ସୁମିତ୍ରା ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ସିନେମାଟିରେ ଭୁମିକା ଓ ରାକେଶଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଳିବ। କାହାଣୀ ଦିବ୍ୟସିଂହ ରାୟ ରଚନା କରିଥିବା ବେଳେ ସଂଳାପ ଦାୟିତ୍ୱରେ ମାନସ ପଢିଆରୀ ରହିଛନ୍ତି।
Trending Photos
)
ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ସମୟ ସୁଅରେ ପଡ଼ି ବାଟବଣା ହୋଇଛି ପ୍ରତିପତ୍ତିଶାଳୀ ବ୍ୟକ୍ତିଙ୍କ ଝିଅ ଭୁମିକା। କୁସଙ୍ଗତରେ ପଡ଼ି ନିଶାଗ୍ରସ୍ତ ହୋଇଛି ସେ। ଆଉ ସମୟ ସୁଅରେ ପଡ଼ି ସାକ୍ଷାତ ହୁଏ ଜଣେ ଯୁବ ସୁଲଭ ଯୁବକଙ୍କ ସହିତ। ସବୁ କିଛି ଜାଣିବା ପରେ ଏଭଳି ନର୍କରୁ ଭୁମିକାଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରନ୍ତି ଯୁବକ। ଏଭଳି କିଛି କାହାଣୀ ନେଇ ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ସିନେମା 'ମନ ମୋର କାଗଜ ଗୁଡ଼ି'।
ସମାଜର ବାସ୍ତବ ସ୍ଥିତିକୁ ନେଇ ଏଭଳି ଏକ ସିନେମାର ପରିକଳ୍ପନା କରିଛନ୍ତି ନିର୍ଦ୍ଦେଶକ ଦେବଜ୍ୟୋତି ପାତ୍ର। ସୁମିତ୍ରା ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ରସ୍ତୁତ ସିନେମାଟିରେ ଭୁମିକା ଓ ରାକେଶଙ୍କୁ ପ୍ରଥମଥର ପାଇଁ ଦେଖିବାକୁ ମିଳିବ। କାହାଣୀ ଦିବ୍ୟସିଂହ ରାୟ ରଚନା କରିଥିବା ବେଳେ ସଂଳାପ ଦାୟିତ୍ୱରେ ମାନସ ପଢିଆରୀ ରହିଛନ୍ତି। ଯୁବ ଉଦ୍ୟୋଗି ଶିବିର ପରିଡ଼ା ଓ ଲକ୍ଷ୍ମୀପ୍ରିୟା ପରିଡ଼ା ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି।
ଜାପାନୀ ଭାଇ ସଂଗୀତ ସଂଯୋଜନା କରିଥିବା ବେଳେ ବସନ୍ତରାଜ ସାମଲ ଓ ସୁବ୍ରତ ସ୍ୱାଇଁ ଗୀତ ରଚନା କରିଛନ୍ତି। ଭୁମିକା ଓ ରାକେଶଙ୍କ ବ୍ୟତୀତ ଏହି ସିନେମାରେ ପ୍ରିତୀରାଜ ଶତପଥୀ, ଐଶ୍ୱର୍ଯ୍ୟା ବେହେରା, ମମତା ଦାଶ, ବିରେନ ମିଶ୍ର, ଗୁଡ଼ୁ, ଜ୍ଞାନ ପ୍ରମୁଖ ଅଭିନୟ କରୁଛନ୍ତି। ସେହିପରି ଉଦିତ ନାରାୟଣ, ହ୍ୟୁମାନ ସାଗର, ଲୋପାମୁଦ୍ରାଙ୍କ ଭଳି ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଗୀତ ଗାଇଛନ୍ତି।
ନିର୍ଦ୍ଦେଶକ ଲଦାଖ, ମନାଲି ଭଳି ସ୍ଥାନରେ ଗୀତ ଗୁଡ଼ିକର ସୁଟିଂ କରାଯିବ ବୋଲି ସୂଚନା ଦେଇଛନ୍ତି। ସିନେମାଟିକୁ ନେଇ ଅଭିନେତ୍ରୀ ଭୁମିକା ବେଶ ଉତ୍ସାହିତ ରହିଛନ୍ତି। ସେ କହିଛନ୍ତି ଓଡ଼ିଆ ସିନେପ୍ରେମୀ ଏକ ମୌଳିକ, ବାସ୍ତବ ତଥା ନିଚ୍ଛକ କାହାଣୀ ଆଧାରିକ ଏକ ସିନେମା ଦେଖିବାକୁ ପାଇବେ। ସିନେମାଟିର ସୁଟିଂ ଆସନ୍ତା ନଭେମ୍ବର ମାସରୁ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି ।
ମଙ୍ଗଳବାର ନିକୋପାର୍କ ନିକଟର ସୁନାଦେଇ ମନ୍ଦିରରେ ସିନେମାଟିର ଶୁଭ ମହୁରତ ହୋଇଯାଇଛି। ଏହି ଶୁଭ ମହୁରତ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହିତ ସିନେ ଜଗତର ଜଣାଶୁଣା କଳାକାରମାନେ ମଧ୍ୟ ଉପସ୍ଥିତ ଥିଲେ ।