• ଭୁବନେଶ୍ୱର ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲା
  • ୪ ଦିନିଆ ରିମାଣ୍ଡରେ ଯିବେ ଗିରଫ ୩ ଅଭିଯୁକ୍ତ
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ
  • ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କ ଭିଜିଲାନ୍ସ
  • ଆଜି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୩୫ ପଇସା ବୃଦ୍ଧି
  • ରାଜ୍ୟରେ ଦିନକରେ ଆଉ ୪୪୩ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କିଲର ଭାଇରସ
  • ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୧୪୬ ଆକ୍ରାନ୍ତ ଚିହ୍ନଟ, ୧୪୪ ମୃତ
  • କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ସ୍କିନ୍ ସମସ୍ୟାକୁ ଚୁଟକିରେ ଦୂର କରିଥାଏ ପିଆଜ ରସ, ଜାଣନ୍ତୁ କିପରି

Benefits of Onion Juice: ପିଆଜ ରସରେ ମଧ୍ୟ ଏକ ନେଚୁରାଲ କ୍ଲିନର୍ ରହିଛି । ଯାହା ସ୍କିନର ମଇଳା ସଫା କରିବାରେ ସହାୟକ ହୋଇଥାଏ । ଏହାକୁ ଏକ ଟୋନର କିମ୍ବା ମାସ୍କ ଭାବରେ ମଧ୍ୟ ବ୍ୟବହାର କରାଯାଇପାରେ ।

ସ୍କିନ୍ ସମସ୍ୟାକୁ ଚୁଟକିରେ ଦୂର କରିଥାଏ ପିଆଜ ରସ, ଜାଣନ୍ତୁ କିପରି
ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: ପିଆଜ ରସ (Onion Juice) ଆପଣଙ୍କ ସ୍କିନର ଅନେକ ସମସ୍ୟା ଦୂର କରିପାରିବ । ଏହା ଆପଣଙ୍କ ତ୍ୱଚାକୁ କ୍ଷତିକାରକ ଅଲ୍ଟ୍ରା-ଭାଏଲେଟ ରଶ୍ମିରୁ ରକ୍ଷା କରିଥାଏ । ଆହୁରି ମଧ୍ୟ ଏହାର ଆଣ୍ଟି-ଏଜିଂ (Anti ageing property) ଗୁଣ ଅଛି । ଯେଉଁ କାରଣରୁ ଏହାର ବ୍ୟବହାର ଯୋଗୁଁ ଚେହେରାରେ ବୟସର ପ୍ରଭାବ କମ୍ ଦେଖାଯାଏ ।

ସ୍କିନକୁ ମିଳିଥାଏ ପୋଷଣ 
ପିଆଜ ରସ ସ୍କିନକୁ ଡେଟକ୍ସ (Detox) କରିଥାଏ ଓ କୋଲାଜେନ୍ ତିଆରି କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ଏ, ସି ଓ ଇ ଆପଣଙ୍କ ତ୍ୱଚାକୁ ଦାଗହୀନ ଓ ଚମକାଇଥାଏ । ଯଦି ଆପଣଙ୍କ ସ୍କିନ ଦୁର୍ବଳ ଓ କଳା, ତେବେ ପିଆଜ ରସ ଲଗାନ୍ତୁ । ଏହାର ବ୍ୟବହାର ଚର୍ମକୁ ପୋଷଣ ଯୋଗାଏ ।

ଅଧିକ ପଢ଼ନ୍ତୁ: ଅଭୁତ: ଏଠାକାର ଲୋକମାନେ ଜଳଖିଆର ପିଇଥାନ୍ତି ଗାଈର ରକ୍ତ

ଏଥିପାଇଁ ଗୋଟିଏ ପିଆଜ ନେଇ ଏହାକୁ କାଟି ଗ୍ରାଇଣ୍ଡ୍ କରିନିଅନ୍ତୁ । ଏହା ପରେ ଗ୍ରାଇଣ୍ଡିଙ୍ଗ ହୋଇଥିବା ପିଆଜକୁ ଏକ ସୂତା କପଡ଼ାରେ ଚିପୁଡ଼ି ଏହାର ରସ ବାହାର କରନ୍ତୁ ।ଏହି ରସକୁ ସ୍କିନରେ ୨୦ ମିନିଟ୍ ଲଗାଇ ଧୋଇ ଦିଅନ୍ତୁ । ଏହିପରି ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସ୍କିନରୁ ଦାଗ ଓ କଳାପଣ ଦୂର ହୋଇଯିବ । ଏହା ସହିତ ସ୍କିନର ସୂକ୍ଷ୍ମ ରେଖା ଓ କୁଞ୍ଚତା ମଧ୍ୟ ହଟିଯିବ ।

ଅଧିକ ପଢ଼ନ୍ତୁ: ହ୍ରାସ ହେଲା ଅଶୋଧିତ ତୈଳ ଦର, ଖୁବ୍ ଶୀଘ୍ର ଏତିକି ଟଙ୍କା ଶସ୍ତା ହୋଇପାରେ ପେଟ୍ରୋଲ

ବ୍ରଣ ସମସ୍ୟାର ସମାଧାନ 
ଯଦି ଆପଣ ବ୍ରଣ ସମସ୍ୟାରେ ସମ୍ମୁଖୀନ ହେଉଥାନ୍ତି, ତେବେ ଆପଣ ପିଆଜ ରସ ସହିତ ଏହି ସମସ୍ୟାର ସମାଧାନ ମଧ୍ୟ ପାଇପାରିବେ । ପିଆଜ ରସରେ ଫ୍ଲାଭୋନାଏଡ ଓ  ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ମାତ୍ରାରେ ଥାଏ ଯାହାଫଳରେ ବ୍ରଣ କମିଯାଏ । ବ୍ରଣକୁ ଭଲ କରିବା ପାଇଁ ପିଆଜ ରସକୁ ମୁହଁରେ ୧୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ଓ ଏହା ପରେ ମୁହଁ ଧୋଇ ଦିଅନ୍ତୁ ।

ଅଧିକ ପଢ଼ନ୍ତୁ: ଏଠାରେ ଚାକିରି ସମେତ ପାଆନ୍ତୁ ଦାମୀ ବାଇକ୍ ଓ iPhone; ଇଣ୍ଟରଭ୍ୟୁ ଦେବା ପାଇଁ ମଧ୍ୟ ମିଳୁଛି ଟଙ୍କା

ଏହା ଏକ ନେଚୁରାଲ କ୍ଲିନର
ପିଆଜ ରସ ମଧ୍ୟ ଏକ ନେଚୁରାଲ କ୍ଲିନର । ଯାହା ସ୍କିନର ମଇଳା ସଫା କରିବାରେ ସହାୟକ ହୋଇଥାଏ । ଏହାକୁ ଏକ ଟୋନର କିମ୍ବା ମାସ୍କ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ । ଫେସ୍ ମାସ୍କ ତିଆରି କରିବାକୁ, ଆପଣ ଏକ ଚାମଚ ବେସନ ନିଅନ୍ତୁ । ଏଥିରେ ଏକ ଚାମଚ ପିଆଜ ରସ ଓ ଅଧା ଚାମଚ ଲହୁଣୀ ମିଶାନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇଲେ ଚେହେରାରେ ଚମକ ଆସିଥାଏ ।