)
ନୂଆଦିଲ୍ଲୀ: ଏପ୍ରିଲ ପହିଲାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ April Fool! ଆଉ ୨୭ ଦିନପରେ ବଦଳିପାରେ ଦେଶର ନିଯୁକ୍ତି ନୀତି। ଆସନ୍ତାମାସରେ କାମ କରିବାର ଦୈନିକ ଅବଧି ସହିତ ଦରମା, ଗ୍ରାଚ୍ୟୁଟି ଓ ଭବିଷ୍ୟନିଧି ପାଣ୍ଠି (ପିଏଫ୍)ରେ ବଡ ପରିବର୍ତ୍ତନ ଆସିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଦୀର୍ଘ ଦିନ ଧରି କମ୍ପାନୀରେ କାମକରୁଥିବା କର୍ମଚାରୀଙ୍କ ଦୈନିକ କାମ କରିବାର ସମୟସୀମା ବୃଦ୍ଧିକୁ ନେଇ ଚର୍ଚ୍ଚା ଚାଲିଛି। ଦେଶ ସ୍ୱାଧିନ ହେବା ପରଠାରୁ ପ୍ରଥମ ଥର ପାଇଁ ଶ୍ରାମ ଆଇନ (Labor Law) ରେ ଏକ ବଡ ପରିବର୍ତ୍ତନ ଆସିବାକୁ ଯାଉଛି। ଏନେଇ ଗତବର୍ଷ ସଂସଦରେ ଶ୍ରମ ସମ୍ବନ୍ଧୀୟ ତିନୋଟି ସଂଶୋଧନ ବିଲ (Amendment Labor Law) ପାସ ହୋଇଛି। ତାହା ଆସନ୍ତା ଏପ୍ରିଲରୁ କାର୍ଯ୍ୟକାରୀ ହେବାର ସମ୍ଭାବନା ରହିଛି। ଏହି ଆଇନ ଲାଗୁହେଲେ ଜଣେ କର୍ମଚାରୀଙ୍କ ଦରମାର ସର୍ବାଧିକ ୫୦ ପ୍ରତିଶତ ହିଁ ଭତ୍ତା ଆକାରରେ ମିଳିପାରିବ।
ଦରମା କମିବ, PF ବଢିବ;
ନୂଆ ଡ୍ରାଫ୍ଟ ରୁଲ (Draft Rule) ଅନୁସାରେ, ଜଣେ କର୍ମଚାରୀଙ୍କ ମୂଳ ଦରମା, ସମ୍ପୂର୍ଣ୍ଣ ଦରମାର ୫୦ ପ୍ରତିଶତରୁ ଅଧିକ ହେବା ଉଚିତ। ଏପରି ହେଲେ କୋଟି କୋଟି କର୍ମଚାରୀଙ୍କ ଦରମା ସଂରଞ୍ଚନାରେ ପରିବର୍ତ୍ତନା ଆସିବ। ସାଧାରଣରେ ଜଣେ କର୍ମଚାରୀଙ୍କ ମୂଳ ଦରମା, ସମ୍ପୂର୍ଣ୍ଣ ଦରମାର ୫୦ ପ୍ରତିଶତରୁ କମ ହୋଇଥାଏ। ସମ୍ପୂର୍ଣ୍ଣ ଦରମାରେ ଭତ୍ତାର ପରିମାଣ ଅଧିକ ହୋଇଥାଏ। PF ମୂଳ ଦରମା ଅନୁସାରେ ନିର୍ଦ୍ଧାରିତ ହୁଏ। ତେଣୁ ମୂଳ ଦରମା ବୃଦ୍ଧି ପାଇଲେ କର୍ମଚାରୀଙ୍କ PF ବଢିବ। ଫଳରେ କର୍ମଚାରୀ ଯେତିକି ଟଙ୍କା ଘରକୁ ନେଉଥିଲେ ତାହା ହ୍ରାସ ପାଇବ।
ବଢିବ ଅବସରକାଳୀନ ରାଶି;
ଗ୍ରାଚ୍ୟୁଟି ଓ EPFO ରେ ଦରମାର ଅଧିକ ଭାଗ ଜମା ହେଉଥିବାକୁ ଅବସର (retirement) ପରେ ମିଳୁଥିବା ରାଶିରେ ବୃଦ୍ଧି ହେବ। ଫଳରେ ଜଣେ ଅବସର ନେବା ପରେ ଖୁସୀରେ ଜୀବନଯାପନ କରିପାରିବ। ଅଧିକ ଦରମା ପାଉଥିବା କର୍ମଚାରୀଙ୍କ କ୍ଷେତ୍ରରେ ଅଧିକ ପରିବର୍ତ୍ତନ ଆସିବ। ତେଣୁ ଏହି ବର୍ଗର ଲୋକ ସଂଶୋଧିତ ଶ୍ରମ ଆଇନରେ ଅଧିକ ପ୍ରଭାବିତ ହେବେ ବୋଲି ଆଶା କରାଯାଉଛି। ସେପଟେ PF ଓ ଗ୍ରାଚ୍ୟୁଟି ବୃଦ୍ଧି ପାଇବା ଦ୍ୱାରେ କମ୍ପାନୀଙ୍କୁ ଅଧିକ ଟଙ୍କା ବିନିଯୋଗ କରିବାକୁ ପଡିବ। ଫଳରେ ସେମାନଙ୍କ ବାଲାନ୍ସ ସିଟ୍ ପ୍ରଭାବିତ ହେବାର ଆଶଙ୍କା ରହିଛି।
Also Read: ପଶ୍ଚିମବଙ୍ଗ ନିର୍ବାଚନ: ଖେଳ ବିଗାଡ଼ିବେ ସରପଞ୍ଚ !
ଦୈନିକ କାର୍ଯ୍ୟ ନିର୍ଘଣ୍ଟ ୧୨ ଘଣ୍ଚା କରିବାକୁ ପ୍ରସ୍ତା;
ନୂଆ ଡ୍ରାଫ୍ଟ ଆଇନରେ ଦୈନିକ କାର୍ଯ୍ୟ ନିର୍ଘଣ୍ଟରୁ ସର୍ବାଧିକ ୧୨ ଘଣ୍ଚା କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ ଅତିରିକ୍ତ ୧୫ ମିନିଟ୍ କାମ କଲେ ଓଭର ଟାଇମ୍ (Over Time) ମିଳିବ। ସେହିପରି କୌଣସି କର୍ମଚାରୀଙ୍କୁ ଲଗାତାର ୫ ଘଣ୍ଟା କରାଯାଇ ପାରିବ ନାହିଁ। ଆଇନରେ ପ୍ରତି ୫ ଘଣ୍ଟାରେ ୩୦ ମିନିଟ୍ ବ୍ରେକର ବ୍ୟବସ୍ଥା ରହିଛି।