ଭୁଲରେ ବି ବାସି ଖାଦ୍ୟକୁ ଗରମ କରି ଖାଆନ୍ତୁ ନାହିଁ
Advertisement
Article Detail0/zeeodisha/odisha875428

ଭୁଲରେ ବି ବାସି ଖାଦ୍ୟକୁ ଗରମ କରି ଖାଆନ୍ତୁ ନାହିଁ

ଅବଶିଷ୍ଟ ଖାଦ୍ୟକୁ ଗରମ କରି ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । କେବଳ ଏତିକି ନୁହେଁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ । 

ଭୁଲରେ ବି ବାସି ଖାଦ୍ୟକୁ ଗରମ କରି ଖାଆନ୍ତୁ ନାହିଁ

ନୂଆଦିଲ୍ଲୀ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ କମ ରୋଷଇ କରିବାକୁ ପସନ୍ଦ କରୁଛନ୍ତି । ଆଉ ସେହି ରୋଷେଇ ବା ବଳକା ଖାଦ୍ୟକୁ ଗରମ କରିବା ଆଜି ଏକ ସାଧାରଣ ଅଭ୍ୟାସ ବି ପାଲଟିଗଲାଣି । କିନ୍ତୁ ଆପଣ ଜାଣିଛନ୍ତି କି, ଅବଶିଷ୍ଟ ଖାଦ୍ୟକୁ ଗରମ କରି ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । କେବଳ ଏତିକି ନୁହେଁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ । 

ଅଣ୍ଡା ଆମ ଶରୀର ପାଇଁ ଲାଭଦାୟକ ଅଟେ । ଏଥିରେ ପ୍ରୋଟିନ୍ ଅଧିକ ମାତ୍ରାରେ ମିଳିଥାଏ ଏବଂ ଏହାକୁ ସତେଜ ବା ଫ୍ରେସ ଥିବା ସମୟରେ ହିଁ ଖାଇବା ଉଚିତ୍ । ପୁନର୍ବାର ଏହାକୁ ଭାଜିବା ବା ଅଣ୍ଡା ସିଝା (Boiled Egg)  ହେବା ପରେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଆପଣଙ୍କ ପେଟରେ ଯନ୍ତ୍ରଣା ମଧ୍ୟ ହୋଇପାରେ । ଅଣ୍ଡା ପରି ଚିକେନ୍ ମଧ୍ୟ ପ୍ରୋଟିନରେ ଭରପୂର ଅଟେ । ଏବଂ ଗରମ ଚିକେନ୍ (Chicken) ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ଭାବେ କାମ କରିନଥାଏ । ଯଦି ଆପଣ ଏହାକୁ ଫ୍ରିଜରେ ରଖନ୍ତି, ତେବେ ଏହାକୁ ଗରମ କରନ୍ତୁ ନାହିଁ ସେମିତି ହିଁ ଖାଇବାରେ ଲାଭଦାୟକ ଅଟେ ।

Also Read:  ମାଲିକ ମୁଣ୍ଡରୁ କମିଲା ବୋଝ; କୁକୁର ଓ ଘୋଡାଙ୍କୁ ମିଳିବ ପେନସନ୍

ଦୈନନ୍ଦିନର ଜୀବନରେ ଖାଦ୍ୟ ପଦାର୍ଥରେ ବହୁଳ ମାତ୍ରାରେ ବ୍ୟବହାର ହୁଏ ଆଳୁ । ଯେତେବେଳେ ଆଳୁକୁ ଗରମ କରାଯାଏ, ଏଥିରେ ଥିବା ବେଟୁଲିଜିମ୍ ର ଏକ ବିରଳ ଜୀବାଣୁ ବୃଦ୍ଧିରେ ସାହାଯ୍ୟ କରେ । ସେହିପରି ତାଜା ତାଜା ମସରୁମ (Mushroom) ବା ଛତୁ ଖାଇବା ଦରକାର । ମସରୁମରେ ପ୍ରୋଟିନକୁ ଗରମ କରିବା ଆପଣଙ୍କ ହଜମ ପ୍ରକ୍ରିୟାରେ ନକରାତ୍ମକ ପ୍ରଭାବ ପକାଇପାରେ । ତେଣୁ, ଏହାକୁ ଆଉ ଗରମ କରିବା ଉଚିତ୍ ନୁହେଁ । 

Also Read: ସିଗାରେଟ ଟାଣୁଛନ୍ତି କି, ହୋଇଯାଆନ୍ତୁ ସାବଧାନ ! ସରକାର ଆଣୁଛନ୍ତି ନୂଆ ନିୟମ

ଅଧିକାଂଶ ଘରେ ଭାତ ପ୍ରତିଦିନ ତିଆରି କରାଯାଏ ଏବଂ ଦିନର ଭାତ (Rice) କୁ ଗରମ କରି ରାତିରେ ଖାଇବା ମଧ୍ୟ ସାଧାରଣ କଥା । ଖାଦ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଭାତ ରାନ୍ଧିବା ପରେ ଦୁଇ ଘଣ୍ଟା ମଧ୍ୟରେ ଖାଇବା ଉଚିତ୍, ନଚେତ୍ ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଆଇରନ , ନାଇଟ୍ରେଟ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱରେ ଭରପୁର ପାଳଙ୍ଗ (Palang) ଆମ ସ୍ୱାସ୍ଥ୍ୟ ପାଇଁ ଭଲ । ତେଣୁ, ଏହାକୁ ସତେଜ ସତେଜ ଖାଇବା ଉଚିତ୍ । ଗରମ କରି ପାଳଙ୍ଗକୁ ଖାଇବା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ।

;