• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha LifeStyle and Others
  • /ଫେସବୁକରେ ଚାଟ କରି ଟେନସନରେ ହର୍ଟଗାର୍ଲ ସୋନମ୍

ଫେସବୁକରେ ଚାଟ କରି ଟେନସନରେ ହର୍ଟଗାର୍ଲ ସୋନମ୍

ସୋନମ୍ ରାଗିଲେ ଅନ୍ୟମାନଙ୍କୁ କେମିତି ବ୍ୟବହାର କରନ୍ତି...

Edited ByZee Odisha Desk
Published: Sep 22, 2020, 05:16 PM IST|Updated: Sep 22, 2020, 05:20 PM IST
joinshare
ଫେସବୁକରେ ଚାଟ କରି ଟେନସନରେ ହର୍ଟଗାର୍ଲ ସୋନମ୍

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Student Election: ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା, BCJD ସଭାନେତ୍ରୀ କହିଲେ...

    Student Election: ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା, BCJD ସଭାନେତ୍ରୀ କହିଲେ...

    2

    Boudh News: ମହାନଦୀରେ ମଣିଷ-କୁମ୍ଭୀର ଲଢ଼େଇ,ଦେଢ଼ ଘଣ୍ଟାର ସଂଘର୍ଷ ପରେ ମରଣ ମୁହଁରୁ ଯୁବକଙ୍କୁ ବ

    3

    Top 10 News Today:ଆଜି CEC ଜ୍ଞାନେଶ କୁମାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଶୁଣାଣି, ଆଫଗାନିସ୍ତା

    4

    Top 10 News: ପୁଣି ଅଶାନ୍ତ ଯାଜପୁର ଧର୍ମଶାଳା, ଓଡ଼ିଶା ପୋଲିସକୁ ବଡ ସଫଳତା ଓ ଅନ୍ୟ ଖବର

    5

    ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

    ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ବ୍ରହ୍ମପୁରରୁ ଦିଲ୍ଲୀ ଏବଂ ପରେ ମିସ୍ ଇଣ୍ଟରନ୍ୟାସନାଲ୍ କୁଇନ୍ ଇଣ୍ଡିଆର ଫାଇନାଲିଷ୍ଟ୍ (Miss International Queen Finalist) , କେବଳ ସେତିକି ନୂହେଁ ମିସ୍ ଓଡ଼ିଶା ଇଣ୍ଟରନ୍ୟାସନାଲ୍  କୁଇନ୍ ୨୦୨୦ର ବିଜେତା ସୋନମ୍ ଦାଶ(Sonam Dash) , ସେ ନିଜର ବୋଲ୍ଡ ଅନ୍ଦାଜ୍ ପାଇଁ ଏବେ ସବୁଠି ଚର୍ଚ୍ଚିତ ଏବଂ ଏହି ସଫଳତା ପରେ ସୋନମଙ୍କ ପାଖକୁ ଲଗାତାର ଭାବେ ଆସିବାରେ ଲାଗିଛି ଅନେକ ଗୁଡିଏ ଅଫର୍ ।

    ସୋସିଆଲ୍ ମିଡିଆରେ ଖୁବ୍ ସକ୍ରିୟ ସୋନମ୍ , ସଫଳତାର ପାହାଚ ଚଢିବାପରେ ସୋନମ (Sonam Dash) ଙ୍କ ଫେସବୁକ୍ (Facebook) ଆକାଉଣ୍ଟକୁ ଆସୁଛି ଅନେକ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ୍ କିନ୍ତୁ ସୋନମ୍ କାହାକୁ ଫ୍ରେଣ୍ଡ୍ ଆଡ୍ କରିବା ପୂର୍ବରୁ ବ୍ୟକ୍ତି ଜଣଙ୍କ ପ୍ରୋଫାଇଲ୍ ଚେକ୍ କରନ୍ତି । କିନ୍ତୁ କିଛି ମାସ ତଳେ ସୋନମ୍ (Sonam)ଙ୍କ ସହ ଘଟିଥିଲା ଏପରି କିଛି ଯାହାକୁ ସେ ଆଦୌ ଭୁଲି ପାରିବେନି ବୋଲି ସୂଚନା ଦେଇଛନ୍ତି।

    ଘଟଣାଟି ଏମିତି,  ଜଣେ ଯୁବକଙ୍କ ପ୍ରୋଫାଇଲ୍ ଦେଖି ସୋନମ୍ ନିଜ ଆଡୁ ପ୍ରଥମେ ଫ୍ରେଣ୍ଡ୍ ରିୟୁଏଷ୍ଟ୍ ପଠାଇଥିଲେ ଯାହା ତାଙ୍କୁ ଖୁବ୍ ମହଙ୍ଗା ପଡ଼ିଥିଲା, ଯୁବକ ଜଣକ ତାଙ୍କୁ ଫ୍ରେଣ୍ଡ୍ ଆଡ୍ କରିବା ପୂର୍ବରୁ ମେସେଞ୍ଜରରେ ପଚାରିଲେ ତମେ ମତେ ଜାଣିଛ? ସୋନମ୍ କହିଲେ ନା ଜାଣିନି କିନ୍ତୁ ମ୍ୟୁଚୁଆଲ୍ ଫ୍ରେଣ୍ଡ୍ ଅଧିକ ଥିବାରୁ ରିୟୁଏଷ୍ଟ୍ ପଠାଇଦେଲି , ଯୁବକ ଜଣଙ୍କ ଏହାର ଉତ୍ତରରେ କହିଲେ ଏହା କଣ ଫ୍ରେଣ୍ଡ୍ ରିୟୁଏଷ୍ଟ୍ ପଠାଇବାର କାରଣ ହୋଇପାରେ, ମୁଁ ତମକୁ ଜାଣିନାହିଁ ତେଣୁ ତମକୁ ଫ୍ରେଣ୍ଡ୍ ଲିଷ୍ଟ୍ ରେ ସାମିଲ୍ କରିପାରିବିନି , ସୋନମ୍ ଏକଥା ଶୁଣି ଟିକେ ରାଗିଗଲେ ଏବଂ କହିଲେ ଆପଣ ମୋ ବିଷୟରେ ଜାଣନ୍ତି ? 

    ଯୁବକ ଜଣକ ଉତ୍ତର ଦେଲେ ଆପଣଙ୍କ ବିଷୟରେ ଜାଣିବାକୁ ମୋର ଇଛା ନାହିଁ, କାରଣ ଆପଣ ପ୍ରଧାନମନ୍ତ୍ରୀ କିମ୍ୱା ରାଷ୍ଟ୍ରପତି ନୂହଁନ୍ତି, ତେଣୁ ଚାଟ୍ କରିବା ବନ୍ଦ କରନ୍ତୁ । ସୋନମ୍ ଏହାର ଉତ୍ତରରେ କହିଲେ ଆପଣ କଣ ପାଗଳ ? ଏହାର ପ୍ରଶ୍ନରେ ଯୁବକ ଜଣକ ଉତ୍ତର ଦେଲେ ଆପଣ କଣ ସୋସିଆଲ୍ ମିଡିଆରେ ପାଗଳମାନଙ୍କୁ ଖୋଜି ଖୋଜି ଫ୍ରେଣ୍ଡ୍ ରିୟୁଏଷ୍ଟ୍ ପଠାନ୍ତି ? ସୋନମ୍ କହିଲେ ଆପଣ ଥରେ ମୋ ପ୍ରୋଫାଇଲ୍ ଚେକ୍ କରନ୍ତୁ ମୁଁ ଫେକ୍ ନୂହେଁ - ଯୁବକ ଜଣକ କହିଲେ ତମ ପ୍ରୋଫାଇଲ୍ ଚେକ୍ କରି ମୁଁ ମୋ ମୂଲ୍ୟବାନ୍ ସମୟ ନଷ୍ଟ କରିବାକୁ ଚାହୁଁନି...

    ଏମିତି କିଛି କଥା ଶୁଣି ଖୁବ୍ ଚିନ୍ତିତ ଥିଲେ ଓଡ଼ିଶାର ହଟ୍ ମଡେଲ୍ ସୋନମ୍ , ଭାବୁଥିଲେ ମୁଁ ମିସ୍ ଓଡ଼ିଶା ଇଣ୍ଟରନ୍ୟାସନାଲ୍ , ମୋ ପ୍ରୋଫାଇଲରେ ମୋର ସବୁକିଛି ତଥ୍ୟ ଅଛି ତଥାପି ଏମିତି ବି ଲୋକ ଅଛନ୍ତି ଯିଏ ମତେ ଜାଣିନାହାନ୍ତି ଏବଂ ଏପରି ବ୍ୟବହାର କରୁଛନ୍ତି , ଏମିତି ଭାବନାରେ ସୋନମ୍ ଥିବାବେଳେ ଆଉଏକ ମେସେଜ୍ ପହଞ୍ଚିଲା ମେସେଜ୍ ରେ ଲେଖାଥିଲା... ମୁଁ ଆପଣଙ୍କ ବିଷୟରେ ସବୁକିଛି ଜାଣେ, ପ୍ରକୃତରେ ମୁଁ ଆପଣଙ୍କ ସହ ଯାହା କଥା ହେଲି ତାହା ମଜାକ୍ ଥିଲା । ମୁଁ ଜାଣିବାକୁ ଚାହୁଁଥିଲି ସୋନମ୍ ରାଗିଲେ କେମିତି ବ୍ୟବହାର କରନ୍ତି ଅନ୍ୟମାନଙ୍କୁ , ଏହା ଶୁଣି ସୋନମ୍ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିନ୍ତୁ ଏବେ ଚାଟ୍ କରିଥିବା ସେ ଯୁବକଙ୍କ ସହ ସୋନମଙ୍କ ସମ୍ପର୍କ ଖୁବ୍ ଭଲ ।

    Add Zee News as a Preferred Source
    TAGS:
    Sonam Dash
    Odia Model
    Entertainment News
    Odisha news
    bhubaneswar news