Advertisement
Article Detail0/zeeodisha/odisha767259
Zee OdishaOdisha LifeStyle and OthersIPL 2020: ଆଜି ସ୍ଲୋ ପିଚରେ କୋଲକାତା-ମୁମ୍ବାଇ ମହା ଲଢେଇ

IPL 2020: ଆଜି ସ୍ଲୋ ପିଚରେ କୋଲକାତା-ମୁମ୍ବାଇ ମହା ଲଢେଇ

ଆଜି ଆଇପିଏଲରେ ଖେଳାଯିବ ୩୨ତମ ମ୍ୟାଚ । ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ମୁମ୍ୱାଇ ଇଣ୍ଡିଆନ୍ସ ।

IPL 2020: ଆଜି ସ୍ଲୋ ପିଚରେ କୋଲକାତା-ମୁମ୍ବାଇ ମହା ଲଢେଇ

ନୂଆଦିଲ୍ଲୀ: ଆଜି ଆବୁଧାବିରେ ଖେଳାଯିବ ଆଇପିଏଲର ୩୨ତମ ମ୍ୟାଚ । ସନ୍ଧ୍ୟା ସାଢେ ୭ଟାରେ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ କୋଲକାତା ନାଇଟ ରାଇଡର୍ସ ଓ ମୁମ୍ୱାଇ ଇଣ୍ଡିଆନ୍ସ । ତେବେ ଆବୁଧାବି ଗ୍ରାଉଣ୍ଡ ସ୍ଲୋ ହୋଇଥିବାରୁ ଟସ୍ ଜିତିଥିବା ଦଳ ପ୍ରଥମେ ବ୍ୟାଟି କରିବ ବୋଲି ଆଶା କରାଯାଉଛି ।

ବିଗତ ଦିନରେ ଆବୁଧାବିରେ ଖେଳାଯାଇଥିବା ମ୍ୟାଚରେ ୧୬୦ରୁ ଅଧିକ ସ୍କୋର ହୋଇ ନାହିଁ । କେବଳ ମୁମ୍ବାଇ ହିଁ ଥରେ ୧୯୦ ପ୍ଲସ ସ୍କୋର କରିବାରେ ସଫଳ ହୋଇଛି । ଏହି ଗ୍ରାଉଣ୍ଡ ସ୍ଲୋ ହୋଇଥିବାରୁ ପ୍ରଥମେ ବ୍ୟାଟିଂ କରିବା ଦଳକୁ ଲାଭପ୍ରଦ ହେବ । ଏହାକୁ ନଜରରେ ରଖି ଉଭୟ ମୁମ୍ବାଇ ଇଣ୍ଡିଆନ୍ସ(ଏମ୍ଆଇ) ଓ କୋଲକାତା ନାଇଟ ରାଇଡର୍ସ(କେକେଆର୍) ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି ।

ମୁମ୍ବାଇ ଟୁର୍ଣ୍ଣାମେଣ୍ଟର ୭ରୁ ୫ଟି ମ୍ୟାଚରେ ବିଜୟ ଧ୍ୱଜା ଉଡାଇଛି । ତଥାପି ଦଳକୁ ଇମ୍ପ୍ରୁଭ ଓ ଖେଳାଳୀଙ୍କ ଏନର୍ଜୀ ଲେବୁଲ ବଢାଇବାକୁ ପଡିବ । ଦଳ ପାଇଁ କେବଳ ୩ଟି ଟାଇଟଲ ଓ ୫ଟି ବିଜୟ ଯଥେଷ୍ଟ ନୁହେଁ ବୋଲି ମୁଖ୍ୟ କୋଚ ମହେଲା ଜୟବର୍ଦ୍ଦନେ କହିଛନ୍ତି । ସେପଟେ ବର୍ତ୍ତମାନ ସୁଦ୍ଧା ନାଥନ କଲଟର ସୁସ୍ଥ ହୋଇନାହାନ୍ତି । ଦଳର ବ୍ୟାଟିଂ ପୋଜିସନ ଦୁର୍ବଳ ଥିବା ବେଳେ ଡିଫେଣ୍ଡିଂ ସେତେଟା ସହଜ ହେବନାହିଁ ।

Add Zee News as a Preferred Source

ସେପଟେ କୋଲକତା ପାଖରେ ତାର ବେଷ୍ଟ ଏକାଦଶ ଅଛି । କିନ୍ତୁ ପିଚ୍ ସ୍ଲୋ ଥିବା ଯୋଗୁଁ ମୁମ୍ବାଇ ବିପକ୍ଷ ମ୍ୟାଚ ସଙ୍ଘର୍ଷପୂର୍ଣ୍ଣ ହୋଇପାରେ । ତେଣୁ ଦଳକୁ ଆହୁରି ଟିକେ ପରିଶ୍ରମ କରିବାକୁ ପଡିବ । ଏବେ ବି ଯଦି ଟମ ବ୍ୟାନଟନ ଅନୁପସ୍ଥିତ ରୁହନ୍ତି, ତେବେ ପୁଣିଥିରେ ରାହୁଲ ତ୍ରିପାଠୀଙ୍କୁ ୭ ନମ୍ବରରେ ବ୍ୟାଟିଂ କରିପାରନ୍ତି । କିନ୍ତୁ ବୋଲିଂରେ ମୁମ୍ବାଇକୁ କୋଲକାତା ଟକ୍ଟର ଦେଇପାରେ ।

ମୁମ୍ବାଇ ଇଣ୍ଡିଆନସ (ସମ୍ଭାବ୍ୟ ଦଳ): ରୋହିତ ଶର୍ମା(ଅଧିନାୟକ), କ୍ୱିଣ୍ଟନ ଡି କକ, ସୂର୍ଯ୍ୟକୁମାର ଯାଦବ, ଇଶାନ କିସାନ, କିରଣ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଳ ପାଣ୍ଡ୍ୟା, ଜେମସ ପାଟିନସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ,
ଯଶପ୍ରିତ ବୁମରା

କୋଲକାତା ନାଇଟ ରାଇଡର୍ସ(ସମ୍ଭାବ୍ୟ ଦଳ): ଦିନେଶ କାର୍ତ୍ତିକ(ଅଧିନାୟକ, ଶୁବମନ ଗିଲ, ରାହୁଲ ତ୍ରିପାଠୀ, ନୀତିଶ ରାଣା, ଇଅନ ମୋର୍ଗାନ, ଆନ୍ଦ୍ରେ ରସେଲ, ପାଟ କମିନ୍ସ, କମଳେଶ ନାଗରକୋଟି, ବରୁଣ ଚକ୍ରବର୍ତ୍ତି, ଲକି ଫର୍ଗୁସନ, କୁଳଦୀପ ଯାଦବ

ଆଇପିଏଲରେ ମୁମ୍ବାଇ ଇଣ୍ଡିଆନସ ବନାମ କୋଲକାତା ନାଇଟ ରାଇଡର୍ସ

ମୋଟ ମ୍ୟାଚ: ୨୬
ମୁମ୍ବାଇ ବିଜୟୀ: ୨୦
କୋଲକାତା ବିଜୟୀ: ୦୬
ମୁମ୍ବାଇର ପରାଜୟ: ୦୬
କୋଲକାତାର ପରାଜୟ: ୨୦

About the Author