Ola Electric Scooter: ଫୁଲ ବ୍ୟାଟେରୀ ଚାର୍ଜରେ ଗଡ଼ିବ ୧୫୦ କିଲୋମିଟର
Advertisement

Ola Electric Scooter: ଫୁଲ ବ୍ୟାଟେରୀ ଚାର୍ଜରେ ଗଡ଼ିବ ୧୫୦ କିଲୋମିଟର

Ola Electric ସ୍କୁଟର ଆଗାମୀ କିଛି ସପ୍ତାହ ମଧ୍ୟରେ ଅର୍ଥାତ ଚଳିତ ମାସରେ ହିଁ ଲଞ୍ଚ କରାଯାଇପାରେ । ହେଲେ ଭିଡିଓ ପରେ କମ୍ପାନୀ ପକ୍ଷରୁ ସେମିତି କିଛି ଅଧିକାରୀକ ଭାବେ ସୂଚନା ଦିଆଯାଇନାହିଁ। 

Ola Electric Scooter: ଫୁଲ ବ୍ୟାଟେରୀ ଚାର୍ଜରେ ଗଡ଼ିବ ୧୫୦ କିଲୋମିଟର

ନୂଆଦିଲ୍ଲୀ: Ola Electric Scooter ର ବଜାର ପ୍ରବେଶକୁ ଆଉ କିଛି ଦିନର ଅପେକ୍ଷା । ଏହି ସ୍କୁଟର କୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥିଲା । ଏହି ଷ୍ଟାଇଲିସ୍ ସ୍କୁଟରର ଲୁକ୍ସ ଓ ଫିଚର୍ସକୁ ନେଇ ମାର୍କେଟରେ ପ୍ରଥମରୁ ହିଁ ବହୁତ ଚର୍ଚ୍ଚା ହୋଇଆସୁଛି । ଓଲା ଗ୍ରୁପର ସିଇଓ ଯେବେ ଟ୍ୱିଟରରେ ଏହି ସ୍କୁଟରର ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଛନ୍ତି ତେବେ ଏହାପର ଠାରୁ ଲାଗୁଛି କି ଏହି Ola Electric Scooter ଖୁବ ଜଲଦି ମାର୍କେଟକୁ ଆସିବାକୁ ଯାଉଛି ।

ଖବର ମୁତାବକ, ଏହି ସ୍କୁଟର ଆଗାମୀ କିଛି ସପ୍ତାହ ମଧ୍ୟରେ ଲଞ୍ଚ ହୋଇପାରେ। କିଛି ମିଡିଆ ରିପୋର୍ଟ ଅନୁସାରେ, କୁହାଯାଉଛି ଯେ, Ola Electric ସ୍କୁଟର ଆଗାମୀ କିଛି ସପ୍ତାହ ମଧ୍ୟରେ ଅର୍ଥାତ ଚଳିତ ମାସରେ ହିଁ ଲଞ୍ଚ କରାଯାଇପାରେ । ହେଲେ ଭିଡିଓ ପରେ କମ୍ପାନୀ ପକ୍ଷରୁ ସେମିତି କିଛି ଅଧିକାରୀକ ଭାବେ ସୂଚନା ଦିଆଯାଇନାହିଁ। 

Also Read: ଏହି ରାଜ୍ୟର ୭ଟି ଜିଲ୍ଲାରେ କାଲିଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ସମ୍ପୂର୍ଣ୍ଣ Lockdown

ଭବିଷ ଅଗ୍ରୱାଲ (Bhavish Aggarwal)ନିଜେ ଏହି Electric ସ୍କୁଟର ଚଳାଇ ଏକ ଭିଡିଓ ପୋଷ୍ଟ କରିଛନ୍ତି । ୫୬ ସେକେଣ୍ଡର ଏହି ଭିଡିଓରେ ଓଲାର  (Ola Video) ସିଇଏ ଭବିଷ ଅଗ୍ରୱାଲ ନିଜେ ହିଁ Ola ବ୍ରାଣ୍ଡର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର ଉପରୁ ପରଦା ହଟାଇଛନ୍ତି । ପୂର୍ବରୁ ଅନେକ ଥର ଏହା ସହ ଜଡ଼ିତ ବିଭିନ୍ନ ପ୍ରକାରର ସୂଚନା ସାମ୍ନାକୁ ଆସିଛି । ଅଗ୍ରୱାଲ ନିଜେ ଏହି ଗାଡିର ଟେଷ୍ଟ ଡ୍ରାଇଭ୍ ନେବା ସହ ଏହି ଭିଡିଓ ରେ Ola ସ୍କୁଟରର ସମସ୍ତ ବୈଶିଷ୍ଟ ବା ଫିଚର୍ସ ବିଷୟରେ  କୁହାଯାଇଛି। 

Also Read: ଇଂଲଣ୍ଡ ଦଳର ୩ ଖେଳାଳି ଓ ୪ ସପୋର୍ଟ ଷ୍ଟାଫ୍ କରୋନା ପଜିଟିଭ୍, ଷ୍ଟୋକ୍ସଙ୍କୁ ମିଳିଲା ନୂଆ ଦାୟିତ୍ୱ

Ola ଇଲେକ୍ଟ୍ରିକ୍ ସ୍କୁଟର Etergo Appscooter ଉପରେ ଆଧାରିତ । ଆଉ ଏହାର ଡିଜାଇନ ମଧ୍ୟ ଏହା ଉପରେ ଆଧାରିତ ରହିବ ।  Ola ପୂର୍ବ ବର୍ଷ ମେ ରେ ନେଦରଲ୍ୟାଣ୍ଡର   Etergo BV ର ଅଧିଗ୍ରହଣ କରିଥିଲେ ଓ Ola Electric ନାମରେ ନିଜର ଇଲେକ୍ଟ୍ରିକ୍ ସ୍କୁଟର ନିର୍ମାଣ କରିଥିଲା । ହେଲେ Ola ପକ୍ଷରୁ ଏବେ ଯାଏଁ ଇଲେକ୍ଟ୍ରିକ୍ ସ୍କୁଟରକୁ ନେଇ କୌଣସି ଟେକ୍ନିକାଲ ଫିଚର୍ସ (Technical Features) ର ସୂଚନା ଦିଆଯାଇନାହିଁ । ହେଲେ ଏହାର ସ୍ପିଡ୍, ଫରଫର୍ମାନ୍ସ ଓ ରେଞ୍ଜ କୁ ନେଇ ଅନେକ ଦାବି କରାଯାଇଛି । ତେବେ ଏଥିରେ ଆଲୋଏ ହ୍ୱିଲ୍ସ, ବିଗର୍ ଷ୍ଟୋରେଜେ, ରିମୁଭେଏବୁଲ ଲିଥିୟମ ଆୟନ ବ୍ୟାଟେରୀ, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କନସୋଲ ଓ କ୍ଲାଉଡ କନେକ୍ଟିଭିଟି ରହିଛି ।

Also Read:  କୋରୋନା ସାଜିଲା ବରଦାନ! ଦେହ ବ୍ୟବସାୟୀ ଆରମ୍ଭ କଲେ ନୂଆ ଜୀବନ

CEO ଅଗ୍ରୱାଲ ନିଜ ଟ୍ୱିଟରେ ଲେଖିଛନ୍ତି ଯେ,  Ola Electric scooter ଏକ ସ୍ପିଡ୍ ସ୍କୁଟର ହେବ । ଏହାର ଟପ୍ ସ୍ପିଡ୍ ୯୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ଏହାସହ ସ୍କୁଟରରେ ଏକ ବଡ଼ ଫୁଟ୍ ସ୍ପେସ୍ ଦେଖିବାକୁ ମିଳିବ । ଏହାସହ ଡିଗିରେ ଦୁଇଟି ହେଲମେଟ ରଖିବାକୁ ମଧ୍ୟ ସ୍ଥାନ ମିଳିପାରିବ। ରିପୋର୍ଟସ ଅନୁଯାୟୀ, ସିଙ୍ଗଲ ଚାର୍ଜରେ ୧୫୦ କିଲୋମିଟର ପର୍ଯ୍ୟନ୍ତ ଗଡ଼ିପାରିବ । ଖାସ୍ କଥା ହେଉଛି ସ୍କୁଟର ସହିତ ଏକ ହୋମ ଚାର୍ଜର ମଧ୍ୟ ଦିଆଯିବ । ଏହାସହ ଓଲାର ଏହି ଦାବି ଯେ, Electric scooter କେବଳ ୧୮ ମିନିଟରେ ୫୦ ପ୍ରତିଶତ ଯାଏଁ ଚାର୍ଜ କରିପାରିବ, ଯାହା ୭୫ କିଲୋମିଟର ପର୍ଯ୍ୟନ୍ତ ସ୍କୁଟର ଗଡ଼ିପାରିବ ।