• ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା
  • ଯାଜପୁର: ଅଷ୍ଟପ୍ରହରୀ ପିଣ୍ଡିକୁ ନେଇ ପଣସୁଧା ଗାଁରେ ଗୋଷ୍ଠୀ ସଂଘର୍ଷ
  • ପୋଲିସ୍ ଗାଡ଼ିକୁ ପୋଡ଼ି ଦେଲେ ଲୋକେ, ଏକ ପ୍ଲାଟୁନ୍ ଫୋର୍ସ ମୁତୟନ
  • ସିବିଏସ୍ଇ ପରୀକ୍ଷା ୨୦୨୧: ପ୍ରାକ୍ଟିକାଲ୍ ପାଇଁ ନୂତନ ଉତ୍ତର ବହି ପ୍ରକାଶିତ
  • ଓଡ଼ିଶାର ସବୁ ଯୋଗ୍ୟ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଯୋଜନାର ଲାଭ
  • ଅହମ୍ମଦାବାଦ ଟେଷ୍ଟରେ ଭାରତର ଇନିଂସ ବିଜୟ
  • ଇଂଲଣ୍ଡକୁ ଏକ ଇନିଂସ ୨୫ ରନରେ ହରାଇଲା ଟିମ୍ ଇଣ୍ଡିଆ
  • ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟ ଗଲେ ପରିବାର
  • କୋଭିଡ୍ କଟକଣାରେ ପାଳନ ହେବ ଲିଙ୍ଗରାଜଙ୍କ ଜାଗର ଯାତ୍ର।

ବର୍ଷାଙ୍କ 'ସିଗନାଲ୍'

ପାରିବାରିକ କଳହ, ବିବାଦୀୟ ବୟାନ ହେଉ ଅବା ସମାଜସେବାକୁ ନେଇ ଉଭୟେ ଏବେ ଗଣମାଧ୍ୟର ଶୀରୋନାମା ପାଲଟିଛନ୍ତି। ଏହି ସମୟରେ ବର୍ଷା ପ୍ରିୟଦର୍ଶିନୀ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି।

ବର୍ଷାଙ୍କ 'ସିଗନାଲ୍'
ବର୍ଷାଙ୍କ 'ସିଗନାଲ'

ନୂଆଦିଲ୍ଲୀ: ଏବେ ଚର୍ଚ୍ଚାରେ ଅଛନ୍ତି ସେଲିବ୍ରିଟି ଯୋଡ଼ି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ। ପାରିବାରିକ କଳହ, ବିବାଦୀୟ ବୟାନ ହେଉ ଅବା ସମାଜସେବାକୁ ନେଇ ଉଭୟେ ଏବେ ଗଣମାଧ୍ୟର ଶୀରୋନାମା ପାଲଟିଛନ୍ତି। ଏହି ସମୟରେ ବର୍ଷା ପ୍ରିୟଦର୍ଶିନୀ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଛନ୍ତି। ତେବେ ଶୀର୍ଷକକୁ ନେଇ ଯେ କେହିବି ଚକିତ ହେବା ସ୍ୱଭାବିକ। କିନ୍ତୁ ଆପଣ ଯାହା ଭାବୁଛନ୍ତି, ସେଭଳି କିଛି ନୁହେଁ। 

ବର୍ତ୍ତମାନ ଯୁଗର ଆଧୁନିକ ମଣିଷ ନିଜ ସାମାଜ ଅପେକ୍ଷା ସାମାଜିକ ଗଣମାଧ୍ୟମ (Social Media) କୁ ଅଧିକ ଗୁରୁତ୍ୱ ଦେଉଛି। ଭାବବ୍ୟକ୍ତ କରିବାଠୁ ଆରମ୍ଭ କରି ମେସେଜିଂ, ବ୍ୟବସାୟ ସବୁଥିପାଇଁ ସେ ସୋସିଆଲ ମିଡିଆ ଉପରେ ନିର୍ଭରଶୀଳ। କିନ୍ତୁ ବର୍ତ୍ତମାନ ସମୟରେ ମେସେଜିଂ ଆପ୍ ଗୁଡିକ ଯେଭଳି ଭାବରେ ଲୋକଙ୍କୁ ନିଜର ବ୍ୟକ୍ତିଗତ ତଥ୍ୟ ମାଗୁଛନ୍ତି ବା (Privacy Policy) ଆଣୁଛନ୍ତି, ତାହା ୟୁଜର୍ସଙ୍କୁ ଆତଙ୍କୀତ କରୁଛି।

Also Read: ଦିବ୍ୟାଙ୍ଗ ପିଲାଙ୍କ ଜୀବନରେ ରଙ୍ଗ ଭରିଦେଲେ ବର୍ଷା

ଏଇ ନିକଟରେ ଲୋକପ୍ରିୟ ମୋସେଜିଂ ଆପ୍ WhatsApp ତାର ପ୍ରାଇଭେସି ପଲିସିରେ ପରିବର୍ତ୍ତନ ଆଣିଛି। ଯାହାକୁ ନେଇ ବିବାଦ ଉପୁଜିବା ସହ ଲୋକେ WhatsApp ଛାଡି ଅନ୍ୟ Messaging app ବ୍ୟବହାର କରିବାକୁ ଆରମ୍ଭ କଲେଣି। ନିଜ ବ୍ୟକ୍ତିଗତ ତଥ୍ୟକୁ ଗୋପନ ଆଶ୍ୱସ୍ତିନେଇ ସେଲିବ୍ରିଟି ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଅନୁରୂପ ପନ୍ଥା ଭାବେ Telegram ଓ Signal ଆପ୍ ଆପଣାଇଛନ୍ତି। ଆଉ ଏବେ ଏହି ତାଲିକାରେ ଯୋଡି ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

ବର୍ଷା (Varsha Priyadarshini) ମଧ୍ୟ ନିକଟରେ ନିଜ ମୋବାଇଲ ନମ୍ବରକୁ Signalରେ ରେଜିଷ୍ଟ୍ରେସନ କରିଛନ୍ତି। ଏନେଇ ବର୍ଷା କୌଣସି ସୂଚନା ପ୍ରଦାନ କରିନାହାନ୍ତି। କିନ୍ତୁ ତାଙ୍କର କିଛି ନିକଟତମ ବନ୍ଧୁ ଓ ସମ୍ପର୍କୀୟ ଏ ସମ୍ପର୍କରେ ନୋଟିଫିକେସନ୍ ପାଇଛନ୍ତି। ସେପଟେ କିନ୍ତୁ ଅଭିନେତ୍ରୀ WhatsAppରୁ ବିଦାୟ ନେଇ ନାହାନ୍ତି।

Also Read: Anubhav-Varsha case: କେନ୍ଦ୍ରାପଡା ସାଂସଦଙ୍କ ନାଁରେ ମାମଲା ରୁଜୁ, ଜାଣନ୍ତୁ ଲାଗିଛି କେଉଁ କେଉଁ ଦଫା

ସୂଚନାଯୋଗ୍ୟ. ବିଭିନ୍ନ ବିବାଦୀୟ ନୀତିନିୟମ ପାଇଁ WhatsAppକୁ ଘୋର ବିରୋଧ କରାଯାଉଛି। ଏବେ Telegram ଓ Signal ଭଳି ମେସେଜିଂ ଆପ୍ ଲୋକପ୍ରିୟତା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସେଲିବ୍ରିଟିମାନେ ମଧ୍ୟ ଏହି ହ୍ୱାଟସଆପରୁ ମଧ୍ୟ ନିଜକୁ ଦୁରେଇବାକୁ ପ୍ରୟାସ କରୁଛନ୍ତି। ସେପଟେ WhatsApp ନିଜ ଭୁଲ ସୁଧାରିବାକୁ ପ୍ରୟାସ ଜାରି ରଖିଛି।