମାନ ହାସଲ କରିଛନ୍ତି କ୍ୟାପଟେନ କୁଲ ମହେନ୍ଦ୍ର ସିଂହ ଧୋନୀ ।