ଆପଣଙ୍କୁ ଲକ୍ଷପତି କରିପାରେ ଏହି ୨ ଟଙ୍କିଆ କୋଏନ୍
X

ଆପଣଙ୍କୁ ଲକ୍ଷପତି କରିପାରେ ଏହି ୨ ଟଙ୍କିଆ କୋଏନ୍

ଆମେ ଆପଣଙ୍କୁ ଏପରି ଏକ ମୁଦ୍ରା ବିଷୟରେ କହୁଛୁ ଯାହା ଆପଣଙ୍କୁ ଲାଭ ଦେଇପାରେ। ଯଦି ଆପଣଙ୍କ ପାଖରେ ୨ ଟଙ୍କିଆ ଏହି ବିଶେଷ ମୁଦ୍ରା ଅଛି, ତେବେ ଆପଣଙ୍କୁ କୋଟିପତି ହେବାକୁ ଅଧିକ ସମୟ ଲାଗିବ ନାହିଁ।

ଆପଣଙ୍କୁ ଲକ୍ଷପତି କରିପାରେ ଏହି ୨ ଟଙ୍କିଆ କୋଏନ୍

ନୂଆଦିଲ୍ଲୀ: ମହାମାରୀ କୋରୋନା ପରେ ଲୋକମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ଅଧିକାଂଶ ଲୋକ ଘରୁ ରୋଜଗାର କରିବାକୁ ଚାହାଁନ୍ତି। ଏଭଳି ପରିସ୍ଥିତିରେ, ଆମେ ଆପଣଙ୍କୁ ଏକ ଭଲ ଉପାୟ କହୁଛୁ, ଯାହା ଦ୍ୱାରା ଆପଣ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ଯଦି ଆପଣଙ୍କ ପାଖରେ ପୁରୁଣା ମୁଦ୍ରା ଅଛି, ତେବେ ତାହା ମଧ୍ୟ ରୋଜଗାରର ମାଧ୍ୟମ ହୋଇପାରେ।

ଯଦି ଆପଣ ପୁରୁଣା ମୁଦ୍ରା କିମ୍ବା ନୋଟ୍ ସଂଗ୍ରହ କରିବାରେ ସଉକ ରଖନ୍ତି, ତେବେ ଆପଣ କୋଟିପତି ହୋଇପାରିବେ। ଅନେକ ଥର ଲୋକମାନେ ପୁରୁଣା ମୁଦ୍ରାକୁ ବହୁତ ଯତ୍ନରେ ରଖନ୍ତି। ଏହି ମୁଦ୍ରାଗୁଡ଼ିକର ମୂଲ୍ୟ ବର୍ତ୍ତମାନ ବହୁତ ବୃଦ୍ଧି ପାଇଛି। ଏଥିପାଇଁ ଆପଣ ଲକ୍ଷ ଲକ୍ଷ ଟଙ୍କା ପାଇପାରିବେ। ଆଜି ଆମେ ଆପଣଙ୍କୁ ୨ ଟଙ୍କିଆ ମୁଦ୍ରା ବିଷୟରେ କହୁଛୁ। ଏହି ମୁଦ୍ରାକୁ ବିକ୍ରୟ କରି ଆପଣ କୋଟିପତି ହୋଇପାରିବେ।

Also Read: ଯଦି ଆପଣଙ୍କ ପାଖେ ଅଛି ଏହି ପୁରୁଣା ୧ ଟଙ୍କିଆ ନୋଟ୍, ତେବେ ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା  

ଗୋଟିଏ ମୁଦ୍ରା ଆପଣଙ୍କୁ କୋଟିପତି କରିବ! 

ଏଠାରେ ଆମେ ଆପଣଙ୍କୁ ଏପରି ଏକ ମୁଦ୍ରା ବିଷୟରେ କହୁଛୁ ଯାହା ଆପଣଙ୍କୁ ଲାଭ ଦେଇପାରେ। ଯଦି ଆପଣଙ୍କ ପାଖରେ ୨ ଟଙ୍କିଆ ଏହି ବିଶେଷ ମୁଦ୍ରା ଅଛି, ତେବେ ଆପଣଙ୍କୁ କୋଟିପତି ହେବାକୁ ଅଧିକ ସମୟ ଲାଗିବ ନାହିଁ। ବାସ୍ତବରେ, ଏହି ୨ ଟଙ୍କିଆ ମୁଦ୍ରା ୧୯୯୪ ମସିହାରେ ନିର୍ମିତ ହୋଇଥିଲା। ଏହି ମୁଦ୍ରାର ପଛ ଭାଗରେ ଭାରତର ଜାତୀୟ ପତାକା ରହିଛି। Quickrର ୱେବସାଇଟରେ ଏହି ବିରଳ ମୁଦ୍ରାର ମୂଲ୍ୟ ୫ ଲକ୍ଷ ଟଙ୍କା ସ୍ଥିର କରାଯାଇଛି।

ଗୋଟିଏ ମୁଦ୍ରାର ମୂଲ୍ୟ ୨ ଲକ୍ଷ ଟଙ୍କା!

ସ୍ୱାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆଙ୍କ ଗୋଟିଏ ଟଙ୍କା ରୂପା ମୁଦ୍ରାର ମୂଲ୍ୟ ୨ ଲକ୍ଷ ଟଙ୍କା ଥିଲା। ସେହିଭଳି ଜର୍ଜ ଭି କିଙ୍ଗ ସମ୍ରାଟ ୧୯୧୮ର ଗୋଟିଏ ଟଙ୍କା ବ୍ରିଟିଶ ମୁଦ୍ରାର ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି। ତେବେ ଉଭୟ ବିକ୍ରେତା ଏବଂ କ୍ରେତା ମଧ୍ୟରେ ଏହା ଏକ ଚୁକ୍ତି ହୋଇଥାଏ ଯେ, କେଉଁ ମୂଲ୍ୟରେ ସେମାନେ ଏହାକୁ ବିକ୍ରୟ କରିବାକୁ ଚାହୁଁଛନ୍ତି। ଏହି ପୁରୁାଣା ମୁଦ୍ରାଗୁଡ଼ିକର ବହୁତ ଚାହିଦା ଅଛି, ଯେଉଁଥି ପାଇଁ ଲକେ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଯାଆନ୍ତି।

Also Read: ଶରୀରରେ ରକ୍ତ ଅଭାବକୁ ଦୂର କରିଥାଏ ଖଜୁରୀ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାର

ଆପଣ କେଉଁଠାରେ ମୁଦ୍ରା ବିକ୍ରି କରିପାରିବେ ଜାଣିଛନ୍ତି?

ଯଦି ଆପଣଙ୍କର ଏପରି ପୁରୁଣା ମୁଦ୍ରା ଅଛି ଏବଂ ଆପଣ ସେଗୁଡିକୁ ବିକ୍ରୟ କରିବାକୁ ଚାହାଁନ୍ତି, ତେବେ ସର୍ବପ୍ରଥମେ ଆପଣଙ୍କୁ Quickr ସାଇଟକୁ ଯାଇ ପଞ୍ଜିକରଣ କରିବାକୁ ପଡିବ। ତାପରେ ଆପଣ ଏହି ମୁଦ୍ରାର ଫଟୋ କ୍ଲିକ୍ କରି ସାଇଟରେ ଅପଲୋଡ୍ କରିବା ପରେ କ୍ରେତାମାନେ ଆପଣଙ୍କୁ ସିଧାସଳଖ ଯୋଗାଯୋଗ କରିବେ। ସେଠାରୁ ଆପଣ ଆପଣଙ୍କ ମୁଦ୍ରା ଦେୟ ଏବଂ ବିତରଣ ସର୍ତ୍ତାବଳୀ ଅନୁଯାୟୀ ବିକ୍ରି କରିପାରିବେ।

Trending news